ଲକ୍ଷ୍ନୌ: ଉତ୍ତରପ୍ରଦେଶର ଫିରୋଜାବାଦରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବୃଦ୍ଧାଙ୍କୁ ହସ୍ପିଟାଲ୍‌ରେ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ତାଙ୍କୁ ନେଇ ଶ୍ମଶାନ ଯାଉଥିଲେ। ମାତ୍ର ଶ୍ମଶାନ ଯିବା ବାଟ‌ରେ ବୃଦ୍ଧ ଜଣକ କୋକେଇରୁ ଉଠି ବସିବା ଦେଖି ଘର ଲୋକ ଆଶ୍ଚର୍ଯ୍ୟ ହୋଇ ଗଲେ।

Advertisment

ଜାଣିବାକୁ ମିଳିଛି ଯେ ୮୧ ବର୍ଷୀୟା ମହିଳାଙ୍କର ବ୍ରେନ୍‌ ହାମ୍‌ରେଜ୍‌ ହୋଇଥିଲା। ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ବ୍ରେନ୍‌ ଡେଡ୍‌ ବା ମସ୍ତିଷ୍କ ଅକାମୀ ବୋଲି ଘୋଷଣା କରିଥିଲେ। ଡାକ୍ତର ବୃଦ୍ଧାଙ୍କୁ ମୃତ ଘୋଷଣା କରିବା ପରେ ପରିବାର ଲୋକ ତାଙ୍କର ଅନ୍ତିମ ସତ୍କାର କରିବାକୁ ଶ୍ମଶାନକୁ ନେଇ ଯାଉଥିଲେ।

ପରିଜନ ମହିଳାଙ୍କ ଶ୍ମଶାନ ନେଇ ଯାଉଥିବା ବେଳେ ଅଚାନକ ସେ ଆଖି ଖୋଲି ପକାଇଲେ। ଯାହାକୁ ଦେଖି ସମସ୍ତେ ଚକିତ ହୋଇଗଲେ। ପରିବାର ଲୋକ ଖୁସି ହୋଇ ମହିଳାଙ୍କୁ ଘରକୁ ନେଇ ଫେରିଗଲେ। ମାତ୍ର ପରଦିନ ବୃଦ୍ଧାଙ୍କର ପରଲୋକ ହୋଇଗଲା।

ଏହି ମାମଲାଟି ଫିରେଜୋବାଦ୍‌ର ବିଳାସପୁରର। ବୃଦ୍ଧାଙ୍କ ନାମ ହରିଭେଜି। ଗତ ଡିସେମ୍ବର ୨୩ ତାରିଖରେ ତାଙ୍କର ଶାରୀରିକ ଅସୁସ୍ଥତା ଯୋଗୁ ଫିରୋଜାବାଦର ଟ୍ରମା ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା। ଟ୍ରମା ସେଣ୍ଟର୍‌ରେ କିଛି ଦିନ ଚିକିତ୍ସିତ ହେବା ପରେ ତାଙ୍କ ମସ୍ତିଷ୍କ ଏବଂ ଦୃଦୟ କାମ କରିବା ବନ୍ଦ କରି ଦେଇଥିଲା। କାର୍ଯ୍ୟରତ ଡାକ୍ତରମାନେ ପରିବାର‌ ‌ଲୋକଙ୍କୁ ବୃଦ୍ଧାଙ୍କ ଜୀବନ ଚାଲି ଯାଇଥିବା ସୂଚନା ଦେଇଥିଲେ।