ନୂଆଦିଲ୍ଲୀ: ସୁପରଷ୍ଟାର ପ୍ରଭାସଙ୍କ ସିନେମା ‘ବାହୁବଳୀ’ ଓ ‘ବାହୁବଳୀ ୨’କୁ ଦେଶ-ବିଦେଶରେ ବଡ଼ ସଫଳତା ମିଳିଛି। ଏହି ସିନେମାରେ ବାହୁବଳୀ ଭାଇ ଭୂମିକା ନିଭାଇ ଥିବା ଭଲ୍ଲାଲଦେବ ଏକ ଷଣ୍ଢ ସହ ଲଢ଼େଇ କରି ତାକୁ ଉଠାଇ କଚାଡି ଦେଇଥିବାର ଦୃଶ୍ୟ ଆମେ ସିନେମାରେ ଦେଖିବାକୁ ପାଇଥିଲୁ। କିନ୍ତୁ ଏମିତି ଏକ ବାସ୍ତବ ଘଟଣା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି କି ଜଣେ ବ୍ୟକ୍ତି ରାସ୍ତା ଉପରେ ଷଣ୍ଢ ସହ ଲଢ଼େଇ କରୁଛନ୍ତି। ସେ ଷଣ୍ଢର ଶିଙ୍ଘକୁ ଧରିଥିବା ବେଳେ ଷଣ୍ଢଟି ଏଥିରୁ ମୁକୁଳିବା ପାଇଁ ଜୋରସୋର ଚେଷ୍ଟା ଚଳାଇଛି। ଯୁବକ ଜଣକ ଷଣ୍ଢର ଶିଙ୍ଘକୁ ପୂରା ବଳ ଲଗାଇ ଜାବୁଡି ଧରି ଥିବାରୁ ଷଣ୍ଢଟି ଏଥିରୁ ମୁକୁଳି ପାରୁ ନାହିଁ।
/sambad/media/post_attachments/wp-content/uploads/2019/11/22-1573886121-1-300x169.jpg)
କିଛି ସମୟ ଧରି ଷଣ୍ଡ ଓ ଯୁବକଙ୍କ ମଧ୍ୟରେ ଏଭଳି ଉଢ଼େଇ ଚାଲୁଛି। ଏହାପରେ ଯୁବକ ଜଣକ ଷଣ୍ଢକୁ ଚଟଣାରେ ଉଠାଇ କଚାଡି ଦେଉଛନ୍ତି। ଯୁବକଙ୍କ ଷଣ୍ଢ ସହିତ ଏଭଳି ଲଢ଼େଇର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ୟବହାରକାରୀ ବି ଏହି ଭିଡିଓକୁ ସେୟାର କରିବା ସହିତ ଉକ୍ତ ଯୁବକଙ୍କୁ ଭଲ୍ଲାଲଦେବ ବୋଲି ଡାକୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/photo-2019-11-16-11-47-47-1573885622.jpg)
