ତର୍ଜନୀ ଆଙ୍ଗୁଳି ଏବଂ ମଧ୍ୟମ ଆଙ୍ଗୁଳିରେ କଳାଜାଇ ଥିଲେ କ’ଣ ହୁଏ ?

ଅନେକ ଲୋକଙ୍କ ବିଭିନ୍ନ ଅଙ୍ଗରେ କଳାଜାଇ ଦେଖିବାକୁ ମିଳିଥାଏ । ଠିକ୍‌ ସେହିପରି କେତେକଙ୍କ ହାତ ଆଙ୍ଗୁଳିରେ ମଧ୍ୟ କଳାଜାଇ ପରିଲକ୍ଷିତ ହୋଇଥାଏ । ତର୍ଜନୀ ଆଙ୍ଗୁଠିରେ କିଛି ସମସ୍ୟା ରହିଛି କି ନା ତାହା ମଧ୍ୟ ଜାଣିବାକୁ ଚାହାଁନ୍ତି କି ? ଠିକ୍‌ ସେହିପରି ମଧ୍ୟମ ଆଙ୍ଗୁଳିରେ କଳାଜାଇ ରହସ୍ୟ କିଛି ଅଛି ତାହା ଜାଣିବାକୁ ଚାହାଁନ୍ତି କି ?ତେବେ ଏହା କ’ଣ ଦର୍ଶାଇଥାଏ, ତାହା ଜାଣିବାକୁ ଚାହାଁନ୍ତି କି? ଏହା କ’ଣ କେବଳ ସୌନ୍ଦର୍ଯ୍ୟର ପ୍ରତୀକ ନା ଏହା ଭିତରେ ଅନ୍ୟ କିଛି ରହସ୍ୟା ରହିଛି? ଏହା କ’ଣ ସ୍ୱାସ୍ଥ୍ୟ ଜନିତ ସମସ୍ୟା ବା ଏହାର ଜ୍ୟୋତିଷଗତ କିଛି ପ୍ରସଙ୍ଗ ରହିଛି । ଆସନ୍ତୁ ସେ ବିଷୟରେ ଜାଣିବା …

photo-speakingtree

ତର୍ଜନୀ ଆଙ୍ଗୁଠିରେ ଉପର ଭାଗରେ ଯଦି କଳାଜାଇ ଥାଏ, ତେବେ ଉକ୍ତ ବ୍ୟକ୍ତି ଅନ୍ୟମାନଙ୍କୁ ଭଲ ପରାମର୍ଶ ଓ ଉପଦେଶ ଦେଇଥାନ୍ତି । ଏମାନେ ନିଃସଙ୍ଗ ଜୀବନ ବିତାଇଥାଆନ୍ତି ।ତର୍ଜନୀ ଆଙ୍ଗୁଠିରେ ଦ୍ୱିତୀୟ ଭାଗରେ ଯଦି କଳାଜାଇ ପରିଲକ୍ଷିତ ହୁଏ, ତେବେ ବ୍ୟକ୍ତି ଅନ୍ୟମାନଙ୍କ ସହ ସଂପର୍କ ରଖିବାରେ ସହଜ ବୋଧ କରନ୍ତି ନାହିଁ । ଏହି କୌଣସି କଥାକୁ ନେଇ ସିରିଅସ୍‌ ନୁହଁନ୍ତି । ଠିକ୍‌ ସେହିପରି ତର୍ଜନୀ ଆଙ୍ଗୁଠି ର ତୃତୀୟ ଭାଗରେ ଯଦି କଳାଜାଇ ଥାଏ, ତେବେ ତାହା ସୂଚିତ କରେ କି ଆପଣ ଖରାପ ଖାଦ୍ୟାଭ୍ୟାସରେ ଜଡ଼ିତ । ତର୍ଜନୀ ଆଙ୍ଗୁଠିର ଏକଦମ ତଳେ ଯଦି କଳାଜାଇ ଥାଏ, ତେବେ ବିବାହରେ ବିଳମ୍ବ ଘଟିଥାଏ । ଏହି ବ୍ୟକ୍ତିମାନଙ୍କଠାରେ ଶାରୀରିକ ଦୁର୍ବଳତା ଓ ଏସିଡିଟି ରୋଗର ଆଶଙ୍କା ମଧ୍ୟ ଦେଇଥାଏ ।

