ବାଘୁଣୀକୁ ବଞ୍ଚାଇବା ପାଇଁ ୩୦ଫୁଟ କୁଅଁକୁ ଡେଇଁ ପଡ଼ିଲେ ଡାକ୍ତର

ଗୌହାଟି: ଆସାମର ଗୌହାଟିରେ ଗୋଟିଏ ବାଘୁଣୀକୁ ବଞ୍ଚାଇବା ପାଇଁ ଜଣେ ଡାକ୍ତର କୂଅକୁ ଡେଇଁ ପଡ଼ିଥିବାର ଖବର ଆସିଛି। ଗୋହ୍ଵାଟିରେ ଏକ ୩୦ଫୁଟ ଗଭୀର କାଲି କୂଅରେ ଗୋଟିଏ ମାଇ ବାଘୁଣୀ ଖିସି ପଡ଼ିଥିଲା। ତେବେ ଏ ଖବର ଯେତବେଳେ ଡାକ୍ତର ବିଜୟ ଗୋଗୋଇଙ୍କ ପାଖରେ ପହଞ୍ଚିଥିଲା। ସେ ସମସ୍ତ କାମ ଛାଡ଼ି ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ। ନିଜର ଜୀବନକୁ ଖାତିର୍‌ ନକରି ବାଘୁଣୀକୁ ବଞ୍ଚାଇବା ପାଇଁ କୂଅ ଭିତରକୁ ଡେଇଁ ପଡ଼ିଥିଲେ।

ସୂଚନାଯୋଗ୍ୟ,ଗୌହାଟିରେ ଥିବା ଏକ କୂଅ ପାଖକୁ ଶିକାର ଖୋଜିବାକୁ ଆସିଥିବା ଗୋଟିଏ ବାଘୁଣୀ କୂଅ ଭିତରେ ଖସି ପଡ଼ିଥିଲା। ଗ୍ରାମବାସୀ କୂଅ ପାଖକୁ ଆସିବା ପରେ ବାଘୁଣୀ ପଡ଼ିଥିବାର ଖବର ପାଇଥିଲେ। ଏହାପରେ ବନବିଭାଗ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ବନବିଭାଗ ଓ ଡାକ୍ତର ବିଜୟଙ୍କ ସାହାଯ୍ୟ କ୍ରମେ କୂଅ ଭିତରୁ ବାଘୁଣୀକୁ ଉଦ୍ଧାର କରାଯାଇଥିଲା। ତେବେ ଆଖପାଖରେ ଥିବା ଜଙ୍ଗଲ ନଷ୍ଟ ହୋଇଯିବାର ବନ୍ୟଜନ୍ତୁମାନେ ପାଖ ଗ୍ରାମକୁ ଶିକାର କରିବାକୁ ଚାଲି ଆସୁଛନ୍ତି ବୋଲି ବନ ବିଭାଗ କହିଛନ୍ତି।

ନିକଟରେ ମୁମ୍ବାଇର ଆର କୋଲୋନିରେ ଏକ ଚିତବାଘ ଦୁଇଟି ଶିଶୁ ଖେଳୁଥିବା ସମୟରେ ସେମାନଙ୍କ ଉପରେ ଆକସ୍ମିକ ଭାବେ ଆକ୍ରମଣ କରିଥିଲା। ଫଳରେ କିଛିଦିନ ପର୍ଯ୍ୟନ୍ତ ଲୋକମାନେ ତାଙ୍କ ପିଲାଙ୍କୁ ଏକାକି ଘରୁ ବାହାର କରିବା ପାଇଁ ଭୟ କରିଥିଲେ। ସେହିପରି ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାର ସରୟୁପୁରବା ଗ୍ରାମରେ ଏକ ଚିତା ବାଘ ଜଣେ ବ୍ୟକ୍ତିଙ୍କ ଛେଳିକୁ ଖାଇବାକୁ ଆସିଥିଲା। ଛେଳି ରଖୁଥିବା ମାଲିକ ବାଘ କବଳରୁ ଛେଳିକୁ ବଞ୍ଚାଇବାକୁ ଯାଇ ନିଜ ବାଘର ଶିକାର ହୋଇଥିଲେ।

ଏପରି ଅନ୍ୟ ଏକ ଘଟଣା ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଥିଲା। ଜଣେ ୫୩ବର୍ଷୀୟ ମହିଳା କ୍ଷେତ୍ରରେ କାମ କରୁଥିବା ସମୟରେ ହଠାତ୍‌ ଗୋଟିଏ ବାଘ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲା। ସେ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ବାଘ ଦାଉରୁ ବର୍ତ୍ତି ପାରିଥିଲେ।

ସମ୍ବନ୍ଧିତ ଖବର