ମୁମ୍ବାଇ: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ୨୪ ଘଣ୍ଟା ଭଗବାନଙ୍କୁ ବସି ପୂଜା କରିବା ଅପେକ୍ଷା ଯଦି ଜଣେ ମଣିଷକୁ ସାହାଯ୍ୟ କରାଯାଏ ତେବେ ତାହାର ମହତ୍ୱ ଅଧିକ ବୋଲି କୁହାଯାଏା ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ରହୁଥିବା ୫୩ ବର୍ଷିୟ କରିମୁଲ ହକ୍ । ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ୧୯୯୮ରେ ତାଙ୍କ ମା’ ମୃତ୍ୟୁ ବରଣ କରିଥିଲେ । ଏପରି ଯେମିତି ଅନ୍ୟ କାହା ସହ ନ ହୁଏ, ସେଥିପାଇଁ ସେ ନିଜ ବାଇକ୍କୁ ଆମ୍ବୁଲାନ୍ସରେ ପରିଣତ କରି ଦେଇଥିଲେ ।
/sambad/media/post_attachments/wp-content/uploads/2018/01/a-300x225.jpg)
ଏପରି କରି ପ୍ରାୟ ୨୦ଟି ଗ୍ରାମର ପ୍ରାୟ ୩୫୦୦ଲୋକଙ୍କୁ ମାଗଣାରେ ଡ଼ାକ୍ତରଖାନା ପହଞ୍ଚାଇ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି କରିମୁଲ । ଏହି କାମ ତାଙ୍କୁ ସମ୍ମାନ ଦେବା ସହ ସେହି ଅଞ୍ଚଳରେ ତାଙ୍କୁ ‘ଆମ୍ବୁଲାନ୍ସ ଦାଦା’ ନାମରେ ପରିଚିତ କରାଇଛି । କରିମୁଲଙ୍କ ଏଭଳି କାମ ପାଇଁ ସେ ପଶ୍ଚିମବଙ୍ଗ ଅପେକ୍ଷା ସାରା ଦେଶରେ ପ୍ରସିଦ୍ଧ ହୋଇ ପାରିଛନ୍ତି । ଏଥି ପାଇଁ ତାଙ୍କୁ ୨୦୧୭ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି । ତାଙ୍କର ଏଭଳି କାମ ପାଇଁ ରାଜଶ୍ରୀ ପ୍ରଡ଼କ୍ସନ ତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ତିଆରି କରିବାକୁ ଯାଉଛି ।
/sambad/media/post_attachments/wp-content/uploads/2018/01/am-300x141.jpg)
ଏହି ଫିଲ୍ମର ଲେଖକ ଏବଂ ନିର୍ଦ୍ଦେଶକ ବିନୟ ମୁଦ୍ଗଲ୍ ହୋଇ ଥିବା ବେଳେ ଫିଲ୍ମର ନାମ ରଖା ଯାଇଛି ‘ଆମ୍ବୁଲାନ୍ସ ମ୍ୟାନ’ । ଫିଲ୍ମର ଆୟର ୫୦ ପ୍ରତିଶତ କରିମୁଲ ହକ୍ଙ୍କୁ ଦିଆଯିବ ବୋଲି ବିନୟଙ୍କ ଆସିଷ୍ଟାଣ୍ଟ ଆଲୋକ ସିଂ କହିଛନ୍ତି । ରାଜଶ୍ରୀ ପ୍ରଡ଼କ୍ସନ ମୋ ଜୀବନୀକୁ ନେଇ ଚଳଚ୍ଚିତ୍ର କରୁଥିବାରୁ ମୁଁ ବହୁତ ଖୁସି ।
“ଚଳଚ୍ଚିତ୍ରର ସଫଳତା ପରେ ମୋତେ ଯେଉଁ ଟଙ୍କା ମିଳିବ ସେଥିରେ ମୁଁ ଡ଼ାକ୍ତରଖାନା,ସ୍କୁଲ ଏବଂ ଅନାଥ ଆଶ୍ରମ କରିବି” ବୋଲି କରିମୁଲ କହିଛନ୍ତି ।