ଯଦି ଆପଣଙ୍କର ମଧ୍ୟମା ଆଙ୍ଗୁଳିର ଉପର ଭାଗରେ କଳାଜାଇ ଥାଏ,ତେବେ ଜାଣନ୍ତୁ ଆପଣଙ୍କର ନିଷ୍ପତ୍ତି ନେବାର କ୍ଷମତା ଖୁବ୍‌ ଭଲ।ଏହି ନିଷ୍ପତ୍ତି ଆପଣଙ୍କୁ ଅଧିକାଂଶ ସମୟରେ ଲାଭ ପ୍ରଦାନ କରିଥାଏ।ଯଦି ମଧ୍ୟମ ଆଙ୍ଗୁଳିର ମଧ୍ୟ ଭାଗରେ କଳାଜାଇ ଥାଏ,ତେବେ ଆପଣଙ୍କ ଶରୀରରେ ଆଇରନର ପରିମାଣ କମ୍‌ ବୋଲି ଧରି ନେବାକୁ ପଡ଼ିବ।ଏହାର ଅର୍ଥ ହେଲା ଆପଣ ସଂପର୍କ ରକ୍ଷା କରିବାରେ ଅତ୍ୟନ୍ତ ଦୁର୍ବଳ।

photo-speakingtree

ଠିକ୍‌ ସେହିପରି ମଧ୍ୟମ ଆଙ୍ଗୁଳିର ତଳ ଅଂଶରେ କଳାଜାଇ ଥିବ,ତେବେ ଏହା ସୂଚାଉଛି କି ଆପଣଙ୍କ ଫୁସ୍‌ଫୁସ୍‌େରେ କିଛି ସମସ୍ୟା ଅଛି।ଯେଉଁ ବ୍ୟକ୍ତିଙ୍କ ଠାରେ ଏଭଳି କଳାଜାଇ ଦେଖିବାକୁ ମିଳେ,ତାଙ୍କ ଠାରେ ମାନସିକ ସ୍ଥିରତା ନ ଥାଏ। ମଧ୍ୟମ ଆଙ୍ଗୁଳିର ଏକଦମ୍‌ ତଳେ ଯଦି କଳାଜାଇ ପରିଲକ୍ଷିତ ହୁଏ,ତେବେ ସେହି ଶକ୍ତିର ଜୀବନ ସଂଘର୍ଷମୟ ହୋଇଥାଏ। ଏମାନେ କୌଣସି ଆଶା ନ ରଖି ସମାଜ ସେବାରେ ନୟୋଜିତ ହୋଇଥା’ନ୍ତି।

ବୃଦ୍ଧ ଆଙ୍ଗୁଳିର ଉପର ଅଂଶରେ ଯଦି କଳାଜାଇ ଥାଏ,ତେବେ ଜାଣନ୍ତୁ ଆପଣଙ୍କ ଠାରେ ଇଛା ଶକ୍ତିର ଘୋର ଅଭାବ ରହିଛି ଓ ଆପଣ ବିଶେଷ ମିଳାମିଶା କରନ୍ତି ନାହିଁ।
ବୃଦ୍ଧ ଆଙ୍ଗୁଳିର ମଧ୍ୟ ଭାଗରେ କଳାଜାଇ ଥିଲେ ଏହା ସୂଚିତ କରାଏ ଯେ ବ୍ୟକ୍ତିର ବ୍ୟକ୍ତିତ୍ୱ ଖୁବ୍‌ କଳ୍ପନା ଶୀଳ।ଏମାନେ ବିବାହ ସମେତ ଅନ୍ୟ କୌଣସି ବନ୍ଧନରେ ବାନ୍ଧି ହେବାକୁ ଅନିଛୁକ।

ସମ୍ବନ୍ଧିତ ଖବର