ତୁଷାରପାତ ପାଇଁ ଗୋଟିଏ ଗୋଟିଏ ହୋଇ ପରସ୍ପର ସହ ଧକ୍କା ଖାଇଲା ୫୦ଟି ଗାଡ଼ି: ୩ମୃତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ପରସ୍ପର ସହ ଧକ୍କା ଖାଇଲା ୫୦ଟି ଗାଡ଼ି। ତୁଷାରପାତ ପାଇଁ ରାସ୍ତା ଦେଖାନଯିବାରୁ ପ୍ରାୟ ୫୦-୬୦ଟି ଗାଡ଼ି ପରସ୍ପର ସହ ଧକ୍କା ଖାଇଛି। ଆମେରିକାର ପେନସିଲଭାନିଆର ରାଜପଥରେ ଘଟିଛି ଏଭଳି ଅଭାବନୀୟ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ଏହା ସହ ଅନେକ ଲୋକ ଆହତ ହୋଇଛନ୍ତି।

ଏହି ଭୟାନକ ଦୁର୍ଘଟଣାର ଏକ ଭିଡିଓ ଏବେ ୟୁଟ୍ୟୁବରେ ସେୟାର କରାଯାଇଛି, ଯେଉଁଥିରେ ଯାନବାହାନଗୁଡ଼ିକ ଗୋଟିଏ ପରେ ଗୋଟିଏ ପରସ୍ପର ସହ ଧକ୍କା ଖାଉଥିବାର ଦେଖାଯାଉଛି। ତୁଷାରପାତ ହେତୁ ଗାଡ଼ି ଚାଳକମାନେ କିପରି ନିୟନ୍ତ୍ରଣ ହରାଉଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି। କାର ଧକ୍କା ହେବା ପରେ ଲୋକମାନେ ଡରରେ କାରରୁ ବାହାରକୁ ଆସିଯାଉଥିବା ଭିଡିଓରେ ଦେଖାଯାଉଛି।

ପୁଲିସର ସୂଚନାନୁସାରେ, ଦୁର୍ଘଟଣା ଘଟିିବବା ସମୟରେ ଏହି ଅଞ୍ଚଳରେ ଦୃଶ୍ୟମାନତା ପ୍ରାୟ ଶୂନ ଥିଲା, ଯେଉଁଥିପାଇଁ ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା। ଏହି ଦୁର୍ଘଟଣାରେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି। କୁହାଯାଉଛି ଯେ ଶୁଇଲକିଲ ଦେଶରେ ଚଳିତ ମାସରେ ଏହା ହେଉଛି ଦ୍ୱିତୀୟ ବଡ ଦୁର୍ଘଟଣା।

ସମ୍ବନ୍ଧିତ ଖବର