୧୩କୋଟି ଟଙ୍କାରେ ବିକ୍ରି ହେଲା ଏହି ମାଛ: ଜାଣନ୍ତୁ ଏହାର ବିଶେଷତ୍ୱ

ଟୋକିଓ: ‘ଟୁନା କିଙ୍ଗ’ ନାମରେ ପ୍ରସିଦ୍ଧ ଜାପାନ ବ୍ୟବସାୟୀ କିୟୋସି କିମୁରା ନୂଆବର୍ଷ ଅବସରରେ ଏକ ନିଲାମରେ ଟୁନା ମାଛକୁ ୧୮ଲକ୍ଷ ଡଲାର ଅର୍ଥାତ ୧୩କୋଟି ଟଙ୍କାରେ କ୍ରୟ କରିଛନ୍ତି। କିୟୋସି ଟୋକିଓରେ ଥିବା ଏକ ମାଛ ବଜାରରେ ରବିବାର ୨୭୬କିଲୋଗ୍ରାମ ଓଜନର ଟୁନା ମାଛକୁ ସବୁଠାରୁ ଅଧିକ ବୋଲି ଲଗାଇ କ୍ରୟ କରିଛନ୍ତି। ତେବେ ଏହା ପ୍ରଥମ ନୁହେଁ ଏହାପୂର୍ବରୁ କିୟୋସି ୨୭୮କିଲୋର ଟୁନା ମାଛକୁ ୩୧ଲକ୍ଷ ଡଲାର ଅର୍ଥାତ ୨୨କୋଟି ଟଙ୍କାରେ କିଣିଥିଲେ।

Related image
instacart.com

ଟୁନା ମାଛ କିଣିବା ପରେ ସେ କହନ୍ତି, ‘ଏହି ମାଛକୁ ସେ ତାଙ୍କ ରେସ୍ତେରାଁକୁ ଆସୁଥିବା ଲୋକମାନଙ୍କୁ ପରଷିବେ। ଟୁନା ମାଛ ଏକ ସ୍ୱାଦିଷ୍ଟ ମାଛ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ ହୋଇଥାଏ। ସମୁଦ୍ରରୁ ମିଳୁଥିବା ଏହି ମାଛରେ ପୋଷାକ ତତ୍ତ୍ୱର ମାତ୍ରା ଭରପୂର ରହିଥାଏ। ଏହି ମାଛକୁ ଆଧାର କରି ବିଭିନ୍ନ ପ୍ରକାର ପୌଷ୍ଟିକ୍‌ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ଟୁନା ମାଛ ବିଭିନ୍ନ ପ୍ରଜାତିର ମିଳିଥାଏ। ଏହି ମାଛର ଆକାର ଗୋଟିଏ ଫୁଟରୁ ନେଇ ୧୫ ଫୁଟ ପର୍ଯ୍ୟନ୍ତ ହୋଇଥାଏ।

Image result for tuna fish
Fox News

ଟୁନା ମାଛରେ ଓମୋଗା-୩, ଭିଟାମିନ୍‌ ବି ସହିତ ଅନେକ ପୋଷାକ ତତ୍ତ୍ୱ ରହିଥାଏ। ଏହା ସ୍ତନ କର୍କଟ, ହୃଦୟ ରୋଗ ଓ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ଏଥିସହିତ ଏହି ମାଛରେ ଭିଟାମିନ୍‌ ସି ସହିତ ଭିଟାମିନ୍‌ ଇ ଓ ସେଲିନିୟମ ବି ରହିଥାଏ । ଯାହା କି ପେଟ ସହିତ ଜଡ଼ିତ ଥିବା ସମସ୍ୟାକୁ ଦୂର କରିଥାଏ।’

ସମ୍ବନ୍ଧିତ ଖବର