ଇନ୍ଷ୍ଟାଗ୍ରାମରେ ଦୀର୍ଘ ଭିଡିଓ ବନାଇବାକୁ ଚାହୁଁଥିବା ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଆସୁଛି ନୂଆ ଫିଚର୍
ମୁମ୍ବାଇ: ପୂର୍ବ ଅପେକ୍ଷା ଷ୍ଟୋରିରେ ଲମ୍ବା ଭିିଡିଓ ପୋଷ୍ଟ୍ କରିବା ପାଇଁ ଇନ୍ଷ୍ଟାଗ୍ରାମ୍ ଶେଷରେ ଏକ ନୂଆ ଫିଚର୍ ଆରମ୍ଭ କରିସାରିଛି। ଏହି ନୂଆ ଫିଚର୍ରେ ଏଣିକି ବ୍ୟବହାରକାରୀ ସେମାନଙ୍କ ଷ୍ଟୋରିରେ ଗୋଟାଏ ଥରରେ ୧୫ ପରିବେର୍ତ୍ତ ୬୦ ସେକେଣ୍ଡ୍ର ଭିଡିଓ ରଖିପାରିବେ। ଏବେ ବ୍ୟବହାରକାରୀମାନେ ସେମାନଙ୍କ ଷ୍ଟୋରିରେ ମାତ୍ର ୧୫ ସେକେଣ୍ଡ୍ର ଭିଡିଓ ରଖିପାରୁଛନ୍ତି।
ନିକଟରେ ଏକ ରିପୋର୍ଟରେ ମେଟାର ମୁଖପାତ୍ର କହିଛନ୍ତି ଯେ ଏବେ ଇନ୍ଷ୍ଟାରେ ରିଲ୍ସ ବନାଉଥିବା ବ୍ୟବହାରକାରୀମାନେ ୬୦ ସେକେଣ୍ଡ୍ର ଭିଡିଓ ବନାଇ ପରିବେ ଓ ତାହାକୁ ସେମାନଙ୍କ ଷ୍ଟୋରିରେ ରଖିପାରିବେ। ଦୀର୍ଘ ଭିଡିଓ ବନାଇବାକୁ ଚାହୁଁଥିବା ବ୍ୟବହାରକାରୀଙ୍କ ପାଇଁ ଏହି ନୂଆ ଫିଚର୍ ଖୁବ୍ କାର୍ଯ୍ୟକାରୀ ସାବ୍ୟସ୍ତ ହେବ।
ଯେପରି ଷ୍ଟୋରିରେ ରଖିବା ପାଇଁ ଭିଡିଓ ୬୦ ସେକେଣ୍ଡ୍ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେପରି ଇନ୍ଷ୍ଟା ରିଲ୍ସର ସମୟକୁ ବି ୬୦ ସେକେଣ୍ଡ୍ରୁ ୯୦ ସେକେଣ୍ଡକୁ ବୃଦ୍ଧି କରାଯାଇଛି। ପୂର୍ବରୁ ୬୦ ସେକେଣ୍ଡ୍ ଭିତରେ ରିଲ୍ସ ବନା ଯାଉଥିବା ବେଳେ ଏବେ ବ୍ୟବହାରକାରୀ ୯୦ ସେକେଣ୍ଡର ରିଲ୍ସ ବନାଇ ପାରିବେ।
ପୂର୍ବରୁ ଏକାଥରକେ ୧୦୦ଟା ଷ୍ଟୋରି ଦେଇ ହେଉଥିବା ବେଳେ ଏବେ ମଧ୍ୟ ସେୟା ରହିବ। ମାତ୍ର ଲକାଧିକ ଷ୍ଟୋରି ଦେବା କ୍ଷେତ୍ରରେ ବ୍ୟବହାରକାରୀଙ୍କୁ ‘ସି ଅଲ୍’ ଅପ୍ସନ୍କୁ ଚୟନ କରିବାକୁ ପଡ଼ିବ।
ଇନ୍ଷ୍ଟାଗ୍ରାମର ଆରମ୍ଭରୁ ଫଟୋ ସେୟାରିଂ ଆପ୍ ଭାବେ ଏକ ପରିଚୟ ରହି ଆସିଥିବା ବେଳେ କମ୍ପାନୀ ସେହି ପରିଚୟକୁ ବଜାୟ ରଖିବ। ମାତ୍ର ଭିଡିଓ ଉପରେ ଏବେ ବେଶି ଗୁରୁତ୍ବ ଦେବାର ଯୋଜନା ହୋଇଛି।