ଦେଶର ପ୍ରଥମ ହୁମ୍ୟାନ୍‌ ରୋବର୍ଟ ପୁଲିସ, ଡ୍ୟୁଟି କରିବ ପୁଲିସ ମୁଖ୍ୟାଳୟର ଫ୍ରଣ୍ଟ ଅଫିସରେ

ତ୍ରିଭେନ୍ଦ୍ରାମ: କେରଳ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ ମଙ୍ଗଳବାର ଭାରତର ପ୍ରଥମ ମାନବସଦୃଶ ରୋବଟ୍‌ ପୁଲିସ ‘କେପି-ବଟ୍‌’ ଉଦ୍‌ଘାଟନ କରିଛନ୍ତି । କେପି-ବଟ୍‌ ପୁଲିସ ମୁଖ୍ୟାଳୟର ଫ୍ରଣ୍ଟ ଅଫିସରେ ଡ୍ୟୁଟି କରିବ । ଏହାକୁ ସବ୍‌ଇନ୍ସପେକ୍ଟର ର‍୍ୟାଙ୍କରେ ରଖାଯାଇଛି। ଏହ ଭାରତର ପ୍ରଥମ ମାନବସଦୃଶ ଓ ଦୁନିଆର ଚତୁର୍ଥ ରୋବର୍ଟ ବୋଲି କୁହାଯାଉଛି। ଏହାର ମୁଖ୍ୟ କାମ ହେବ ଅଫିସକୁ ଆସୁଥିବା ଲୋକଙ୍କୁ ସ୍ୱାଗତ କରିବ ଏବଂ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ସ୍ଥାନକୁ ପଠାଇବ ।

କେପି-ବଟ୍‌ ମାନବସଦୃଶ ହୋଇଥିଲେ ହେଁ କୌଣସି ମାନବସମ୍ବଳର ସ୍ଥାନ ନେବ ନାହିଁ । ଏହା ଆବଶ୍ୟକୀୟ ତଥ୍ୟ ଯୋଗାଡ ଏବଂ ଯୋଗାଯୋଗର ପ୍ରଥମ ମାଧ୍ୟମ କିମ୍ବା ଏହାକୁ (ଫାଷ୍ଟ କଣ୍ଟାକ୍ଟ ପଏଣ୍ଟ ଭାବେ ବ୍ୟବହାର କରାଯିବ । ଏହି ତଥ୍ୟ ଆଧାରରେ ପୁଲିସ ନିଜ ସେବା ଏବଂ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବ ବୋଲି ଦାବି କରାଯାଉଛି। କେପି-ବଟ୍‌ ମଣିଷ ସହ ମିଳିତ ଭାବରେ କାର୍ଯ୍ୟ କରିବାର କ୍ଷମତା ରଖୁଛି।

ସମ୍ବନ୍ଧିତ ଖବର