ବେଲ୍ଜିଅମ୍ର ପଶ୍ଚିମାଞ୍ଚଳରେ, ବେଳାଭୂମି ତୀରରେ ଏକ ଛୋଟିଆ ସହର- ଉସ୍ଟଡୁନିକର୍କ୍ ଅବସ୍ଥିତ। ସେଠାରେ ମଣିଷ ଘୋଡ଼ା ପିଠିରେ ବସି ମାଛ ମାରିବା ଦେଖାଯାଏ। ଏହା ସେଠାକାର ବାସିନ୍ଦାଙ୍କ କ୍ଷେତ୍ରରେ ପାର˚ପରିକ। ପାଞ୍ଚ ଶତାବ୍ଦୀ ତଳେ ସମଗ୍ର ଉତ୍ତର ସାଗରୀୟ ଅଞ୍ଚଳ ଫ୍ରାନ୍ସରୁ ନେଦର୍ଲାଣ୍ତ୍ ପର୍ଯ୍ୟନ୍ତ, ଏପରିକି ଦକ୍ଷିଣ ଇ˚ଲଣ୍ତ୍ରେ ମଧ୍ୟ ଏହି ପଦ୍ଧତିରେ ମାଛ ମରାଯାଉଥିଲା। ତେବେ, କାଳକ୍ରମେ ଅନ୍ୟ ସ୍ଥାନରୁ ଏହା ଲୋପପାଇଯାଇଥିବା ବେଳେ କେବଳ ବେଲ୍ଜିଅମ୍ର ଏହି ସହରରେ ତିଷ୍ଠିରହିଛି।
/sambad/media/post_attachments/wp-content/uploads/2019/01/download-1-15.jpg)
ଆଜିକାଲି ଏହି ସହରବାସୀଙ୍କ ପାଇଁ ଏହା ଆଉ ପେସା ନୁହେଁ; ଏକ ଅବସର ବିନୋଦନ। ଖରାଦିନେ ଜୁଆର କମ୍ ଥିବା ବେଳେ ଘୋଡ଼ା ପିଠିରେ ବସି ମାଛ ଧରାଯାଏ। ମୁଖ୍ୟତଃ ଏକ ପ୍ରକାରର ଚିଙ୍ଗୁଡ଼ି ହିଁ ଧରାଯାଏ। ଏହି କାର୍ଯ୍ୟ ଏତେ ସହଜ ନୁହେଁ। ‘ବ୍ରାବାଣ୍ଟ୍’ ପ୍ରଜାତିର ଶକ୍ତିଶାଳୀ ଘୋଡ଼ା, ଏହି କାମରେ ଲାଗନ୍ତି। ପୁଣି, ଶିକାରୀ ବି କୌଶଳୀ, ଅଭିଜ୍ଞ ଓ ହୃଷ୍ଟପୁଷ୍ଟ ହୋଇଥିବା ଆବଶ୍ୟକ। ଯେକେହି ଚାହିଁଲେ ହଠାତ୍ ଘୋଡ଼ା ପିଠିରେ ବସି, ଚିଙ୍ଗୁଡ଼ି ଶିକାର କରିପାରିବନାହିଁ। ଏଥି ପାଇଁ ଲୋଡ଼ା ସ୍ବତନ୍ତ୍ର ତାଲିମ ଓ ଅଭ୍ୟାସ।