ଆପଣ ପିଲାଦିନେ ଶୁଣିଥିବେ କି ପହିଲି ବର୍ଷାର ଜଳରେ ଗାଧୋଇବା ଠିକ୍ ନୁହେଁ,କାରଣ ଏଥିରେ ଅମ୍ଳ ଥାଏ। କିନ୍ତୁ ଏକଥା ସତ ନୁହେଁ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ପ୍ରଫେସର୍ ବିଭୂତି ରାୟ ନିଜର ଗବେଷଣାରୁ ଜାଣିପାରିଛନ୍ତି ଯେ, ପ୍ରଥମ ବର୍ଷା ଜଳରେ ଆଦୌ ଅମ୍ଳ ନ ଥାଏ। ଏହି ଜଳ ଏକଦମ୍ ଶୁଦ୍ଧ ଜଳ। ପ୍ରଫେସର ବିଭୂତି ରାୟ ‘ରେନ୍ ଓ୍ଵାଟର କେମେଷ୍ଟ୍ରି ଇନ୍ ଲକ୍ଷ୍ନୌ’ ଉପରେ ଗବେଷଣା କରିଥିଲେ। ଏଥି ପାଇଁ ସେ ଉତ୍ତର ପ୍ରଦେଶର ୨୬ଟି ସ୍ଥାନର ପ୍ରଥମ ବର୍ଷା ଜଳ ସଂଗ୍ରହ କରିଥିଲେ। ଏହି ବର୍ଷା ଜଳର ନମୁନାର ଯାଞ୍ଚ କରିବାବେଳେ ସେ ସମସ୍ତ ସତର୍କତା ଅବଲମ୍ବନ କରିଥିଲେ।
/sambad/media/post_attachments/wp-content/uploads/2018/12/rain-2.jpg)
ଏହି ଗବେଷଣାରେ ପ୍ରଫେସର ବିଭୂତି ରାୟ ଦର୍ଶାଇଛନ୍ତି ଯେ,ପ୍ରଥମ ବର୍ଷା ଜଳରେ ଆଲକା ଲାଇନ୍ର ମାତ୍ରା ଅଧିକ ରହିଛି। କିନ୍ତୁ ଏହା କ୍ଷତିକାରକ ନୁହେଁ ବୋଲି ସେ ଜଣାଇଛନ୍ତି। ତାଙ୍କ କହିବା ଅନୁଯାୟୀ ପ୍ରଥମ ବର୍ଷ ଜଳ ସଂପୂର୍ଣ୍ଣ ଶୁଦ୍ଧ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/rain890.jpg)