ପାର୍ବଣ ଋତୁ ଅବସରରେ ଯଦି ଆପଣ ଟିଭି, ଫ୍ରିଜ, ମୋବାଇଲ କିମ୍ବା କୌଣସି ବି ଏଭଳି ଜିନିଷ କିଣିବାକୁ ଚାହୁଁଛନ୍ତି, ଯାହା ଆପଣଙ୍କ ବଜେଟ୍ ବାହାରେ ରହିଛି ତେବେ ଏଥିପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାହିକିଁ ନା, ଏଚଡିଏଫଏସି ବ୍ୟାଙ୍କ ନିଜ ଗ୍ରାହକଙ୍କ ସହ ବାକି ସବୁ ବ୍ୟାଙ୍କର ଗ୍ରାହକମାନଙ୍କ ସପିଂ ପାଇଁ ଏକ ବିଶେଷ ଅଫର ଆଣିଛି । ଏହି ଅଫର ମାଧ୍ୟମରେ ବି ଜିନିଷ କିଣିବା ପାଇଁ ବ୍ୟାଙ୍କ ନିକଟରୁ ଟଙ୍କା ନେଇପାରିବେ । ଏହା ଏକପ୍ରକାରର ସର୍ଟ ଟର୍ମ ଲୋନ ଅଟେ । ଯାହାର ଫାଇଦା କୌଣସି ବି ବ୍ୟକ୍ତି ଉଠାଇପାରିବେ । ଏଚଡିଏଫସିର ସୂଚନା ମୁତାବକ, ବ୍ୟାଙ୍କ ତରଫରୁ ଲୋକଙ୍କୁ କନଜ୍ୟୁମର ଲୋନ ଉପଲବ୍ଧ କରାଯାଉଛି । ଯାହାକୁ ପରବର୍ତ୍ତୀ ମୁହୂର୍ତ୍ତରେ କିସ୍ତି ଜରିଆରେ ପରିଶୋଧ କରାଯାଇପାରିବ ।
କେଉଁ କେଉଁ ସାମଗ୍ରୀ ଉପରେ ମିଳିବ ଲୋନ?
ଏଚଡିଏଫସି ବ୍ୟାଙ୍କ କନଜ୍ୟୁମର ଡ୍ୟୁରେବୁଲ୍ସ, ଫର୍ଣ୍ଣିଚର, ଇଲୋକ୍ଟ୍ରୋନିକ ସାମଗ୍ରୀ ଏବଂ ଫ୍ୟାସନ ସମେତ ଅନେକ ଗୁଡିଏ ସାମଗ୍ରୀର ଖରିଦାରୀ ପାଇଁ କନଜ୍ୟୁମର ଲୋନ ଦେଉଛି । ଯଦି ଆପଣଙ୍କ ନିକଟରେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ନାହିଁ ଆଉ ଆପଣ କିସ୍ତି ଜରିଆରେ କୌଣସି ଜିନିଷ ପାଇଁ ପେମେଂଟ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଜନକ ହେବ ।
କେତେ ଲାଗିବ ପ୍ରୋସେସିଂ ଫିସ୍?
ଏଚଡିଏଫସିର ଆଧିକାରୀକ େଓବସାଇଟରେ ଦିଆଯାଇଥିବା ସୂଚନା ମୁତାବକ, ଆପଣଙ୍କୁ ପ୍ରୋସେସିଂ ଫିସ ବାବଦକୁ ମାତ୍ର ୩୯୯ ଟଙ୍କା ଦେବାକୁ ପଡିବ । ଏହାପରେ ଯେକୌଣସି ଜିନିଷ ଉପରେ ଲୋନ ନେବାକୁ ଚାହିଁବେ ତାର ପେମେଂଟ ୩ରୁ ୩୬ ମାସର କିସ୍ତିରେ କରିପାରିବେ।
କି କି ଦସ୍ତାବିଜ ଲାଗିବ?
କନଜ୍ୟୁମର ଲୋନ ପାଇଁ ଆପଣଙ୍କୁ ଅଧିକ କିଛି ଦସ୍ତାବିଜ ବି ଦେବାକୁ ପଡିବ ନାହିଁ । ବରଂ ଏଥିପାଇଁ ଆପଣଙ୍କୁ କେବଳ ବ୍ରାଂଚକୁ ଯାଇ ପାନକାର୍ଡ ଏବଂ ଆଧାର କାର୍ଡ ଦେବାକୁ ହେବ । ସହୁଠାରୁ ବଡ କଥା ହେଲା କି, ଏଥିପାଇଁ ଆପଣଙ୍କୁ କୌଣସି ବି ପ୍ରକାର ଡାଉନ ପେମେଂଟ ଦେବାକୁ ପଡିବନି ।
କିଭଳି ନେବେ ଲୋନ?
ଯଦି ଆପଣ ଏଚଡିଏଫସି ବ୍ୟାଙ୍କର ଗ୍ରାହକ ଅଟନ୍ତି ତେବେ ଆପଣ ଗଣଐଊୠଉକୁ ୫୬୭୬୭୧୨ରେ ଏସଏମଏସ କରି ଜାଣିପାରିବେ କି ଆପଣଙ୍କୁ ଏହି ଲୋନର ଫାଇଦା ମିଳିପାରିବ ନା ନାହିଁ ।