ଅସାବଧାନତାରୁ ମହିଳାଙ୍କ ମୁଣ୍ଡରେ ନିଆଁ ଲାଗି ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ବ୍ୟସ୍ତ-ବହୁଳ ଜୀବନ ଭିତରେ ବେଳେ ବେଳେ ଆମେ ଖୋଜୁଥିବା ଜିନିଷକୁ ହାତରେ ଧରି ଏଣେ ତେଣେ ଖୋଜୁ ଯାହାକୁ ଡାକ୍ତରୀ ଭାଷାରେ ଭୁଲାପଣ କୁହନ୍ତି। ଏମିତି ଅନେକ ଘଟଣା ଆମ ସହ ଘଟିଥାଏ। ନିକଟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ରୋଷେଇ ଘରେ କାମ କରୁଥିବା ବେଳେ ତାଙ୍କ ସହ ଏଭଳି କିଛି ଘଟିଲା ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରୋଷେଇ ଘରେ ଥିବା କପବୋର୍ଡ ରୁ କିଛି ଖୋଜୁ ଖୋଜୁ ତାଙ୍କ ମୁଣ୍ଡକେଶ ଗ୍ୟାସ ଚୁଲା ସହ ଲାଗି ନିଆଁ ଲାଗିଯାଉଛି। ସେ ପର୍ଯ୍ୟନ୍ତ ସେ ଜାଣିପାରୁନାହାନ୍ତି ଯେ ପର୍ଯ୍ୟନ୍ତ ସେ ମୁଣ୍ଡରେ ଗରମ ଅନୁଭବ କରିପାରୁନାହାନ୍ତି।

ବର୍ତ୍ତମାନ ମହିଳାଙ୍କ ଏହି ନିଆଁ ଲାଗିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ହେଉଥିବା ଏହି କ୍ଲିପ୍ ସୋସିଆଲ୍ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ସେୟାର କରାଯାଇଛି । ଟ୍ୱିଟରରେ ‘ଦ ଫରେନ’ ନାମକ ଏକ ପ୍ରୋଫାଇଲରେ ପୋଷ୍ଟ କରାଯାଇଛି।

ଏହି ଭିଡିଓରେ, ଜଣେ ମହିଳା ରୋଷେଇ ଘର ଭିତରେ ରୋଷେଇ କରୁଥିବା ବେଳେ ଡ୍ରୟରରୁ କିଛି ବାହାର କରିବାକୁ ନଇଁ ପଡ଼ିଛନ୍ତି, ସେହି ସମୟରେ ଗ୍ୟାସ ଚୁଲା ସଂସ୍ପର୍ଶରେ ଆସିବା ପରେ ତାଙ୍କ କେଶ ଜଳିବା ଆରମ୍ଭ କରେ । ମୁଣ୍ଡରେ ନିଆଁ ବଢ଼ିବା ପରେ ପାଖାପାଖି ୪୦ସେକେଣ୍ଡ ପର୍ଯ୍ୟନ୍ତ ସେ କିଛି ଜାଣିପାରି ନଥିଲେ । ପରେ ମହିଳା ଜଣକ ମୁଣ୍ଡରେ ଉତ୍ତାପ ଅନୁଭବ କରିବାପରେ ବ୍ୟସ୍ତ ହେଇ ସେ ନିଜ କେଶରେ ଲାଗିଥିବା ନିଆଁକୁ ଲିଭାଉଥିବା ଦେଖିବାକୁ ମିଳିଛି । ଭିଡିଓଟି ସୋସିଆଲ ମିଡିଆରେ ୨୫ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି।

ସମ୍ବନ୍ଧିତ ଖବର