ଆପଣ ପିଛିଲା ଆର୍ଥିକ ବର୍ଷ‌ରେ ଚାକିରି ବଦଳାଇଛନ୍ତି କି? ଯଦି ହଁ, ତେବେ ଆପଣଙ୍କୁ ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ହୁଏତ ଟିକେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଏକାଧିକ ଫର୍ମ ୧୬, ସମ୍ଭାବ୍ୟ ଟିଡିଏସ୍‌ ମେଳ ନହେବା ଏବଂ ଗ୍ରାଚ୍ୟୁଇଟି କିମ୍ବା ପ୍ରୋଭିଡେଣ୍ଟ୍‌ ଫଣ୍ଡ୍‌ (ପିଏଫ୍‌) ବା ଏକକାଳୀନ ପେମେଣ୍ଟ ଓ ଉଠାଣ ଭଳି ଏକ ଛୋଟ ଭୁଲ୍‌ ଦ୍ବାରା ବି ଆୟକର ବିଭାଗରୁ ନୋଟିସ୍‌ ଆସିପାରେ। ଆୟକର ବିଶେଷଜ୍ଞମାନେ ସାଧାରଣ ଭୁଲ୍‌ଗୁଡ଼ିକୁ ସୂଚାଇଥାନ୍ତି ଏବଂ ସହଜରେ ଆପଣଙ୍କର ରିଟର୍ଣ୍ଣ ଫାଇଲ୍‌ କରିବା ପାଇଁ ଟିପ୍‌ସ ଦେଇଥାନ୍ତି। 

Advertisment

ଅନେକ ସମୟରେ କର୍ମଚାରୀମାନେ ପ୍ରାୟତଃ ଫର୍ମ ୧୨ବି ବ୍ୟବହାର କରି ସେମାନଙ୍କର ନୂତନ ନିଯୁକ୍ତିଦାତାଙ୍କୁ ପୂର୍ବ ଚାକିରିରୁ ଆୟ ବିଷୟରେ ଜଣାଇବାରେ ବିଫଳ ହୁଅନ୍ତି। ପରିଣାମ ସ୍ୱରୂପ, ନୂତନ ନିଯୁକ୍ତିଦାତା କେବଳ ବର୍ତ୍ତମାନର ଦରମା ଉପରେ ଟିକସ ଗଣନା କରନ୍ତି, ଯାହା ପ୍ରାୟତଃ କମ୍‌ ଟିଡିଏସ୍‌ ଦେଖାଏ ଏବଂ ଫାଇଲିଂ ସମୟରେ ଅଧିକ ଟିକସ୍‌ ଦେବାକୁ ପଡ଼େ। ଆପଣଙ୍କର ରିଟର୍ଣ୍ଣ ସଠିକ୍‌ ଭାବେ ଦାଖଲ କରିବା ପାଇଁ, ଆପଣ ଉକ୍ତ ଆର୍ଥିକ ବର୍ଷର ଯେଉଁ ନିଯୁକ୍ତିଦାତାଙ୍କ ପାଇଁ କାମ କରିଥିଲେ ସେମାନଙ୍କଠାରୁ ଫର୍ମ୧୬ ଆଣନ୍ତୁ। ସବୁ ଫର୍ମ ୧୬ବିରେ ଆପଣଙ୍କ ବେତନ ବିବରଣୀ (ମୋଟ୍‌ ଦରମା, ଡିଡକ୍ସନ୍‌, ଛାଡ଼)କୁ ଯୋଡ଼ନ୍ତୁ। ଫର୍ମ ୨୬ଏଏସ୍‌ ଓ ବାର୍ଷିକ ସୂଚନା ବିବରଣୀ (ଏଆଇଏସ୍‌) ସହିତ ଭାଗ ଏରେ ଟିଡିଏସ୍‌ ବିବରଣୀ ଯାଞ୍ଚ କରନ୍ତୁ।

ସମନ୍ୱିତ ଆୟ ଉପରେ ଆଧାରିତ ଆପଣଙ୍କର ଆଇଟିଆର୍‌ ଦାଖଲ କରିବା ଦ୍ବାରା ଆୟକର ବିବରଣୀ ସୁନିଶ୍ଚିତ ହୁଏ ଏବଂ ପରେ ଆପଣଙ୍କୁ ଟିକସ ନୋଟିସ୍‌ ଏଡ଼ାଇବାରେ ଏହା ସାହାଯ୍ୟ କରେ। ଚାକିରି ବଦଳାଇବା ବେଳେ ଗ୍ରାଚ୍ୟୁଇଟି, ପିଏଫ୍‌ ଉଠାଣ ଓ ଛୁଟି ଭଳି ସୁବିଧା ସମ୍ପର୍କରେ ଜାଣିବା ଜରୁରି। ଗ୍ରାଚ୍ୟୁଇଟିରେ ଯୋଗ୍ୟ କର୍ମଚାରୀଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରମୁକ୍ତ। ଛୁଟି ଛାଡ଼ (ଲିଭ୍‌ ଏନ୍‌କ୍ୟାସ୍‌ମେଣ୍ଟ)ରେ ଅଣ-ସରକାରୀ କର୍ମଚାରୀଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼। ସେହିପରି ପିଏଫ୍‌ ଉଠାଣରେ କେବଳ ୫ ବର୍ଷ ନିରନ୍ତର ଚାକିରି ପରେ କରମୁକ୍ତ; ଅନ୍ୟଥା କରଯୋଗ୍ୟ। ଏଗୁଡ଼ିକୁ ସାମାନ୍ୟ ଅଣଦେଖା କଲେ ଆପଣଙ୍କୁ ଆୟକର ନୋଟିସ୍‌ର ସାମ୍ନା କରିବାକୁ ପଡ଼ିପାରେ।