ଚଳନ୍ତା ବିମାନଭିତରେରେ ଗର୍ଭବତୀ ମହିଳା ସନ୍ତାନ ପ୍ରସବ କଲେ , ଜାଣନ୍ତୁ ତାପରେ କ’ଣ ହେଲା

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଆଜି ସକାଳେ ଇଣ୍ଡୋନେସିଆ ଯାଉଥିବା ଏକ ବିମାନକୁ ଜରୁରୀକାଳୀନ ଅବତରଣ କରାଯାଇଥିବା ଜଣାଯାଇଛି। ଆବୁଧାବିରୁ ଜାକର୍ତ୍ତା ଯାଉଥିବା ଏହି ଏତିହାଦ୍‌ ଏୟାରେଓ୍ଵଜ୍‌ ବିମାନରେ ଯାତ୍ରା କରୁଥିବା ଜଣେ ଗର୍ଭବତୀ ମହିଳା ଏକ ଶିଶୁ ଜନ୍ମ ଦେଇଥିଲେ। ଏହାପରେ ବିମାନକୁ ମୁମ୍ବାଇ ଆଡକୁ ଅଣାଯାଇଥିଲା।ବିମାନର ଜରୁରୀକାଳୀନ ଅବତରଣ ପରେ ମାଆ ଓ ଶିଶୁଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗର୍ଭବତୀ ମହିଳାଙ୍କର ବିମାନରେ ଯାତ୍ରୀ କରିବା ସମୟ ହଠାତ୍‌ ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଏହାପରେ ବିମାନରେ କେବିନ୍‌ କ୍ରୁ ଓ ଅନ୍ୟାନ୍ୟ ମହିଳା ଯାତ୍ରୀମାନଙ୍କ ସହାୟତାରେ ଗର୍ଭବତୀଙ୍କର ସନ୍ତାନ ପ୍ରସବକୁ ସଫଳ କରାଯାଇଥିଲା। ଏ ଖବର ଏହି ସମୟରେ ବିମାନର ଚାଳକମାନେ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ଅଧିକାରୀମାନଙ୍କୁ ସୂଚନା ଦେଇଥିଲେ।


ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ବିଭାଗ ଏହି ପ୍ରସଙ୍ଗରେ ସମ୍ବେଦନଶୀଳତା ପ୍ରଦର୍ଶନ କରି ବିମାନକୁ ତତ୍‌କ୍ଷଣାତ୍‌ ମୁମ୍ବାଇର ଛତ୍ରପତି ଶିବାଜୀ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଅବତରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ବିମାନର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଏଣେ ମହିଳା ଓ ନବଜାତ ଶିଶୁକୁ ବିମାନରୁ ବାହାରକୁ ଆଣିବାପରେ ଉକ୍ତ ବିମାନ ତା’ର ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର