ସ୍ବାମୀଙ୍କ ପାଇଁ ଶଯ୍ୟାସଙ୍ଗିନୀ ଖୋଜା!

ଜଣେ ବିବାହିତ ପୁରୁଷ ଅନ୍ୟ କୌଣସି ମହିଳା ସହ ସାମାନ୍ୟ କଥାବାର୍ତ୍ତା କଲେ ବି ତାଙ୍କ ପତ୍ନୀ ଈର୍ଷା କରିବା ସ୍ବାଭାବିକ। ତେଣୁ ପୁରାଣରେ ବର୍ଣ୍ଣିତ ସତୀ ଅନୁସୂୟା ପତି ବିଷ୍ଣୁଦାସଙ୍କ ପାଇଁ ବାରବଧୂ ଲକ୍ଷହୀରାଙ୍କ ପରି ଶଯ୍ୟାସଙ୍ଗିନୀ ଖୋଜିବା କଥା ମନରେ ଆଲୋଡ଼ନ ସୃଷ୍ଟି କରେ। ତେବେ ନିକଟରେ ଥାଇଲାଣ୍ଡର ଜଣେ ୪୪ ବର୍ଷୀୟା ମହିଳା ତାଙ୍କ ସ୍ବାମୀଙ୍କ ପାଇଁ ଅନୁରୂପ ଭାବେ ଜଣେ ଶଯ୍ୟାସଙ୍ଗିନୀ ଯୋଗାଡ଼ ପାଇଁ ବିଜ୍ଞାପନ ଦେବା ଘଟଣା ଏବେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି। ଜଣେ ‘ଶିକ୍ଷିତା ଉପହାରଯୋଗ୍ୟା’ ମହିଳା ଲୋଡ଼ା ବୋଲି ସେ ଦେଇଥିବା ବିବାଦୀୟ ବିଜ୍ଞାପନକୁ ଅନେକ ତିରସ୍କାର କରିଥିବା ବେଳେ ସଂପୃକ୍ତ ମହିଳା ତାଙ୍କ ଉଦ୍ୟମରେ ସଫଳ ହୋଇଛନ୍ତି।

ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍ଗକକ୍‌ରେ ରହୁଥିବା ପତ୍ତିମା ଚମନାନ୍‌ ନାମକ ଏହି ମହିଳାଙ୍କ କହିବା ଅନୁଯାୟୀ, ନିକଟରେ କିଛିଦିନ ହେଲା ଅସୁସ୍ଥତା କାରଣରୁ ସେ ତାଙ୍କ ସ୍ବାମୀଙ୍କ ସହ ରାତ୍ରି କଟାଇ ପାରୁନାହାନ୍ତି। ତେଣୁ ସ୍ବାମୀଙ୍କ ପାଇଁ ନିଜର ଶୂନ୍ୟସ୍ଥାନ ପୂରଣ ପାଇଁ ପତ୍ତିମା ଜଣେ ଶିକ୍ଷିତା ମହିଳାଙ୍କ ତଲାସରେ ରହିଥିଲେ। ଜଣେ ଶିକ୍ଷିତା ତଥା ଭଲ କଥାବାର୍ତ୍ତା କରି ପାରୁଥିବା ମହିଳା ତାଙ୍କ ସ୍ବାମୀଙ୍କର ଶଯ୍ୟାସଙ୍ଗିନୀ ହେବା ପାଇଁ ସେ ଗଣମାଧ୍ୟମରେ ବିଜ୍ଞାପନ ଦେଇଥିଲେ। ଏଥିପାଇଁ ମାଗଣା ଖାଇବା ଓ ତାଙ୍କ ସହ ଆପାର୍ଟମେଣ୍ଟରେ ରହିବା ସହ ମାସକୁ ୪୫୦ ଡଲାର ପାରିଶ୍ରମିକ ମିଳିବ ବୋଲି ମଧ୍ୟ ସେ ଘୋଷଣା କରିଥିଲେ। ଏପରି ପ୍ରସ୍ତାବ ଅନେକଙ୍କର ଭ୍ରୂକୁଞ୍ଚନ ସୃଷ୍ଟି କରିଥିବା ବେ​ଳେ ପତ୍ତିମାଙ୍କର ଜଣେ ୩୩ ବର୍ଷୀୟା ବାନ୍ଧବୀ ଏଥିପାଇଁ ରାଜି ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର