ଭଗବାନ ଶିବଙ୍କ ଭକ୍ତ ଅନେକ। ଏମାନଙ୍କ ଭିତରୁ କେତେକ ପ୍ରତିଦିନ ଶିବ ମନ୍ଦିରକୁ ଯାଇ ପୂଜା କରନ୍ତି। ଆଉ କେତେକ କେବଳ ସୋମବାର ଏବଂ ସଂକ୍ରାନ୍ତି ତିଥିରେ ଶିବ ମନ୍ଦିରକୁ ଯାଇ ପୂଜା କରନ୍ତି । ହେଲେ ଆପଣ କ’ଣ ଜାଣନ୍ତି ଯେ ଶିବଙ୍କ ଅତି ପ୍ରିୟ ହେଉଛି ଜଳ ଧାରା ।
ଏଥିପାଇଁ ଶିବଙ୍କର ଜଳାଭିଷେକ କରାଯିବାର ଶାସ୍ତ୍ରରେ ବିଧାନ ରହିଛି । ଏହାଦ୍ୱାରା ବିଶେଷ କୃପାପ୍ରାପ୍ତି ହୋଇଥାଏ । ଜଳାଭିଷେକ କରିବା ସମୟରେ ଓଁ ନମଃ ଶିବାୟ ’ ମନ୍ତ୍ର ଜପ କରାଯିବା ଉଚିତ୍ । ଜଳରେ ଦୁଗ୍ଧ ମିଶାଇ କିମ୍ବା କେବଳ ଦୁଗ୍ଧରେ ଶିବଙ୍କର ଅଭିଷେକ କରାଯାଇଥାଏ । ଭୋଳାନାଥଙ୍କ ବିଶେଷ ପୂଜାରେ ଦହି, ଦୁଗ୍ଧ , ଘୃତ , ମହୁ ଓ ମିଶ୍ରିକୁ ପୃଥକ୍ ପୃଥକ୍ ଭାବେ କିମ୍ବା ଏକତ୍ର ମିଶାଇ ପଞ୍ଚାମୃତ ପ୍ରସ୍ତୁତ କରି ଅଭିଷେକ କରାଯାଇଥାଏ ।
/sambad/media/post_attachments/wp-content/uploads/2018/10/siva-mahadev-shivling-596ca0db65d8b_l_835x547-300x225.jpg)
ଜଳଧାରାରେ ଅଭିଷେକ କରିଲେ ଅନେକ ମନସ୍କାମନା ପୂରଣ ହୋଇଥାଏ । ଏହା ସବୁଠୁଁ ସହଜ ସରଳ ଏବଂ ଶ୍ରେଷ୍ଠ ଉପାୟ । ଆପଣ ପ୍ରତିଦିନ ତମ୍ବା ଲୋଟାରେ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରି ଭଗବାନ ଶିବଙ୍କର ପୂଜା କରିପାରନ୍ତି । ଏପରି କରିଲେ, ଆପଣ ଶିବଙ୍କ ବ୍ୟତୀତ ଅନ୍ୟ ସବୁ ଦେବାଦେବୀଙ୍କର କୃପା ମଧ୍ୟ ଲାଭ କରିପାରିବେ । ଏପରିକି ମାତା ଲକ୍ଷ୍ମୀଙ୍କର ମଧ୍ୟ କୃପା ପ୍ରାପ୍ତ କରିପାରିବେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/siva7-.hinduwebsite.com_.jpg)