କୃତ୍ରିମ ଆଲୋକରେ ଝଲସୁଛି ଖେତ

କେନ୍ଦ୍ରୀୟ ନେଦର‌୍‌ଲାଣ୍ତ୍‌ର ଲେଲିଷ୍ଟାଦ୍‌ରେ ପ୍ରାୟ ଦୁଇ ହେକ୍‌ଟର‌୍‌ ଖେତକୁ ଅତିବାଇଗଣୀ ଆଲୋକରେ ସଜାଇଛନ୍ତି, ସ୍ଥାନୀୟ ଶିଳ୍ପୀ ଡାନ୍‌ ରୁଜ୍‌ଗାର୍ଡ‌୍‌। ଖେତରେ ଲିକ୍‌(ପିଆଜ ଜାତୀୟ ଫସଲ) ଚାଷ ହେଉଛି। ସନ୍ଧ୍ୟା ପରେ ଖେତ ନୀଳ, ଲୋହିତ ଓ ନୀଳ-ଲୋହିତ ବର୍ଣ୍ଣର ଆଲୋକରେ ଝଲସୁଛି। ଉକ୍ତ ଦୃଶ୍ୟ ଅତ୍ୟନ୍ତ ମନୋହର। ପର୍ଯ୍ୟଟକମାନେ ମଧ୍ୟ ଆକର୍ଷିତ ହୋଇ ବହୁ ସ˚ଖ୍ୟାରେ ଉପଭୋଗ କରିବାକୁ ଆସୁଛନ୍ତି। ପ୍ରକୃତରେ ଖେତ ସଜାଇବା ମୁଖ୍ୟ ଲକ୍ଷ୍ୟ ନୁହେଁ। ସେଠାରେ ଆଲୋକ ଦ୍ବାରା ଏକ ପରୀକ୍ଷା ଚାଲିଛି। ଲିକ୍‌ ଖେତ ଆଲୋକିତ ରହିଲେ, ଅମଳ ଅଧିକ ହୁଏ ବୋଲି ପ୍ରମାଣିତ। ତେବେ, ଏହା ଦ୍ବାରା ସାର ଓ କୀଟନାଶକର ବ୍ୟବହାର ଅନ୍ୟୂନ ପଚାଶ ପ୍ରତିଶତ କମିବ ବୋଲି ଆଶା କରାଯାଉଛି। ପରୀକ୍ଷା ଫଳାଫଳ ଆଉ କିଛି ଦିନ ଭିତରେ ଜଣାପଡ଼ିବ। ଉଲ୍ଲେଖଯୋଗ୍ୟ ଯେ, ଖେତରେ ଲାଗିଥିବା ବତିଗୁଡ଼ିକ ସୌର-ଶକ୍ତି ବଳରେ ଜଳୁଛି। ସନ୍ଧ୍ୟା ହେବା ପରେ ଖେତ ଆପେ ଆଲୋକିତ ହୋଇଯାଉଛି।

ସମ୍ବନ୍ଧିତ ଖବର