ଉଚ୍ଚ ନ୍ୟାୟାଳୟର ପ୍ରଥମ କିନ୍ନର କିରାଣି

ନିକଟରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟର ପ୍ରଥମ କିନ୍ନର କିରାଣି ଭାବେ ନିଯୁକ୍ତି ପାଇଥିବା ବବଲୀଙ୍କ ବୟସ ଏବେ ତେଇଶ ବର୍ଷ। ସେ ଉତ୍ତର ପ୍ରଦେଶ ଅନ୍ତର୍ଗତ ବଦାୟୂଁର ମୂଳ ବାସିନ୍ଦା। ଗାଁବାଲାଙ୍କ ଟାହି-ଟାପରା ଅସହ୍ୟ ହେବାରୁ ଆଠ ବର୍ଷ ତଳେ ଘର ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ତାହା ପରେ ଏକ ଅର୍କେଷ୍ଟ୍ରା ଦଳରେ ବେଶ୍‌ କିଛି ବର୍ଷ ନାଚ କରିଥିଲେ। ‘ପହେଲ’ ନାମକ ସ୍ୱେଚ୍ଛାସେବୀ ସଂଗଠନ ସହାୟତାରେ ବବଲୀ ଉଚ୍ଚ ଶିକ୍ଷା ଲାଭ କଲା ପରେ ‘ଦିଲ୍ଲୀ ରାଜ୍ୟ ଆଇନ ସେବା କର୍ତ୍ତୃପକ୍ଷ’ରେ ସରକାରୀ ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୧୭ ଅକ୍‌ଟୋବର୍‌ରେ ଏକ ସ୍ୱତନ୍ତ୍ର ପରୀକ୍ଷାରେ କୃତକାର୍ଯ୍ୟ ହେବା ସହ ତାଙ୍କୁ ଉଚ୍ଚ ନ୍ୟାୟାଳୟରେ ଚାକିରି ମିଳିଥିଲା। ନିଜର ପରିଚୟକୁ ନେଇ ତାଙ୍କ ମଧ୍ୟରେ କୌଣସି ଗ୍ଳାନିବୋଧ ନାହିଁ। ସେ କେବଳ ସାଧାରଣ ମଣିଷ ଭାବେ ଜୀବନ ବଞ୍ଚିବାକୁ ଚାହାଁନ୍ତି। ତାଙ୍କ ଭଳି ଅନ୍ୟ କିନ୍ନରମାନଙ୍କୁ ସମସ୍ତ ପ୍ରକାରର ସହାୟତା ଦେବା ଲାଗି ଏକ ଅନୁଷ୍ଠାନ ଗଢ଼ିବା, ତାଙ୍କର ଲକ୍ଷ୍ୟ।

ସମ୍ବନ୍ଧିତ ଖବର