ଭଗବାନ  ଶିବଙ୍କର ସବୁଠାରୁ ପ୍ରିୟ କ’ଣ ? 

ଭଗବାନ  ଶିବଙ୍କ  ଭକ୍ତ ଅନେକ। ଏମାନଙ୍କ ଭିତରୁ କେତେକ ପ୍ରତିଦିନ ଶିବ ମନ୍ଦିରକୁ ଯାଇ ପୂଜା କରନ୍ତି। ଆଉ କେତେକ କେବଳ ସୋମବାର ଏବଂ ସଂକ୍ରାନ୍ତି ତିଥିରେ ଶିବ ମନ୍ଦିରକୁ ଯାଇ ପୂଜା କରନ୍ତି । ହେଲେ ଆପଣ କ’ଣ ଜାଣନ୍ତି ଯେ ଶିବଙ୍କ  ଅତି ପ୍ରିୟ  ହେଉଛି  ଜଳ ଧାରା ।

ଏଥିପାଇଁ  ଶିବଙ୍କର  ଜଳାଭିଷେକ  କରାଯିବାର  ଶାସ୍ତ୍ରରେ  ବିଧାନ  ରହିଛି ।  ଏହାଦ୍ୱାରା   ବିଶେଷ  କୃପାପ୍ରାପ୍ତି  ହୋଇଥାଏ ।  ଜଳାଭିଷେକ  କରିବା ସମୟରେ  ଓଁ ନମଃ ଶିବାୟ ’  ମନ୍ତ୍ର ଜପ  କରାଯିବା ଉଚିତ୍‌ ।  ଜଳରେ  ଦୁଗ୍ଧ  ମିଶାଇ  କିମ୍ବା   କେବଳ   ଦୁଗ୍ଧରେ  ଶିବଙ୍କର ଅଭିଷେକ  କରାଯାଇଥାଏ । ଭୋଳାନାଥଙ୍କ   ବିଶେଷ  ପୂଜାରେ  ଦହି, ଦୁଗ୍ଧ , ଘୃତ , ମହୁ ଓ  ମିଶ୍ରିକୁ  ପୃଥକ୍‌ ପୃଥକ୍‌ ଭାବେ  କିମ୍ବା  ଏକତ୍ର  ମିଶାଇ  ପଞ୍ଚାମୃତ  ପ୍ରସ୍ତୁତ କରି  ଅଭିଷେକ  କରାଯାଇଥାଏ ।

ଜଳଧାରାରେ  ଅଭିଷେକ  କରିଲେ  ଅନେକ  ମନସ୍କାମନା ପୂରଣ  ହୋଇଥାଏ ।  ଏହା ସବୁଠୁଁ  ସହଜ  ସରଳ  ଏବଂ ଶ୍ରେଷ୍ଠ  ଉପାୟ ।  ଆପଣ  ପ୍ରତିଦିନ  ତମ୍ବା  ଲୋଟାରେ  ଶିବଲିଙ୍ଗ  ଉପରେ  ଜଳ ଅର୍ପଣ  କରି ଭଗବାନ  ଶିବଙ୍କର  ପୂଜା  କରିପାରନ୍ତି ।  ଏପରି କରିଲେ,  ଆପଣ  ଶିବଙ୍କ ବ୍ୟତୀତ  ଅନ୍ୟ  ସବୁ ଦେବାଦେବୀଙ୍କର  କୃପା ମଧ୍ୟ  ଲାଭ କରିପାରିବେ ।  ଏପରିକି  ମାତା ଲକ୍ଷ୍ମୀଙ୍କର  ମଧ୍ୟ  କୃପା ପ୍ରାପ୍ତ କରିପାରିବେ ।

 

 

ସମ୍ବନ୍ଧିତ ଖବର