ଏସିଆରେ ପ୍ରଥମ: ୧୩ ଘଣ୍ଟାର ଅସ୍ତ୍ରୋପଚାରରେ ୧୯ ବର୍ଷୀୟା ଛାତ୍ରୀଙ୍କ ଦୁଇ ହାତ ପ୍ରତିରୋପଣ ହେଲା

ପ୍ରଥମ ଥର ପାଇଁ ଏସିଆ ମହାଦେଶରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଜଣେ ଛାତ୍ରୀଙ୍କର କଟିଯାଇଥିବା ଦୁଇ ବାହୁର ପ୍ରତ୍ୟାରୋପଣ କରାଯାଇଛି । ଏହା କୋଚିସ୍ଥିତ ଏମ୍ସରେ କରାଯାଇଛି। ଡାକ୍ତରମାନେ ଏଥିରେ ସଫଳତା ମଧ୍ୟ ପାଇଛନ୍ତି ।

୧୯ ବର୍ଷ ବୟସ୍କା ଛାତ୍ରୀ ଶ୍ରେୟା ସିଦ୍ଦାନାଗୌଡା ଗତ ବର୍ଷ ଏକ ରାସ୍ତା ଦୁର୍ଘଟଣାରେ ତାଙ୍କର ଦୁଇ ହାତ ହରାଇଥିଲେ । ସେ ମଣିପାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରେ କେମିକାଲ୍‌ ଇଞ୍ଜିନିୟରିଂରେ ପଢନ୍ତି । ଏର୍ଣ୍ଣାକୁଲମ୍‌ର ରାଜାଗିରି କଲେଜର୍‌ ଛାତ୍ର ସଚିନ୍‌ ତାଙ୍କୁ ଏହି ହାତ ଦୁଇଟି ପ୍ରଦାନ କରିଛନ୍ତି। ସଚିନ୍‌ ଏକ ବାଇକ୍‌ ଆକ୍ସିଡେଣ୍ଟ୍‌ରେ ଗୁରୁତର ହେବା ପରେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିଲା । ସଚିନଙ୍କ ପରିବାର ଲୋକ ଶ୍ରେୟାଙ୍କୁ ଅଙ୍ଗ ପ୍ରଦାନ ଲାଗି ରାଜି ହେବା ପରେ ତାଙ୍କର ଦୁଇ ହାତ ଅଣାଯାଇଥିଲା ।

ସଚିନଙ୍କ ଦୁଇ ଅକ୍ଷତ ହାତକୁ ଶ୍ରେୟାଙ୍କ ଶରୀରରେ ପ୍ରତ୍ୟାରୋପଣ କରିବା ଲାଗି ଡାକ୍ତରମାନଙ୍କୁ ୧୩ ଘଣ୍ଟା ସମୟ ଲାଗିଥିଲା । ୨୦ ଜଣ ସର୍ଜନ ଏବଂ ୧୩ ଜଣ ଆନେସ୍ଥେସିଆଟିଷ୍ଟଙ୍କ ଦ୍ୱାରା ଏହି ଐତିହାସିକ ଅସ୍ତ୍ରୋପଚାର ସଂପନ୍ନ ହୋଇଥିଲା। ଏମ୍ସର ପ୍ଲାଷ୍ଟିକ୍‌ ଏବଂ ପୁନଃନିର୍ମାଣ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ସୁବ୍ରମନିଆ ଆୟାର୍‌ଙ୍କ ତତ୍ତ୍ୱାବଧାନରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା।

