ନୂଆଦିଲ୍ଲୀ: ମେଡିକାଲ ସାଇନ୍ସ ଦିନକୁ ଦିନ ଉନ୍ନତୀ କରି ଚାଲିଛି। ନିକଟରେ ମେଡିକାଲ ସାଇନ୍ସ ଏକ ନୂଆ ସଫଳତା ପାଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ନିକଟରେ ବିଶ୍ବରେ ଏମିତି ଜଣେ ଶିଶୁ ଜନ୍ମ ନେଇଛି ବୋଲି ଦାବି କରାଯାଉଛି, ଯାହାର ଜିନ୍ସରେ ତିନିଜଣଙ୍କ ଡିଏନଏ ରହିଛି। ଏହି ଶିଶୁ ମଧ୍ୟରେ ସ୍ବତନ୍ତ୍ର ଏହା ରହିବ କି ତାକୁ ଜେନେଟିକ ରୋଗ ହେବ ନାହିଁ। କେବଳ ଏତିକି ନୁହେଁ, ଏଭଳି ଶିଶୁକୁ କେବେ ହେଲେ ମାଇଟୋକଣ୍ଡ୍ରିଆଲ୍ ରୋଗ ହେବନାହିଁ।
ଆଇଭିଏଫ ଉପାୟରେ ଜନ୍ମ ହୋଇଥିବା ଉକ୍ତ ଶିଶୁ ଶରୀରରେ ୯୯.୮ ପ୍ରତିଶତ ଡିଏନଏ ମା’ ଓ ବାପାଙ୍କ ଠାରୁ ଆସିଥିବା ବେଳେ ବାକି ଡିଏନଏ ଅନ୍ୟ ଜଣେ ମହିଳାଙ୍କ ଠାରୁ ଆସିଛି।
ଫର୍ଟିଲିଟି ରେଗୁଲେଟର ଦ୍ବାରା ପ୍ରକାଶ କି, ବ୍ରିଟେନରେ ପ୍ରଥମ ଥର ତିନିଜଣଙ୍କ ଡିଏନଏ ବ୍ୟବହାର କରାଯାଇ ଜଣେ ଶିଶୁକୁ ଜନ୍ମ ଦିଆଯାଇଛି। ଏହି ଉପାୟରେ ଜନ୍ମ ନେଇଥିବା ଶିଶୁ ଶରୀରରେ ମାଇଟୋକଣ୍ଡ୍ରିଆଲ୍ ରୋଗ ହେବ ନାହିଁ। ଉକ୍ତ ଶିଶୁଙ୍କ ମାତା ଓ ପିତାଙ୍କ ନାମ ଗୋପନ ରଖାଯାଇଛି। କାରଣ ଏଭଳି ସ୍ବତନ୍ତ୍ର ଉପାୟରେ ଜନ୍ମ ନେଉଥିବା ଶିଶୁର ମାତା ଓ ପିତାଙ୍କ ନାମକୁ ସାର୍ବଜନୀନ କରିବାର ନିୟମ ନାହିଁ।
ତେବେ ଏଭଳି ଘଟଣା ବିଶ୍ବରେ ପ୍ରଥମ ବୋଲି କୁହାଯାଉଥିବା ବେଳେ କିଛି ରିପୋର୍ଟ ଦାବି କରୁଛି କି, ଏମଡିଟି ଜରିଆରେ ଜନ୍ମ ନେଇଥିବା ଶିଶୁ ୟୁକେରେ ପ୍ରଥମ ନୁହେଁ। ଏହା ପୂର୍ବରୁ ଏହି ଉପାୟରେ ଆମେରିକାରେ ୨୦୧୬ରେ ଏମିତି ଜଣେ ଶିଶୁ ଜନ୍ମ ନେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/୯୦-2.jpg)