ମହାକାଶରେ ଖୋଲିବ ହୋଟେଲ : ୨୦୨୨ରେ ଏଠାକୁ ଯାଇପାରିବେ ଅତିଥି, ହୋଟେଲକୁ ଯିବା ପାଇଁ ଜଣେ ବ୍ୟକ୍ତି ପିଛା ଖର୍ଚ୍ଚ ହେବ ୯.୫ ମିଲିୟନ୍ ଡଲାର!

ମହାକାଶରେ ନିର୍ମାଣ ହେବ ହୋଟେଲ। ଏହାକୁ ୨୦୨୧ ସୁଦ୍ଧା ସ୍ଥାପନ କରିବାର ଯୋଜନା କରାଯାଉଛି। ଆସନ୍ତା ବର୍ଷ ୨୦୨୨ରେ ଏଠାକୁ ଅତିଥି ଯାଇପାରିବେ। ୧୨ ଦିନର ମହାକାଶ ଯାତ୍ରା କରି ୬ଜଣ ଯାତ୍ରୀ ହୋଟେଲରେ ରହିପାରିବେ। ହୋଟେଲକୁ ଯିବା ପାଇଁ ଜଣେ ବ୍ୟକ୍ତି ପିଛା ୯.୫ ମିଲିୟନ୍ ଡଲାର(୬୭ କୋଟି) ଖର୍ଚ୍ଚ ହେବ। ଏପରି ଏକ ପରିକଳ୍ପନା ନେଇ ଆମେରିକୀୟ କମ୍ପାନୀ ଓରାୟନ୍ ସ୍ପାନ୍ ଏହାକୁ ନିର୍ମାଣ କରିବାକୁ ଯାଉଛି। ଯାହାକି ମହାକାଶରେ ହେବ ବିଶ୍ୱର ପ୍ରଥମ ହୋଟେଲ। ଏଠାରେ ଯାତ୍ରୀମାନଙ୍କୁ ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯିବା ସହ ମହାକାଶ ଯାତ୍ରାର ମଜା ମଧ୍ୟ ନେଇପାରିବେ।

ଏଠାରେ ଯାତ୍ରୀ ଜିରୋ ଗ୍ରାଭିଟି ସ୍ଥିତିରେ ରହିବେ । ହୋଟେଲର ନାମ ଆରୋରା ଷ୍ଟେସନ ଦିଆଯାଇଛି । ଏହି ହୋଟେଲକୁ ଆମେରିକୀୟ କମ୍ପାନୀ ଓରାୟନ୍ ସ୍ପାନ୍ ନିର୍ମାଣ କରିଛିି। ଓରାୟନ ସ୍ପାନ କହିଛିି କି, ମହାକାଶରେ ଏକ ସାଧାରଣ ମଣିଷକୁ ପହଂଚାଇବା ଏହାର ଉଦ୍ଦେଶ୍ୟ । କମ୍ ଦାମରେ ଲୋକ ମହାକାଶ ଯାତ୍ରାର ମଜା ନେଇପାରିବେ । ୧୨ ଦିନର ଯାତ୍ରାରେ ଲୋକଙ୍କୁ ମହାଶୂନ୍ୟ ଭଳି ଅନୁଭବ ହେବ । ହୋଟେଲ ୯୦ ମିନିଟରେ ପୃଥିବୀର ଗୋଟିଏ ଘେର ଲଗାଇପାରିବ । ୨୪ ଘଣ୍ଟାରେ ଯାତ୍ରୀଙ୍କୁ ୧୬ ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖାଯିବ । ଆରୋରା ଷ୍ଟେସନରେ ଯାତ୍ରୀ ପୃଥିବୀରେ ଥିବା ତାଙ୍କ ପରିଜନଙ୍କ ସହ ଲାଇଭ୍ ଚାଟ୍ କରିପାରିବେ । ହୋଟେଲରେ ହାଇସ୍ପିଡ୍ ୱେରଲେସ୍ ଇଣ୍ଟରନେଟ୍ ର ସୁବିଧା ମିଳିବ ।

ହୋଟେଲ ୩୫ ଫୁଟ୍ ଲମ୍ବା ଓ ୧୨ ଫୁଟ୍ ଚଉଡା ହେବ । ଅର୍ଥାତ୍ ଏହା ଏକ ପ୍ରାଇଭେଟ୍ ଜେଟ୍ ଭଳି ହେବ । ଏଥିରେ ସ୍ଲିପିଙ୍ଗ ପଡସ୍ ଓ ଉଚ୍ଚ ଗୁଣାବତ୍ତା ସମ୍ପନ୍ନ ଖାଦ୍ୟ ଉପଲବ୍ଧ ହେବ । ହୋଟେଲରେ ବାର୍ ବି ନିର୍ମାଣ କରାଯାଇଛି । ଟେକ୍ସାସର ଏକ କମ୍ପାନୀ ୨୦୨୪ ପର୍ଯ୍ୟନ୍ତ ମହାକାଶରେ ଏକ କମର୍ସିଆଲ ସ୍ପେଶ୍ ଷ୍ଟେସନ୍ ସ୍ଥାପିତ କରିବାର ଯୋଜନା କରୁଛି । ଜଣେ ବ୍ରିଟିଶ ବ୍ୟବସାୟୀ ରିଚାର୍ଡ ବ୍ରେନ୍ସନ୍ର ଭର୍ଜିନ୍ ଗୈଲେକ୍ଟିକ୍ ମଧ୍ୟ ଲୋକଙ୍କୁ ମହାକାଶର ଯାତ୍ରା କରାଇବା ପାଇଁ ଘୋଷଣା କରିଥିଲେ । ଯେଉଁଥିରେ ପ୍ରତି ଯାତ୍ରୀ ପିଛା ଅଢ଼େଇ ଲକ୍ଷ ଡଲାର ଖର୍ଚ୍ଚ କରିବାର କଥା କହିଥିଲେ ।

ସମ୍ବନ୍ଧିତ ଖବର