ଭୋକ ଲାଗୁଛି? ଫେସ୍‌ବୁକ୍‌ରେ ଭୋଜନ ବରାଦ ଦିଅନ୍ତୁ

ସାନ୍‌ ଫ୍ରାନ୍‌ସିସ୍‌କୋ: ଅନ୍‌ଲାଇନ୍‌ରେ ମନମୁତାବ ଭୋଜନ ବରାଦ ଦେବା ବଡ଼ କଷ୍ଟସାଧ୍ୟ। କାରଣ, ଏଥିପାଇଁ ଆପଣଙ୍କୁ କେତେଗୁଡ଼ିଏ ଆପ୍‌ର ମଧ୍ୟ ଦେଇ ଯିବାକୁ ପଡ଼େ। ଏବେ ଫେସ୍‌ବୁକ୍‌ ଏହାକୁ ସରଳ କରି ଦେଇଛି। ଏହି ଆପ୍‌ ଦ୍ୱାରା ହିଁ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ନିଜ ମନ ପସନ୍ଦର ସ୍ନାକ୍‌ ବରାଦ ଦେଇ ପାରିବେ।

ଅଧିକ ପାର୍ଟନର୍‌ ଏବଂ ମତାମତ ଆଧାରରେ ଗତ ବର୍ଷେ ହେବ ଏହି ଫିଚର୍‌ ଉପରେ ଫେସ୍‌ବୁକ୍‌ ପରୀକ୍ଷା କରୁଛି। ଆମେରିକାରେ ଫେସ୍‌ବୁକ୍‌ ଆଇଓଏସ୍‌, ଆଣ୍ଡ୍ରଏଡ୍‌ ଏବଂ ଡେସ୍କଟପ୍‌ରେ ସାମିଲ୍‌ ହୋଇଛି।

ବିଳମ୍ବିତ ଶୁକ୍ରବାର ଦିନ ସ୍ଥାନୀୟ ଉପାଧ୍ୟକ୍ଷ ଏକ ବ୍ଲଗ୍‌ରେ ଲେଖିଛନ୍ତି: ସିଧାସଳଖ ଫେସ୍‌ବୁକ୍‌ରେ ବରାଦ ଭୋଜନ ପିକ୍‌-ଅପ୍‌ କିଂବା ଡେଲିଭରି ନିମନ୍ତେ ସମର୍ଥ ହେବାକୁ ଆନୁଷ୍ଠାନିକ ଭାବେ ଆଜି ଆମେ ଆପ୍‌ ଲଞ୍ଚ୍‌ କରି ଆପଣ କ’ଣ ଖାଇବାକୁ ଆଗ୍ରହୀ ତାହା ଜାଣିବାର ଅବକାଶ ପାଇଛୁ।
କ’ଣ ଖାଇବେ ସେ ସଂକ୍ରାନ୍ତରେ ଆଖପାଖର ରେସ୍ତୋରାଁ ସମ୍ବନ୍ଧରେ ଫେସ୍‌ବୁକ୍‌ରୁ ପଢ଼ି ଏବଂ ସେମାନଙ୍କର ବନ୍ଧୁମାନଙ୍କର ମତାମତକୁ ଦେଖି ଲୋକେ ଖାଦ୍ୟ ବରାଦ ଦେଉଥିଲେ। ଆମେ ଏବେ ତାହାକୁ ଅଧିକ ସରଳ କରି ଦେଇଛୁ ବୋଲି ହିମେଲ୍‌ କହିଛନ୍ତି।

ଫେସ୍‌ବୁକ୍‌ କେତେଗୁଡ଼ିଏ ବରାଦ ଅନୁସାରେ ଭୋଜନ ଯୋଗାଉଥିବା ସଂସ୍ଥାନର ବିକଳ୍ପ ଯୋଗ କରିଥିବାରୁ ମନମାଫିକ ଦ୍ରବ୍ୟ ଖୋଜିବାକୁ ଆଉ ଫେସ୍‌ବୁକ୍‌ ବ୍ୟବହାରକାରୀମାନଙ୍କୁ ଏକାଧିକ ସ୍ଥାନରେ ସର୍ଚ କରିବାକୁ ପଡ଼ିବ ନାହିଁ।

 

ସମ୍ବନ୍ଧିତ ଖବର