ନୂଆଦିଲ୍ଲୀ: ଦେଶରେ ଏମିତି ଅନେକ ପୁଲିସ ଅଧିକାରୀ ରହିଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରିଛନ୍ତି, କିନ୍ତୁ ହାର ମାନି ନାହାନ୍ତି । ନିଜ ଲକ୍ଷ୍ୟ ପଥରେ ଅଟଳ ରହି ସଫଳତା ହାସଲ କରିଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ଜଣେ ମହିଳା ପୁଲିସ ଅଧିକାରୀଙ୍କ ବିଷୟରେ ଜଣାଇବାକୁ ଯାଉଛି, ଯିଏକି ପିଏସସି କ୍ଲିୟର କରିବା ପରେ ନିଜ କାମ ହେତୁ ଚର୍ଚ୍ଚାରେ ରହିଛନ୍ତି। ଏହି ମହିଳା ଡିଏସପିଙ୍କ ନାମ ନେହା ପଚ୍ଚିସିଆ। ସେ ଭୋପାଳ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।
ଡିଏସପି ନେହା ପଚ୍ଚିସିଆ ମଧ୍ୟପ୍ରଦେଶର ରାଜଗଢ଼ ଜିଲ୍ଲାର ପଚୋର ତହସିଲରେ ବସବାସ କରନ୍ତି। ତାଙ୍କର ଜନ୍ମ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା। ନେହାଙ୍କ ବାପା ଜଣେ ଶିକ୍ଷକ ରହିଥିବା ବେଳେ ମା’ ଜଣେ ଗୃହିଣୀ। ଚାରି ଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ଭଉଣୀ ହେଉଛନ୍ତି ନେହା। ନେହା ୨୦୧୨ରୁ ୨୦୧୬ ପର୍ଯ୍ୟନ୍ତ ପିଏସସିର ପ୍ରିଲିମ୍ସ ଓ ମେନ୍ସ ପରୀକ୍ଷା ଦେଇଥିଲେ। ୨୦୧୬ରେ ଏକାଠି ଯେତେବେଳେ ଇଣ୍ଟରଭ୍ୟୁ ହେଲା ସେ ଏକାଥରକରେ ୪ଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।

ଦ୍ବାଦଶ ଶ୍ରେଣୀ ପରେ ଡିଏସପି ନେହା ଏଭିଏସନରେ ଡିପ୍ଲୋମା କରିଥିଲେ। ଏହାପରେ ସେ ଏୟାର ଇଣ୍ଡିଆରେ ଏୟାର ହଷ୍ଟେସ ଚାକିରି କରିଥିଲେ। ଏଥିସହିତ ତାଙ୍କ ପାଖରେ ଅନେକ ବିଦେଶୀ କମ୍ପାନିରୁ ଚାକିରି ସୁଯୋଗ ଆସିଥିଲା। ତେବେ ଏୟାର ହଷ୍ଟେସ ଚାକିରି କରୁଥିଲେ ବି ନେହା ଏନେଇ ସନ୍ତୋଷ ନଥିଲେ। ଭଲ ପାରିଶ୍ରମିକ ମିଳୁଥିବେ ବି ଖୁସି ହୋଇପାରୁ ନଥିଲେ ନେହା।
ନେହା କହନ୍ତି, ଶେଷରେ ନିଜ ଉପରେ ଆତ୍ମବିଶ୍ବାସ ରଖି ଏୟାର ହଷ୍ଟେସ ଚାକିରି ଛାଡ଼ି ପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ଆଉ ଭଗବାନଙ୍କ ଦୟାରୁ ଏଥିରେ ସଫଳ ହୋଇଥିଲି।
ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ କରୋନା କାଳରେ ଭଲ କାମ କରିଥିବାରୁ ନେହା ପଚ୍ଚିସିଆଙ୍କୁ ସମ୍ମାନିତ ମଧ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Untitled-1-copy-43.jpg)