ପେଟ ଫୁଲିବା କିମ୍ବା ଅଜୀର୍ଣ୍ଣ ପରି ସମସ୍ୟାର ଉପଚାର ପାଇଁ ଶତାବ୍ଦୀ ଶତାବ୍ଦୀ ଧରି କିଛି ପାରମ୍ପରିକ ପତ୍ର ଓ ମସଲା ବ୍ୟବହୃତ ହୋଇ ଆସୁଛି। ସେଥିରୁ କିଛି ଆଧୁନିକ ବିଜ୍ଞାନର ସମର୍ଥନ ମଧ୍ୟ ଲାଭ କରିଛି। ଆଜି ସେଭଳି ପାଞ୍ଚଟି ଦ୍ରବ୍ୟର ଔଷଧୀୟ ଗୁଣ ବାବଦରେ ଜାଣିବା।
l ପାଚନ କ୍ରିୟାକୁ ସୁଗମ କରିବା ପାଇଁ ସର୍ବୋତ୍ତମ ଔଷଧୀୟ ଗୁଳ୍ମ ହେଉଛି ପୁଦିନା। ଏହାର ସକ୍ରିୟ ଯୌଗିକ ମେନ୍ଥୋଲ ଅନ୍ତନଳୀର ମାଂସପେଶୀକୁ ଆରାମ ଦିଏ, ପେଟ ଫୁଲା ଓ ପେଟ ଯନ୍ତ୍ରଣାକୁ କମ୍ କରେ।
l କାମୋମାଇଲ୍ ରସରେ ପ୍ରସ୍ତୁତ ଚା’ ବିଶ୍ୱର ସବୁଠାରୁ ଲୋକପ୍ରିୟ ହର୍ବାଲ୍ ପାନୀୟ ମଧ୍ୟରୁ ଗୋଟିଏ। ବଦହଜମୀ, ଗ୍ୟାସ୍, ପେଟ ଖରାପ ଏବଂ ଅନ୍ତଃନଳୀର ଜଳାପୋଡ଼ା ହ୍ରାସ ପାଇଁ ଏହା କେଉଁ କାଳରୁ ବ୍ୟବହୃତ ହୋଇଆସୁଛି। ଏହାର ଆଣ୍ଟିଅକ୍ସିଡାଣ୍ଟ ଗୁଣ ପେଟ ଅଲସରକୁ ମଧ୍ୟ କମାଇଥାଏ।
l ଗ୍ୟାସ୍ ଓ ପେଟଫୁଲା ଦୂର କରିବା ପାଇଁ ଜୁଆଣି ବେଶ୍ ଉପାଦେୟ। ଏଥିରେ ଥିବା ଥାଇମଲ୍ ନାମକ ଯୌଗିକ ପେଟରେ ଏସିଡ୍ ଉତ୍ପାଦନ ବଢ଼ାଇ ଜୀର୍ଣ୍ଣକ୍ରିୟାକୁ ସହଜ କରିଥାଏ।
l ଅନେକ ସଂସ୍କୃତିରେ ପାନମହୁରିକୁ ଏକ ମୁଖରୋଚକ ଭାବେ ପରଷା ଯାଇଥାଏ। ଏଥିରେ ଅଧିକ ତନ୍ତୁସାର ଥାଏ, ଯାହା ଗ୍ୟାସ୍ ଜମା ହେବା ଓ ପେଟ ଫୁଲିବାକୁ ରୋକିବାରେ ସାହାଯ୍ୟ କରେ। ପାନମହୁରିର ମୁଖ୍ୟ ସକ୍ରିୟ ଯୌଗିକ ଆନେଥୋଲ୍ ଅନ୍ତନଳୀ ମାଂସପେଶୀକୁ ଆରାମ ଦେଇ ପେଟ ଯନ୍ତ୍ରଣାକୁ କମାଇଥାଏ।
l ରୋଷେଇ ଘରର ସର୍ବାଧିକ ପରିଚିତ ମସଲା ଜିରା ପାଚନ ସମସ୍ୟାକୁ ଲାଘବ କରିବାରେ ପାରଙ୍ଗମ। ଏହା ପାଚନ ଏନ୍ଜାଇମ୍ କାର୍ଯ୍ୟକଳାପକୁ ବୃଦ୍ଧି କରେ ଏବଂ ଯକୃତରୁ ପିତ୍ତ ମୁକ୍ତ ହେବାକୁ ମଧ୍ୟ ଉତ୍ସାହିତ କରେ। ଫଳରେ ଚର୍ବି ହଜମ ଓ ପୁଷ୍ଟିକର ପଦାର୍ଥ ଶୋଷଣ ସହଜ ହୋଇଥାଏ।
ପାଞ୍ଚଟି ହଜମକାରୀ ପତ୍ର ଓ ମସଲା
ପେଟ ଫୁଲିବା କିମ୍ବା ଅଜୀର୍ଣ୍ଣ ପରି ସମସ୍ୟାର ଉପଚାର ପାଇଁ ଶତାବ୍ଦୀ ଶତାବ୍ଦୀ ଧରି କିଛି ପାରମ୍ପରିକ ପତ୍ର ଓ ମସଲା ବ୍ୟବହୃତ ହୋଇ ଆସୁଛି। ସେଥିରୁ କିଛି ଆଧୁନିକ ବିଜ୍ଞାନର ସମର୍ଥନ ମଧ୍ୟ ଲାଭ କରିଛି। ଆଜି ସେଭଳି ପାଞ୍ଚଟି ଦ୍ରବ୍ୟର ଔଷଧୀୟ ଗୁଣ ବାବଦରେ ଜାଣିବା।
/sambad/media/media_files/2025/10/08/dggdaagdzccv-2025-10-08-01-20-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)