ନୂଆଦିଲ୍ଲୀ : ଜେଲ ବା ବନ୍ଦୀଶାଳା ଶବ୍ଦଟି ଶୁଣିବା ମାତ୍ରେ ମନରେ ଡ଼ର ପଶିଯାଏ । ଜଣେ ବ୍ୟକ୍ତି କେବେ ମଧ୍ୟ ଜେଲ ଯିବା ପାଇଁ ପସନ୍ଦ କରିବେ ନାହିଁ । ସାଧାରଣତଃ ଜେଲ କହିବାମାନେ ମନେପଡ଼ିଯାଏ ଶିକୁଳି କାରାଗାର , ବିନା ସ୍ୱାଦ ଖାଦ୍ୟ ଏବଂ ଅନେକ ନିର୍ଯାତନା । ତେବେ ଆପଣ କେବେ ଫାଇଭଷ୍ଟାର ଜେଲ ବିଷୟରେ ଶୁଣିଛନ୍ତି କି । ଆଜ୍ଞା ହଁ , ଆପଣ ଠିକ ପଢ଼ିଛନ୍ତି ଅଷ୍ଟ୍ରିଆର ପାହାଡ଼ିଆ ଅଞ୍ଚଳ ଲିଓବେନରେ ଦେଖିବାକୁ ମିଳିଥାଏ ଫାଇଭଷ୍ଟାର ସୁବିଧା ଯୁକ୍ତ ବନ୍ଦୀଶାଳା। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।
Atlas Obscuraପ୍ରକୃତରେ କଥା କଣ କି , ଅଷ୍ଟ୍ରିଆର ପାହାଡ଼ିଆ ଅଞ୍ଚଳ ଲିଓବେନରେ ରହିଛି ଏକ ଫାଇଭଷ୍ଟାର ଜେଲ । ଏହାର ନିର୍ମାଣ କାର୍ଯ୍ୟ ଆର୍କିଟେକଚର ଜୋସେଫ ହୋଂସେନ କରିଥିବା ବେଳେ ଏହାର ନାମ 'ଜଷ୍ଟିସ ସେଣ୍ଟର ଲିଓବେନ' ରଖାଯାଇଛି । ଏହି ଜେଲର ନିର୍ମାଣକାର୍ଯ୍ୟ ୨୦୦୫ ମସିହାରେ ପ୍ରଥମେ ଆରମ୍ଭ କରାଯାଇଥିଲା । ଏଥିରେ ୨୦୫ ଜଣ କଏଦୀଙ୍କର ରହିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଜେଲରେ କଏଦୀଙ୍କ ପାଇଁ ଅନେକ ଆରାମଦାୟକ ଏବଂ ସୌଖୀନ ସୁବିଧାର ବ୍ୟବସ୍ଥା କରାଯାଇଛି। ତାହା ସହିତ କଏଦୀଙ୍କ ପାଇଁ ସ୍ପା , ଜିମ, ଇଣ୍ଡୋର ଗେମ ଏବଂ କଏଦୀଙ୍କ ଅନେକ ମନପସନ୍ଦର ଜିନିଷର ବ୍ୟବସ୍ଥା ଏହିଠାରେ କରାଯାଇଛି। ଏଠାରେ କଏଦୀଙ୍କ ପାଇଁ କିଛି କୋଠର ନିୟମ ରହିନାହିଁ ।
flatrockକଏଦୀ ପରସ୍ପରଙ୍କର କଠୋରୀକୁ ବିନା କାହାର ଅନୁମତିରେ ଯିବା ଆସିବା କରିପାରନ୍ତି । ପ୍ରତ୍ୟେକ କୋଠରୀରେ ୧୩ ଜଣ କଏଦୀ ରହିବା ସହ ସମସ୍ତ କଠୋରୀରେ ରୋଷେଇ କକ୍ଷ, ଶୌଚାଳୟ ଏବଂ ଟିଭିର ସୁବିଧା ରହିଛି। ଏହି ଫାଇଭଷ୍ଟାର ଜେଲ ସମ୍ମୁଖରେ ରହିଛି ଏକ କୋର୍ଟ ଏବଂ ଏହାର ପାଖରେ ରହିଛି ବିଭିନ୍ନ ପ୍ରକାରର ପବ ଏବଂ କ୍ଲବ । ତେବେ ଏହା ଶୁଣିବା ପରେ ନିଶ୍ଚିତ ଭାବେ ଆପଣଙ୍କୁ ଏହି ଜେଲଙ୍କୁ ଯିବା ପାଇଁ ଇଚ୍ଛା ହେଉଥିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/YouTube-5.jpg)