ନୂଆଦିଲ୍ଲୀ: କେବଳ ଭାରତରେ ନୁହେଁ ,ବରଂ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଥିବା ନିର୍ଭୟା ଗଣ ଦୁଷ୍କର୍ମର ଅଭିଯୁକ୍ତମାନଙ୍କୁ ଫାଶୀଦଣ୍ଡ ଦେବାରେ ଏକ ବିଜ୍ଞାନର ପ୍ରମୁଖ ହାତ ଥିବା ଜଣାଯାଇଛି। ଏହା ହେଲା ଫୋରେନ୍ସିକ୍ ଡେଣ୍ଟିଷ୍ଟ୍ରି। ଏହା ପୂର୍ବରୁ କୌଣସି ମାମଲା ଏହି ବିଜ୍ଞାନର ଉପଯୋଗ ହୋଇ ନ ଥିଲା। ଭାରତରେ ପ୍ରଥମ ଥର ପାଇଁ ଜଘନ୍ୟ ଅପରାଧ ସହିତ ଜଡିତ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଏହି ବିଜ୍ଞାନର ସହାୟତା ନିଆଯାଇଥିଲା।
ନିକଟରେ ନିର୍ଭୟା କାଣ୍ଡର ତଦନ୍ତ ଅଧିକାରୀ ଇନସ୍ପେକ୍ଟର ଅନିଲ ଶର୍ମା ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ ଦିନ ରାତି ଏକ କରି ୩୦୦ ରୁ ଅଧିକ ଓ୍ଵବ୍ ସାଇଟ୍ ଖୋଜିବା ପରେ ଫୋରେନ୍ସିକ୍ ଡେଣ୍ଟିଷ୍ଟ୍ରି ସଂପର୍କରେ ଜାଣିବାକୁ ପାଇଲେ।ସଠିକ୍ ପ୍ରମାଣ ପାଇଁ ସେ ଧାରବାଡରେ ଫୋରେନସିକ୍ ଡେଣ୍ଟୋଲୋଜି ବିଭାଗର ମୁଖ୍ୟ ଡ଼ ଅସିତ୍ ଆଚାର୍ଯ୍ୟଙ୍କ ସହ ଯୋଗାଯୋଗ କରିଲେ। ଅଭିଯୁକ୍ତମାନଙ୍କର ଦାନ୍ତର ଚିହ୍ନ ଥିଲା ନିର୍ଭୟାଙ୍କର ଶରୀର ଉପରେ। ସେଥିରୁ ରିପୋର୍ଟ ପ୍ରସ୍ତୁତ କରିଥିଲେ ଡାକ୍ତର ଅସିତ। ଅଭିଯୁକ୍ତମାନଙ୍କ ଦାନ୍ତରୁ ହିଁ ସ୍ପଷ୍ଟ ହୋଇଥିଲା ଯେ,ସେମାନେ ଦୁଷ୍କର୍ମ କରିଛନ୍ତି।