ଭାରତୀୟ ନିବେଶକଙ୍କ ମଧ୍ୟରେ ‘ରିଅଲ୍ ଇଷ୍ଟେଟ୍ ଇନ୍ଭେଷ୍ଟମେଣ୍ଟ ଟ୍ରଷ୍ଟ’ (ଆର୍ଇଆଇଟି)ର ଲୋକପ୍ରିୟତା ଧୀରେ ଧୀରେ ବଢ଼ିବାରେ ଲାଗିଛି। ବାସ୍ତବ ଜାଗାବାଡ଼ି ନ କିଣି ରିଅଲ୍ ଇଷ୍ଟେଟ୍ ବଜାରରେ ନିବେଶ କରିବାର ଏହା ହେଉଛି ଏକ ସହଜ ଉପାୟ। ଏହା ଏବେ ରିଅଲ୍ ଇଷ୍ଟେଟ୍ରେ ନିବେଶକୁ ଖୁଚୁରା ନିବେଶକଙ୍କ ହାତପାଆନ୍ତାରେ ପହଞ୍ଚାଇ ପାରିଛି।
‘ଆର୍ଇଆଇଟି’କୁ ମ୍ୟୁଚୁଆଲ୍ ଫଣ୍ଡ୍ ସହ ତୁଳନା କରାଯାଇପାରେ, ଯାହା ଷ୍ଟକ୍ ବା ବଣ୍ଡ୍ରେ ନିବେଶ କରିବା ବଦଳରେ ଅଫିସ କୋଠା, ମଲ୍ ଓ ହୋଟେଲ୍ ଆଦିରେ ନିବେଶ କରିଥାଏ। ଗୋଟିଏ ନିର୍ଦ୍ଦିଷ୍ଟ ‘ଆର୍ଇଆଇଟି’ ୟୁନିଟ୍ କିଣିବା ଅର୍ଥ ଆପଣ ସେହି ପ୍ରପର୍ଟିର ଗୋଟିଏ ଛୋଟ ଭାଗ କ୍ରୟ କରୁଛନ୍ତି। ସେଥିରୁ ଭଡ଼ା ସୂତ୍ରରେ ହେଉଥିବା ଆୟକୁ ଅଂଶୀଦାରଙ୍କ ମଧ୍ୟରେ ଡିଭିଡେଣ୍ଡ୍ ଆକାରରେ ବାଣ୍ଟି ଦିଆଯାଏ। ଷ୍ଟକ୍ ବଜାରରେ ହିଁ ‘ଆର୍ଇଆଇଟି’ ଟ୍ରେଡିଂ ହୋଇଥାଏ, ତେଣୁ ଏହାର କିଣାବିକା ସେୟାର୍ କାରବାର ସହିତ ସମାନ।
ଏହାର ଲୋକପ୍ରିୟତା ବଢ଼ିବାର ଏକ ବଡ଼ କାରଣ ହେଉଛି ଏଥିରୁ ନିୟମିତ ଆୟ ହୋଇଥାଏ। ଏହାର ଅନ୍ୟ ଏକ ଦିଗ ହେଉଛି ସ୍ବଚ୍ଛତା- ଲାଭକ୍ଷତି ସମ୍ପର୍କରେ ‘ଆର୍ଇଆଇଟି’ଗୁଡ଼ିକ ସମସ୍ତ ତଥ୍ୟ ପ୍ରଘଟ କରିଥାନ୍ତି ଏବଂ ଆୟର ଅନ୍ୟୂନ ୯୦% ନିବେଶକମାନଙ୍କ ମଧ୍ୟରେ ବାଣ୍ଟିବା ସେମାନଙ୍କ ପାଇଁ ବାଧ୍ୟତାମୂଳକ। ତେଣୁ ଅପେକ୍ଷାକୃତ କମ୍ ବିପଦ ଓ ସ୍ଥିର ଆୟ ଚାହୁଥିବା ନିବେଶକଙ୍କ ଲାଗି ଏହା ଏକ ଉତ୍କୃଷ୍ଟ ନିବେଶ କ୍ଷେତ୍ର। କୋଭିଡ୍ ପରବର୍ତ୍ତୀ ବର୍ଷମାନଙ୍କରେ ଆର୍ଇଆଇଟିମାନଙ୍କରୁ ବାର୍ଷିକ ହାରାହାରି ୬-୭.୫% ଲାଭ ମିଳୁଛି। ଏମ୍ବାସି, ମାଇଣ୍ଡ୍ସ୍ପେସ୍, ବ୍ରୁକ୍ଫିଲ୍ଡ, ନେକ୍ସସ୍ ହେଉଛନ୍ତି ‘ଆର୍ଇଆଇଟି’ କ୍ଷେତ୍ରକୁ ପ୍ରବେଶ କରିଥିବା କେତେକ ବଡ଼ କମ୍ପାନି। ତେଣୁ ଏହାକୁ ଏକ ଉତ୍କୃଷ୍ଟ ବିକଳ୍ପ ଭାବେ ବିଚାର କରାଯାଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/dgjdgdgjcbnbnn-2025-10-30-01-51-59.jpg)