ମୂଳ ଅସମିୟା: ୟେଶି ଦର୍ଜୀ ଥଙ୍ଗଚି ଅନୁବାଦ: ବିଜୟ କୁମାର ପରିଡ଼ା
ଚାହୁଁ ଚାହୁଁ ମୋର ଦୁଇମାସିଆ ଛୁଟି ସରିଗଲା। ସରକାରୀ ଚାକିରିରୁ ଏଇ ଲମ୍ବା ଛୁଟି େନବାର କାରଣ ଥିଲା େମା ବିବାହ। ସଦ୍ୟ ବିବାହିତା ସ୍ତ୍ରୀକୁ ଘେର ଛାଡ଼ି ସୁଦୂର କର୍ମେକ୍ଷତ୍ରକୁ ଏକୁଟିଆ େଫରିବା କଷ୍ଟକର ହେେଲ ମଧ୍ୟ ‘ଚାକିରି ଆଗ’ ନ୍ୟାୟେର ଘରୁ ବିଦାୟ େନବାକୁ ପ୍ରସ୍ତୁତ ହେଲି। ପ୍ରଥେମ ଭାବିଲି, ବିନା ଦରମାେର ଆଉ କିଛିଦିନ ଛୁଟି ବଢ଼ାଇ ଘେର ରହିଯିବି। ମାତ୍ର େମା କ୍ରମବର୍ଦ୍ଧିଷ୍ଣୁ ପରିବାର ଓ ବାପାମା’ଙ୍କ ଦାୟିତ୍ୱ ସହ ଏଇ ବିବାହ ପାଇଁ ମୁଁୁ କରିଥିବା େମାଟାଅଙ୍କର ଋଣ କଥା ଭାବି ମନ ବଦଳାଇବାକୁ ବାଧ୍ୟ ହେଲି। ଏଥର ଛୁଟିେର ଆସିବା େବଳକୁ େଗାଟିଏ ଟ୍ରଙ୍କ୍ ଛଡ଼ା ଆଉ କିଛି ଆଣି ନ ଥିଲି। େଫରିବା େବଳକୁ ବି େସଇ ଟ୍ରଙ୍କ୍ ଛଡ଼ା ଆଉ କିଛି େନବାର ନ ଥିଲା। ଟ୍ରଙ୍କ୍ର ଓଜନ େକାଡ଼ିଏ ପଚିଶ କିେଲାଗ୍ରାମ୍ ଭଳି ହେବ। ଏତିକି ଓଜନ ପିଠିେର ପକାଇ ଦୀର୍ଘ ପାହାଡ଼ିଆ ପାଦଚଲା ରାସ୍ତାେର ବସ୍ଷ୍ଟାଣ୍ଡ୍ଯାଏ ଚାଲିକରି ଯିବା େମା ଭଳି ବଳିଷ୍ଠ ଯୁବକ ପାଇଁ କଷ୍ଟକର ନୁହେଁ। େତେବ ଆଧୁନିକ ଶିକ୍ଷା େମାେତ ଶାରୀରିକ ଶ୍ରମ ପ୍ରତି ବିମୁଖ କରି େଦଇଥିଲା। ତା’ଛଡ଼ା େମା ପରି ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ପକ୍ଷେର ନିଜର େବାଝ ବୋହିବା ବି ଅସମ୍ମାନଜନକ ହେବ େବାଲି ଧରି େନଇଥିଲି। େମାେତ େବାଝ ବୋହିବା େଦଖିେଲ ଗଁାେଲାେକ ଓ ସାଙ୍ଗସାଥୀ ଟାହିଟାପରା କରିେବ ଆଉ େମାେତ େନଇ ଗର୍ବ କରୁଥିବା େମା ବାପାମା’ଙ୍କ ମୁଣ୍ଡ ତଳକୁ ହୋଇଯିବ େବାଲି େମାର ଡର ଥିଲା। େତଣୁ ଘରକୁ ଆସିବା େବେଳ ଟ୍ରଙ୍କ୍ ବୋହିବା ପାଇଁ ଜଣେ େନପାଳୀ ମହିଳା କୁଲିର ସାହାଯ୍ୟ େନଇଥିଲି। ଏେବ ଘର ଛାଡ଼ିବା େବଳକୁ ଚାଷବାସର ବ୍ୟସ୍ତତା େଯାଗୁଁ ଟ୍ରଙ୍କ୍ଟିକୁ ବସ୍ଷ୍ଟାଣ୍ଡ୍ଯାଏ ବୋହି ନେବାକୁ ଗଁା’ରେ କେହି ରାଜି ହେଲେନାହିଁ। େଶଷେର ବାପା ହିଁ ଟ୍ରଙ୍କ୍ ଧରି େମା ସାଥିେର ଡିରାଙ୍ଗ ବସ୍ଷ୍ଟାଣ୍ଡ୍ଯାଏ ଯିବା କଥା ନିଜେ େଘାଷଣା କେଲ। େମା ଆପତ୍ତି େସ ଶୁଣିେଲ ନାହିଁ।
ବିଦାୟ ଦିନ ବଡ଼ିସକାଳୁ ବାପା ସାମାନ୍ୟ କିଛି ଖିଆପିଆ କରି େମା ଟ୍ରଙ୍କ୍ ଧରି ଆଗ ବାହାରିଗଲେ। ସାଙ୍ଗସାଥୀଙ୍କ ଗହଣରୁ ଓ ଘରୁ ବିଦାୟ ନେଇ ବାହାରିବା ବେଳକୁ ମୋର ବେଶ୍ ଡେରି ହୋଇଗଲା। ବାପା ଢେର୍ ବାଟ ଆେଗଇ ଯାଇଥିେବ ଭାବି ମଁୁ ଶୀଘ୍ର ପାହୁଣ୍ଡ ପକାଇବା ଆରମ୍ଭ କଲି। ମାତ୍ର ତିନି ଚାରି ମାଇଲ୍ ପେର େଦଖିଲି ବାପା େମାେତ ଅେପକ୍ଷା କରି େଗାଟିଏ ଜାଗାେର ବସିଛନ୍ତି। ଗାଁରୁ େସ ଯାଏ ଉଠାଣିଆ ଓ ପଥୁରିଆ ରାସ୍ତାେର ଦ୍ରୁତଗତିେର ଚାଲିଆସିଥିବାରୁ ଏବଂ ବିଦାୟେବଳାେର ସାଙ୍ଗମାନଙ୍କ ସହ ପିଇଥିବା ମାତ୍ରାଧିକ ଦାରୁ ପ୍ରଭାବେର େମା ଦେହ ଓଜନିଆ ଓ ହାତେଗାଡ଼ ଅବଶ ଲାଗୁଥିଲା। େମାର େସ ଅବସ୍ଥା େଦଖି ବାପା ହସିେଲ ଏବଂ ଟିକିଏ ଦମ୍ େନବାକୁ କହିେଲ। ତାଙ୍କ କଥା ମାନି େଗାଟିଏ ପଥର ଉପେର ବସିପଡ଼ିଲି। ଟିକକ ପେର ବାପା ମୁଣ୍ଡ ଉପର ସୂର୍ଯ୍ୟ ଆଡ଼େ ଅନାଇ କିଛି ଚିନ୍ତା କେଲ ଏବଂ ଆେସ୍ତ ଆେସ୍ତ ନଜର ତଳକୁ ନୁଅଁାଇ େମା କାନ୍ଧରୁ ଓହଳିଥିବା ଦାରୁଭର୍ତ୍ତି ଫ୍ଲାସ୍କ୍ ଆଡ଼େ ଅନାଇେଲ। ଶୁଖିଲା ଓଠ ଉପେର ଡାହାଣ ପାପୁଲି ବୁଲାଇ ଆଣି କହିେଲ, “େମାେତ ଭାରି େଶାଷ ହେଲାଣି।”
