କିଏ ଦେଶର ପ୍ରଥମ ଆଇଏଏସ ଅଫିସର? ୨୧ ବର୍ଷ ବୟସରେ ପାଇଥିଲେ ସଫଳତା

ନୂଆଦିଲ୍ଲୀ: ୨୦୨୦ ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଏଥିରେ ୭୬୧ ଜଣ ଆଶାୟୀ ଉତ୍ତିର୍ଣ୍ଣ ହୋଇଛନ୍ତି । ଆଉ ସେମାନଙ୍କ ମଧ୍ୟରେ ଶୁଭମ କୁମାର ଟପ୍ପର ହୋଇଛନ୍ତି । ତେବେ ପ୍ରତି ବର୍ଷ ଦେଶରେ ଏହି ପରୀକ୍ଷା ହୋଇଥାଏ । ଆଉ ଏଥିରେ ପାସ କରିଥିବା ଛାତ୍ରଛାତ୍ରୀ ଦେଶରେ ବଡ ବଡ ଅଫିସର ଭାବେ ନିଯୁକ୍ତି ପାଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି କେବେଠୁ ଏହି ପରୀକ୍ଷା ଆରମ୍ଭ ହୋଇଛି? ଆଉ କିଏ ଦେଶର ପ୍ରଥମ ଆଇଏଏସ ଅଫିସର ଥିଲେ? ତେବେ ଆସନ୍ତୁ ଜାଣିବା ଏହାର ଇତିହାସ ।

ୟୁପିଏସସି ଅନୁସାରେ ଇଷ୍ଟ ଇଣ୍ଡିଆ କମ୍ପାନି କୋଭେନାନଟେଡ ସିଭିଲ ସର୍ଭିସ (ସିସିଏସ) ଆରମ୍ଭ କରିଥିଲା। ପରେ ଏହା ଭାରତୀୟ ସିଭିଲ ସର୍ଭିସରେ ପରିଣତ ହେଲା | ୧୮୫୪ ମସିହାରେ ପ୍ରଥମ ଥର ପାଇଁ ପରୀକ୍ଷା ଆରମ୍ଭ ହୋଇଥିଲା ଏବଂ ଏହାର ବୟସ ସୀମା ସେତେବେଳେ ୧୮ରୁ ୨୩ ବର୍ଷ ରଖାଯାଇଥିଲା ।

first indian civil service officer satyendranath tagore know important  facts | Navbharat Times Photogallery
Navbharat Times

ରବିନ୍ଦ୍ରନାଥ ଟାଗୋରଙ୍କ ବଡ ଭାଇ ସତ୍ୟେନ୍ଦ୍ରନାଥ ଟାଗୋର ଥିଲେ ଭାରତର ପ୍ରଥମ ଆଇଏଏସ ଅଫିସର । ଯିଏ ୧୮୬୪ ମସିହାରେ ସିଭିଲ ସର୍ଭିସ ପରୀକ୍ଷାରେ ପାସ କରି ଆଇଏଏସ ଅଫିସର ହୋଇଥିଲେ । ଏହାର ପ୍ରସ୍ତୁତି ପାଇଁ ସେ ୧୮୬୨ ମସିହାରେ ଭାରତରୁ ଇଂଲଣ୍ଡ ଯାଇଥିଲେ । ୧୮୬୩ ମସିହାରେ ତାଙ୍କୁ ସାଧାରଣ ସେବା ପାଇଁ ଚୟନ କରାଯାଇଥିଲା । ୧୮୬୪ ମସିହାରେ ନିଜ ଟ୍ରେନିଂ ଶେଷ କରି ସେ ଭାରତକୁ ଫେରିଥିଲେ । ଏହାପରେ ତାଙ୍କୁ ବମ୍ବେ ପ୍ରେସିଡେନ୍ସିରେ ନିଯୁକ୍ତି ଦିଆଯାଇଥିଲା ।

ସତ୍ୟେନ୍ଦ୍ରନାଥ ଟାଗୋରଙ୍କ ଜନ୍ମ ୧୮୪୨ ମସିହା ଜୁନ ୧ ତାରିଖରେ ହୋଇଥିଲା । ହିନ୍ଦୁ ସ୍କୁଲରୁ ପାଠପଢା ଶେଷ କରିବା ପରେ ୧୮୫୭ ମସିହାରେ କୋଲକାତା ବିଶ୍ବବିଦ୍ୟାଳୟ ପାଇଁ ପରୀକ୍ଷା ଦେଇଥିବା ସେ ପ୍ରଥମ ଛାତ୍ର ଥିଲେ। ତାଙ୍କ ବିବାହ ମାତ୍ର ୧୭ ବର୍ଷ ବୟସରେ ହୋଇଥିଲା । ଯେତେବେଳେ ସେ ଆଇଏଏସ ଅଫିସର ହେଲେ ସେତେବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା ।

ସମ୍ବନ୍ଧିତ ଖବର