ଘର ଓ ଅଫିସ୍ କୋଣରେ ଅଳନ୍ଦୁ ଜମିଲା ପରି ମନ୍ଦ ଶକ୍ତି ମଧ୍ୟ ଜମିଥାଏ। ମନ୍ଦ ଶକ୍ତି ଯୋଗୁଁ ଘରେ କଳିକଜିଆ, ବିବାହ ବିଚ୍ଛେଦ, ଜଞ୍ଜାଳ ଭରା ଦିନ ଏବଂ ଅସୁସ୍ଥତା ଆଦି ହୋଇଥାଏ। ମଝିରେ ମଝିରେ ଘରୁ ମନ୍ଦ ଶକ୍ତିକୁ ତଡ଼ିବା ଗୁରତ୍ୱପୂର୍ଣ୍ଣ କଥା।
ଘରୁ ମନ୍ଦ ଶକ୍ତି ହଟାଇବାକୁ ଉପାୟ
/sambad/media/post_attachments/wp-content/uploads/2018/03/2-5-300x107.jpg)
୧. ସେଜ୍ ବା ପାଲୋ ସାଣ୍ଟୋ ଧୂପ ଦିଅନ୍ତୁ: ଅଫିସ୍, ଘର, କାର୍ ଯେ କୌଣସି ସ୍ଥାନରୁ କିଂବା ନିଜ ଉପରୁ ମନ୍ଦ ଶକ୍ତି ହଟାଇବାକୁ ସବୁଠୁ ଉତ୍ତମ ଏବଂ ସରଳ ଉପାୟ ହେଉଛି ସେଜ୍ ଅଥବା ସାଣ୍ଟୋ ପାଲୋ କାଠରୁ ପ୍ରସ୍ତୁତ କାଠି ପୋଡ଼ିବ। ଏହା ଦକ୍ଷିଣ ଆମେରିକାରେ ଦେଖାଯାଉଥିବା ଏକ ଗଛରୁ ପ୍ରସ୍ତୁତ ହୋଇଥାଏ। ଏହାକୁ ପୋଡ଼ି କୋଠରିର କୋଣ ଅନୁକୋଣରେ ବାମରୁ ଡାହଣ ଆଡ଼କୁ ଘୂରାଇ ଘୂରାଇ ଧୂଅାଁ ଦିଅନ୍ତୁ। ପରେ କାଠିଗୁଡ଼ିକୁ ଏକ ଧାତବ, କାଚ ବା ମାଟି ପାତ୍ରରେ ରଖି ଦେଲେ ମନକୁ ମନ ଏଥିରୁ ନିଅାଁ ଲିଭିଯିବ।
/sambad/media/post_attachments/wp-content/uploads/2018/03/4-3-300x141.jpg)
୨. ଝରକା ଖୋଲି ପାଣି ଟ୍ୟାପ୍ ଖୋଲି ଦିଅନ୍ତୁ: କୋଠରିର ସମସ୍ତ ଦୁଆର ଓ ଝରକା ଖୋଲିବା ସହ ସବୁ ଟ୍ୟାପ୍ ଖୋଲି ପକାନ୍ତୁ। ଟ୍ୟାପ୍ ସବୁରୁ କେତେ ମିନିଟ୍ ପାଣି ଝରିବା ପରେ ବନ୍ଦ କରି ଦିଅନ୍ତୁ।
/sambad/media/post_attachments/wp-content/uploads/2018/03/5-2-300x181.jpg)
୩. ବାସନା ତେଲ: କୋଠରିର ପବନ ନିର୍ମଳ କରିବା ଏବଂ ମନ୍ଦ ଶକ୍ତିକୁ ବିତାଡ଼ିତ କରିବା ପାଇଁ ବାସନା ତେଲ ଗୋଟାଏ ଲୋକପ୍ରିୟ ଉପାୟ। ମନ୍ଦ ଶକ୍ତି ତଡ଼ିବାକୁ ବାସନା ତେଲ ସବୁ ମଧ୍ୟରେ ପ୍ୟୁରିଫିକେସନ୍, ସାଣ୍ଡାଲ୍ଉଡ୍, ୟୁକାଲିପଟାସ୍ ଏବଂ ଲାଭେଣ୍ଡର୍ ଆଦି ଉତ୍ତମ।
/sambad/media/post_attachments/wp-content/uploads/2018/03/6-3-300x107.jpg)
୪. ସ୍ଫଟିକ: ମନ୍ଦଶକ୍ତି ବିତାଡ଼ନ ପାଇଁ ହ୍ଵାଇଟ୍ କ୍ୱାଜ୍ର୍ ଏବଂ ବ୍ଲାକ୍ ଟର୍ମୁଲାଇନ୍ ସ୍ଫଟିକ ଉତ୍ତମ ଅଟେ। ଅନ୍ୟ ସ୍ଫଟିକଗୁଡ଼ିକ ଠାରୁ ଏହା ସହଜ ଓ ଅପେକ୍ଷାକୃତ ଶସ୍ତା।
/sambad/media/post_attachments/wp-content/uploads/2018/03/7-5-300x160.jpg)
୫. ସମୁଦ୍ର ଲୁଣ: ମନ୍ଦ ଶକ୍ତି ତଡ଼ିବା ପାଇଁ ଲୁଣକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଇ ପାରେ। ଗୋଟିଏ ହେଲା କୋଠରିର ବିଭିନ୍ନ କୋଣରେ ଲୁଣ ଛିଞ୍ଚି କେତେ ଘଣ୍ଟା ଛାଡ଼ି ଦେବା ପରେ ପରିସ୍କାର କରି ଦିଅନ୍ତୁ। ଏହା ମନ୍ଦ ଶକ୍ତି ଶୋଷି ନେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/bn1.jpg)