ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲ ହୋଇଛି। ଯେଉଁଥିରେ ବର ଓ ବଧୂ ବିବାହ ମଣ୍ଡପ ଉପରେ ଛିଡ଼ା ହୋଇଛନ୍ତି। ଆଉ ବର ଓ ବଧୂଙ୍କୁ ଦେଖିବା ପାଇଁ ବନ୍ଧୁବନ୍ଧାବ ସମେତ ନିମନ୍ତ୍ରିତ ଅତିଥିଙ୍କ ଭିଡ଼ ବି ଜମିଥିବା ଦେଖିବାକୁ ମିଳୁଛି।
ବର ଓ ବଧୂ ବିବାହ ମଣ୍ଡପ ଉପରେ ଜୟମାଳା ପାଇଁ ପ୍ରସ୍ତୁତ ହେଉଛନ୍ତି। ପରସ୍ପରକୁ ଜୟମାଳା ପିନ୍ଧାଇବା ପାଇଁ ଫୁଲ ବି ଧରିଛନ୍ତି। ଏତିକି ବେଳେ ହଠାତ ବର ଓ ବଧୂ ଛିଡା ହୋଇଥିବା ବିବାହ ମଣ୍ଡପରେ ନିଆଁ ଲାଗି ଯାଇଥିଲା। ଏହି ଅଘଟଣ ଦେଖି ଭଉଣୀର ଭାଇ ମଣ୍ଡପ ଉପରକୁ ଚଢ଼ି ଯାଇ, ନିଜର ଜୀବନକୁ ବିପଦରେ ପକାଇ ଜ୍ୟାକେଟ ଖୋଲି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲା।
ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ। ତେବେ ଭଉଣୀ ଓ ଭିଣୋଇ ପାଇଁ ଭାଇର ଏଭଳି କାମକୁ ପ୍ରଶଂସା କରାଯାଉଛି।
View this post on Instagram
ଏହି ଘଟଣାର ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହୁଛନ୍ତି, ‘ଦୁନିଆରେ ଏମିତି ଭାଇ ଥିଲେ ଭଉଣୀର ଡର କାହାକୁ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/20oamut_ty_625x300_13_April_23.webp)