ସଚିନଙ୍କ ଦୁଇ ଅକ୍ଷତ ହାତକୁ ଶ୍ରେୟାଙ୍କ ଶରୀରରେ ପ୍ରତ୍ୟାରୋପଣ କରିବା ଲାଗି ଡାକ୍ତରମାନଙ୍କୁ ୧୩ ଘଣ୍ଟା ସମୟ ଲାଗିଥିଲା । ୨୦ ଜଣ ସର୍ଜନ ଏବଂ ୧୩ ଜଣ ଆନେସ୍ଥେସିଆଟିଷ୍ଟଙ୍କ ଦ୍ୱାରା ଏହି ଐତିହାସିକ ଅସ୍ତ୍ରୋପଚାର ସଂପନ୍ନ ହୋଇଥିଲା। ଏମ୍ସର ପ୍ଲାଷ୍ଟିକ୍‌ ଏବଂ ପୁନଃନିର୍ମାଣ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ସୁବ୍ରମନିଆ ଆୟାର୍‌ଙ୍କ ତତ୍ତ୍ୱାବଧାନରେ ଏହି ବିରଳ ଅସ୍ତ୍ରୋପଚାର କରାଯାଇଥିଲା।

ଗତ ସେପ୍ଟେମ୍ବର ମାସରେ ଶ୍ରେୟା ଯାଉଥିବା ବସ୍‌ଟି ଓଲଟି ପଡ଼ିଥିଲା। ବସ୍‌ଟି ଶ୍ରେୟାଙ୍କ ହାତ ଉପରେ ଚଢ଼ି ଯାଇଥିଲା । ତାକୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ କହୁଣୀଠାରୁ ତାଙ୍କ ହାତ ଅକାମି ହୋଇଯାଇଥିଲା । ଫଳରେ ଦୁଇ ହାତ କଟା ଯାଇଥିଲା।

ଏହା ବିଶ୍ୱରେ ପ୍ରଥମ ଯେ ଜଣେ ପୁରୁଷର ହାତ ଜଣେ ମହିଳାଙ୍କଠାରେ ଲାଗିଛି । ଶ୍ରେୟା କହିଛନ୍ତି କି ମୁଁ ଯେତେବେଳେ ଶୁଣିଲି ଭାରତରେ ଏହି ପ୍ରତ୍ୟାରୋପଣର ସୁବିଧା ଅଛି, ମୁୁଁ କହିଲି ଏହି ଅସୁବିଧା ମୋର କ୍ଷଣସ୍ଥାୟୀ । ମୁଁ ମଧ୍ୟ କିଛି ବର୍ଷ ପରେ ଏକ ସାଧାରଣ ଜୀବନ ବିତେଇବି ।

ଯେତେବେଳେ ଡାକ୍ତରମାନେ ଅନିଶ୍ଚୟତା ପ୍ରକାଶ କରୁଥିଲେ , ସେତେବେଳେ ଶ୍ରେୟାଙ୍କ ମନରେ କିଛି ବି ଆଶା ନ ଥିଲା । ସୌଭାଗ୍ୟବଶତଃ, ଦୁଇ ହାତ ପ୍ରତିରୋପଣ ହେବା ପରେ ଶ୍ରେୟାଙ୍କର ଶରୀରରେ କିଛି ସେମିତି ବିଲକ୍ଷଣ ଦେଖାଯାଉନି, ତାଙ୍କ ଶରୀର ପ୍ରତିରୋପିତ ଅଙ୍ଗକୁ ପୂରା ଭାବରେ ଗ୍ରହଣ କରିଛି ।

ଶ୍ରେୟା ତାଙ୍କ ପିତାମାତାଙ୍କରଏକମାତ୍ର କନ୍ୟା। ତାଙ୍କ ପିତା ଫକିରଗୌଡା ସିଦ୍ଦାନାଗୌଡା ଟାଟା ମୋଟର୍ସରେ ସିନିୟର୍‌ ମ୍ୟାନେଜର ଥିବା ବେଳେ ଏବଂ ମାତା ହେଉଛନ୍ତି ସୁମା ନୁଗ୍ଗିହାଲ୍ଲି । ସେମାନେ ପୁନେରେ ବସବାସ କରନ୍ତି ।ଶ୍ରେୟାଙ୍କ ବାପା କହିଛନ୍ତି ଆମେ ସଂପୂର୍ଣ୍ଣ ଭାବରେ ତା’ ସହିତ ଅଛୁ । ସେ ପ୍ରତ୍ୟେକ ଦିନ ହସ୍ପିଟାଲକୁ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଯାଉଛନ୍ତି ।

ସମ୍ବନ୍ଧିତ ଖବର