ଅଦ୍ଭୁତ ନିୟମ: କାର୍ଯ୍ୟରୁ ଛୁଟି ନ ନେଲେ ଦେବାକୁ ପଡ଼େ ଜରିମାନା

ପ୍ରତ୍ୟେକ ବ୍ୟକ୍ତିକୁୁ ଜୀବନରେ କିଛି ସମୟର ବିରତି ଆବଶ୍ୟକ ହୋଇଥାଏ। ସେ କାର୍ଯ୍ୟଳୟ ହେଉ ବା ବ୍ୟବସାୟ; ସମସ୍ତଙ୍କୁ ସପ୍ତାହରେ ଗୋଟିଏ ଦିନ ପାଇଁ ଯାହା ହେଲେ ବି ଛୁଟି ଦରକାର ହୋଇଥାଏ । ତେବେ, ଏହି ଗୋଟିଏ ଦିନର ଛୁଟି ପାଇଁ ଲୋକଙ୍କୁ ଅନେକ ଆବେଦନ ଏବଂ ଦରଖାସ୍ତ ଦେବାକୁ ପଡ଼ିଥାଏ । କିନ୍ତୁ ଦୁନିଆରେ ଏପରି ଏକ ଦେଶ ରହିଛି, ଯେଉଁଠାରେ ଛୁଟି ନେବା ନିୟମ ସଂପୂର୍ଣ୍ଣ ଭିନ୍ନ । ଏଠାରେ ଯଦି ଆପଣ କାର୍ଯ୍ୟରୁ ଛୁଟି ନ ନେଲେ; ତେବେ ଆପଣଙ୍କୁ ଜରିମାନା ଗଣିବାକୁ ପଡ଼ବ।

rochakpost.com

ଫ୍ରାନ୍ସ ଏକ ଏଭଳି ଦେଶ, ଯେଉଁଠାରେ କର୍ମଚାରୀ ଛୁଟି ନ ନେଲେ ସେମାନଙ୍କୁ ଜରିମାନା ଦେବାକୁ ପଡ଼ିଥାଏ । ନିକଟରେ ଏହା ସହ ଜଡ଼ିତ ଏକ ଘଟଣା ସାମ୍ନାକୁ ଆସିଛି । ଫ୍ରାନ୍ସରେ ଏକ ବେକର(ରୁଟି ବିକାଳି)ଙ୍କୁ ୩୬ ଡ଼ଲାର ମାନେ ଭାରତୀୟ ମୁଦ୍ରାରେ ୨ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି । କାରଣ, ସେ ଗତ ଏକ ବର୍ଷ ହେବ କୌଣସି ଛୁଟି ନେଇ ନ ଥିଲେ ।

rochakpost.com

ବେକ୍‌ ସପ୍‌ର ମାଲିକ ୪୧ ବର୍ଷିୟ ସୋଡ଼୍ରିକ ଓ୍ଵାନବ୍ରି ଗତବର୍ଷ ଗ୍ରୀଷ୍ମ ଋତୁରୁ ଏପର୍ଯ୍ୟନ୍ତ ଗୋଟେ ମାତ୍ର ଛୁଟି ନେଇ ନାହାନ୍ତି । ଫ୍ରାନ୍ସର କର୍ମଚାରୀ ଆଇନ ଅନୁଯାୟୀ, ସପ୍ତାହର ୭ ଦିନ ବିନା କୌଣସି ଛୁଟିରେ କାମ କରିବା ଆଇନଗତ ଅପରାଧ । ସୋଡ଼୍ରିକ ତାଙ୍କର ଗ୍ରାହକଙ୍କ ସଂଖ୍ୟା ବଢ଼ୁଥିବା ଦେଖି ବେକ୍‌ସପ୍‌ (ରୁଟି ପ୍ରସ୍ତୁତ ଦୋକାନ)କୁ ବର୍ଷକ ବାରମାସ ଖୋଲା ରଖିଥିଲେ । ଏଥିପାଇଁ ତାଙ୍କୁ ବର୍ତ୍ତମାନ ବଡ଼ ଆକାରର ଜରିମାନା ଦେବାକୁ ପଡ଼ିଛି । ତେବେ କିଛି ଲୋକ ତାଙ୍କର କାମ କରିବାର ଏହି ଇଚ୍ଛାର ପ୍ରଶଂସା ମଧ୍ୟ କରୁଛନ୍ତି ।

ସମ୍ବନ୍ଧିତ ଖବର