ମୁଁୁ େମା ଫ୍ଲାସ୍କ୍ଟି ତାଙ୍କୁ ବଢ଼ାଇ େଦଲି। ଫ୍ଲାସ୍କ୍ରୁ ମଗ୍ କାଢ଼ି େସଥିେର େବଶ୍ କିଛି ପରିମାଣର ଦାରୁ ଢାଳିନେଇ ଢକ୍ ଢକ୍ କରି ଏକାଥରକେ ପିଇଦେଲେ। ସଙ୍ଗେ ସଙ୍ଗେ ଫ୍ଲାସ୍କ୍ ଓ ମଗ୍ ମୋତେ ଫେରାଇଦେଇ ଟ୍ରଙ୍କ୍କୁ ପିଠି ଉପରକୁ ଉଠାଇ ନେଇ ଚାଲିବା ଆରମ୍ଭ କଲେ। ମୁଁ କେବଳ ଟିଫିନ୍ ବ୍ୟାଗ୍ ଓ ଅଧାଭର୍ତ୍ତି ଫ୍ଲାସ୍କ୍ ଧରି ତାଙ୍କ ପଛେ ପଛେ ଚାଲିଲି। ବାଟେର ବାପା କ’ଣ ଭାବୁଥିେବ ଅନୁମାନ କରିପାରୁ ନଥିଲି, ମାତ୍ର ମୁଁ ନିଜେ ଆରାମେର ଚାଲୁଥିଲା େବେଳ ବାପା େମା ଟ୍ରଙ୍କ୍ ବୋହିବା ଠିକ୍ ନୁହେଁ େବାଲି ଅନୁଭବ କରୁଥିଲି। ତାଙ୍କଠାରୁ ଟ୍ରଙ୍କ୍ଟି ମାଗି ଆଣିବାକୁ େଯେତଥର ଭାବିେଲ ମଧ୍ୟ ସାହସ ହେଉ ନ ଥାଏ। ସରକାରୀ ଚାକିରିଆ ପୁଅର ଅଭିମାନୀ ବାପା ହିସାବେର ଏବଂ ଆଜୀବନ କଠିନ ପରିଶ୍ରମ କରିଆସିଥିବା ବାପା େମା େବାଝ ଉଠାନ୍ତୁ େବାଲି ମୁଁ ନିଜକୁ ବୁଝାଇବା ଆରମ୍ଭ କଲି। ବାଟେର ଆଉ ଦୁଇଥର ସାମାନ୍ୟ ବିଶ୍ରାମ େନଇ ଟିଫିନ୍ ବ୍ୟାଗରୁ ଜଳଖିଆ ଖାଇ ଆେମ ପୁଣି ବାଟ ଚାଲିଲୁ।
ଅବେଶଷେର ଆେମ ଡିରାଙ୍ଗେର ପହଞ୍ଚିଲୁ। ତାୱାଙ୍ଗରୁ ଆସୁଥିବା ବସ୍ େସଯାଏ ପହଞ୍ଚି ନ ଥିବାରୁ ବାପାଙ୍କୁ େଗାଟିଏ ଚା’ େଦାକାନକୁ େନଇଗଲି। େସଠାେର େଗାଟିଏ େଟବୁଲର ଦୁଇ ପାଖେର ସାମ୍ନାସାମ୍ନି ଆେମ ବସିଲୁ। ବାପାଙ୍କ କ୍ଳାନ୍ତ େଚହେରା େଦଖି ବ୍ୟସ୍ତ ଲାଗିେଲ ମଧ୍ୟ କିଛି କହିଲି ନାହିଁ। ଦୁଇ କପ୍ ଚା’ ମଗାଇଲି। କପ୍ ଓଠ ପାଖକୁ େନଲା େବଳକୁ ବାପା କହିେଲ, “େତାର କିଛି ପୁରୁଣା ଜୋତା ଥିବ?” ମୋତେ କେବେ କିଛି ମାଗି ନ ଥିବା ବାପାଙ୍କ ମୁହଁକୁ ମୁଁ ଆଶ୍ଚର୍ଯ୍ୟରେ ଅନାଇଲି। ସେ କହିଲେ, “ତୁ ତ ଜାଣୁ, ଏ ରାସ୍ତାଟି େକେତ େଗାଡ଼ିପଥରେର ଭର୍ତ୍ତି। ପାଦକୁ ଭୀଷଣ କଷ୍ଟ ହେଉଛି, ଚାଲି ହେଉନାହିଁ।”
େସତିକିେବେଳ ମୁଁ ବାପାଙ୍କ ଖାଲିପାଦକୁ ଅନାଇଲି। େକେବ ଜୋତା ପିନ୍ଧି ନଥିବା ପାଦେର ଧୂଳିମଳିର ଏକ ସ୍ଥାୟୀ ପରସ୍ତ ଜମି ରହିଛି। ପାଦ ଏମିତି ଫାଟିଥିଲା େଯ ତାହା ହାତୀର ପାଦ ଭଳି ଦିଶୁଥିଲା। ବାପାଙ୍କ ପାଦର ଏ ଅବସ୍ଥା େକେବ ମୁଁ ଲକ୍ଷ୍ୟ କରି ନ ଥିଲି। ତା’ ଛଡ଼ା ରାସ୍ତାଟି େକେତ ପଥୁରିଆ ଓ ଆବୁଡ଼ାଖାବୁଡ଼ା ମୁଁ ଅନୁଭବ କରିପାରି ନ ଥିଲି କାରଣ େମା ପାଦେର ଥିଲା ମଜଭୁତ ଶିକାରୀ ବୁଟ୍। ବାପାଙ୍କ ପାଦ େମାେତ ବାସ୍ତବତା ପ୍ରତି ସେଚତନ କରାଇେଦଲା। େମା ପେକଟ୍ରେ ଚାଳିଶ ଟଙ୍କା ଥିଲା। ହଳେ କାନ୍ଭାସ୍ ଜୋତାର ଦାମ୍ ପ୍ରାୟ କୋଡ଼ିଏ ଟଙ୍କା। େମା ଚାକିରିସ୍ଥଳ ବମଡିଲାରେ ପହଞ୍ଚିବାକୁ ବାକି ଟଙ୍କା ଯଥେଷ୍ଟ ହେବ। ବାପାଙ୍କ ପାଇଁ ନୂଆ ଜୋତା ହେଳ କିଣିେଦବି େବାଲି କହିଲି। ମାତ୍ର ବାପା ନୂଅା ଜୋତା ନ କିଣି ମୋର ପୁରୁଣା ଜୋତା ପାଇଁ ଏକପ୍ରକାର ଅଡ଼ି ବସିଲେ। ଶେଷରେ ମୁଁ ପିନ୍ଧିଥିବା ମୋର ପୁରୁଣା ଶିକାରୀ ବୁଟ୍ ହଳକ ତାଙ୍କୁ ଦେଲି ଏବଂ ସେତିକିରେ ବାପାଙ୍କ ମୁହଁ ଖୁସିରେ ଝଲମଲ ହୋଇ ଉଠିଲା। ଟ୍ରଙ୍କ୍ ଭିତରୁ ଚମଡ଼ା ଜୋତା ହଳେ କାଢ଼ି ମୁଁ ପିନ୍ଧିଲି।
କିଛି ସମୟ ପେର େମା ବସ୍ ଆସି ପହଞ୍ଚିଲା। କଣ୍ଡକ୍ଟରଙ୍କ କୃପାରୁ ଯାତ୍ରୀ ଭିଡ଼ ଭିତେର ସିଟ୍ଟିଏ ମିଳିଗଲା। ବସ୍ କଡ଼େର ପା ଛିଡ଼ାହୋଇଥାନ୍ତି। େମାେତ କହିେଲ, “ଭଲରେ ପହଞ୍ଚି ଚିଠି ଲେଖିବୁ...’’
ବାପା ଆଉ କିଛି କହିବା ପୂର୍ବରୁ ବସ୍ ଛାଡ଼ିଦେଲା। ବସ୍ର ଆରାମଦାୟକ ଗଦିବାଲା ସିଟ୍େର ବସି ମସୃଣ ସଡ଼କ ରାସ୍ତାେର ମୁଁ ମୋ କର୍ମସ୍ଥଳକୁ ଚାଲିଲି ଏବଂ ମୋ ବାପା ପୁଣି ସେଇ ପାହାଡ଼ିଆ ପଥୁରିଆ ରାସ୍ତାରେ କ୍ଳାନ୍ତ ପାଦେର ଘରମୁହଁା ହେଲେ। େମା ପୁରୁଣା ବୁଟ୍ ହଳକ ତାଙ୍କ ପାଦକୁ ଆରାମ େଦଉଥିବ େବାଲି ଆଶା କଲି। େକେବ ଛୁଇଁ ନ ଥିବା ବାପାଙ୍କ ପାଦ ଛୁଇଁବାକୁ ଭାରି ଇଚ୍ଛା ହେଲା। ମାତ୍ର େସ ଆଉ ଦିଶୁ ନ ଥିେଲ।
ବିଦ୍ୟା ଲେନ୍, ଗାଡ଼କଣ, ଭୁବନେଶ୍ବର
ମୋ: ୯୪୩୭୩୦୮୪୨୪