ସ୍କୁଲରେ ପଢୁଥିବା ଷ୍ଟାର ପିଲାଙ୍କ ନାମ, ସ୍କୁଲ ଫିସ ବିଷୟରେ ଆସନ୍ତୁ ଜାଣିବା

ଫିଲ୍ମଷ୍ଟାରଙ୍କ ପିଲା ସବୁବେଳେ ଚର୍ଚ୍ଚାରେ ଥାନ୍ତି , କାହିଁକିନା ସେମାନେ ଷ୍ଟାରଙ୍କ ପିଲା। ସାଧାରଣ ପିଲାଙ୍କ ଭଳି ଷ୍ଟାରଙ୍କ ପିଲା ବି ସ୍କୁଲ ଯାନ୍ତି। କିନ୍ତୁ ସେମାନଙ୍କ ସ୍କୁଲ ସେମିତି ନଥାଏ, ଯେଉଁଠି ସାଧାରଣ ପିଲା ପଢନ୍ତି। ତାଙ୍କ କଲରର ବଟନ ବନ୍ଦ କରାଯାଏ ନାହିଁ ଓ ଚୁଟିରେ ଫିତା ମଧ୍ୟ ବନ୍ଧାଯାଏନି। ତେବେ ମୁମ୍ବାଇରେ ଏକ ସ୍କୁଲ ଅଛି, ଯେଉଁଠି ଅଧିକାଂଶ ଷ୍ଟାରଙ୍କ ପିଲା ପଢ଼ିସାରିଛନ୍ତି ବା ପଢ଼ିବା ପାଇଁ ଯାଆନ୍ତି। ସେହି ସ୍କୁଲର ନାମ ହେଉଛି ଧୀରୁଭାଇ ଅମ୍ବାନୀ। ସହଜରେ ପରିଲକ୍ଷିତ ହେଉଛି ଯେ, ଏହି ସ୍କୁଲକୁ ଅମ୍ବାନୀ ପରିବାରର ଲୋକେ ନିର୍ମାଣ କରିଛନ୍ତି। ଏହି ସ୍କୁଲର ଫାଉଣ୍ଡର ଓ ଅଧ୍ୟକ୍ଷ ହେଉଛନ୍ତି ନୀତା ଅମ୍ବାନୀ। ଆମେ ସମସ୍ତେ ଦେଖୁଥିବା କି ନୀତା ଅମ୍ବାନୀର ବଲିଉଡ ଜଗତ ସହିତ ଗଭୀର ବନ୍ଧୁତା ଅଛି । ଆସନ୍ତୁ ଜାଣିବା ଧୀରୁଭାଇ ଅମ୍ବାନୀ ସ୍କୁଲର ଫିସ ବାବଦରେ। ଧୀରୁଭାଇ ଅମ୍ବାନୀ ସ୍କୁଲର ଫିସ ଏତିକି, ଯେତିକିରେ କାନପୁରର ପୁରା ମୋହଲ୍ଲା ପଢ଼ିପାରିବ।

ଲୋୟର କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ : ୧,୭୦,୦୦୦
ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ : ୧,୮୫,୦୦୦

 

ସ୍କୁଲର ଫିସ ଅଧିକ ଥିବାରୁ, ଏଠି ସୁଯୋଗ ବି ବେଶୀ। ପ୍ରିନ୍‌ସଟନ ଏବଂ ୟେଲ ଭଳି ୟୁନିଭର୍ସିଟିକୁ ଯାନ୍ତି ଏହି ସ୍କୁଲର ପିଲା। ଆସନ୍ତୁ ଜାଣିବା ଏହି ସ୍କୁଲରେ ପଢୁଥିବା ଓ ପଢ଼ିସାରିଥିବା ଷ୍ଟାର ପିଲାଙ୍କ ନାମ :

୧. ଅର୍ଜ୍ଜୁନ ଓ ସାରା ତେନ୍ଦୁଲକର( ସଚିନ ଓ ଅଂଜଳି ତେନ୍ଦୁଲକରଙ୍କ ପିଲା)
୨. ସୁହାନା ଏବଂ ଆର‍୍ୟନ ଖାନ (ଶାହରୁଖ ଓ ଗୈାରୀ)
୩. ଆରାଧ୍ୟା ବଚ୍ଚନ ( ଐଶ୍ୱର୍ଯ୍ୟା ଓ ଅଭିଶେକ )
୪. ଜାହ୍ନବୀ କପୁର ( ଶ୍ରୀଦେବୀ ଓ ବୋନି କପୁର)
୫. ରେହାନ ଓ ରିଦାନ ରୋଶନ( ହ୍ରିତିକ ଓ ପୂର୍ବ ପତ୍ନୀ ସୁଜେନ)
୬. ଇରା ଖାନ ( ଆମିର ଖାନ ଓ ପୂର୍ବ ପତ୍ନୀ ରୀନା)
୭. ଶକ୍ୟା ଓ ଅକିରା ଅଖତର (ଫରହାନ ଓ ଅଧୁନା)
୮. ଅନ୍ୟା, ଦୀବା ଓ ତାଜାର କୁନ୍ଦର ( ଫରାହ ଖାନ ଓ ଶିରିଷ କୁନ୍ଦର)

ସମ୍ବନ୍ଧିତ ଖବର