ବର୍ଷା ପାଇଁ ମରାମରି!

ବର୍ଷା ପାଇଁ କେଉଁଠି ଯାଗ-ଯଜ୍ଞ କରାଯାଏ ତ କେଉଁଠି ପୂଜା-ପାଠ; ପୁଣି, କେଉଁଠି ବଳି। ବର୍ଷା ଦେବତାଙ୍କ ତୁଷ୍ଟୀକରଣ ନିମନ୍ତେ ବିଶ୍ବର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଉତ୍ସବ-ଅନୁଷ୍ଠାନ ଆୟୋଜିତ ହେଉଥିବା ଜଣାଶୁଣା କଥା। ମେକ୍‌ସିକୋର କେତେକ ଅଞ୍ଚଳରେ ବର୍ଷା ଲାଗି ମହିଳାମାନେ ମାରପିଟ ହୁଅନ୍ତି। ଏହା ସେଠାକାର ଏକ ପ୍ରାଚୀନ ପରମ୍ପରା।

ନାହୁଆ ନାମକ ମେକ୍‌ସିକାନ୍‌ ଗ୍ରାମରେ ମେ-ଜୁନ୍‌ ମାସରେ ଏହି ଉପଲକ୍ଷେ ମହିଳାମାନେ ପରସ୍ପର ସହ ଲଢ଼ନ୍ତି। ନାକ, କାନ ଫାଟି ରକ୍ତ ବୋହିବା ପର୍ଯ୍ୟନ୍ତ ବେଶ୍‌ ହାତା-ହାତି ହୁଅନ୍ତି। ଗ୍ରାମବାସୀଙ୍କ ଉପସ୍ଥିତିରେ ସ୍ବେଚ୍ଛାରେ ମାରପିଟ ଚାଲେ। ଅସ୍ତ୍ର ବ୍ୟବହାର କରାଯାଏନାହିଁ। ସବୁ କିଛି ହାତରେ ହୁଏ। ଆହତ ମହିଳାଙ୍କ ଶରୀରରୁ ବାହାରୁଥିବା ରକ୍ତ ସ˚ଗ୍ରହ କରି ପାତ୍ରରେ ରଖାଯାଏ। ପରେ ଖେତରେ ପକାଇ ହଳ ବୁଲାଯାଏ। ଖେତ ରକ୍ତ ପାଇଲେ ବର୍ଷା ଆସୁଥିବା ସେଠାକାର ଏକ ଅନ୍ଧ-ବିଶ୍ବାସ।

ସମ୍ବନ୍ଧିତ ଖବର