ଓ୍ଵାଲମାର୍ଟ-ଫ୍ଲିପକାର୍ଟ ଡିଲ୍‌ ୧ କୋଟିରୁ ଊର୍ଦ୍ଧ୍ୱ ଚାକିରି ସୃଷ୍ଟି କରିବ!

ଓ୍ଵାଲମାର୍ଟ ଫ୍ଲିପକାର୍ଟକୁ କିଣିନେବା ପରେ ଏବେ ଦେଶରେ ଓ୍ଵାଲମାର୍ଟକୁ ବିରୋଧ ଆରମ୍ଭ ହୋଇଯାଇଛି। ଓ୍ଵାଲମାର୍ଟ ଭାରତ ଆସିଲେ ଅନେକ ବ୍ୟବସାୟୀ ଜୀବିକା ହରାଇବେ ବୋଲି ଅଭିଯୋଗ କରି ବିଭିନ୍ନ ବ୍ୟବସାୟିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଓ୍ଵାଲମାର୍ଟ ଡିଲ୍‌ ଦେଶର ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ କରାଯାଇଛି।

ହେଲେ ୱାଲମାର୍ଟ ଫ୍ଲିପକାର୍ଟକୁ କିଣି ନେଲା ପରେ ଏହି ଡିଲକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିବା ବେଳେ ଇତିମଧ୍ୟରେ ୱାଲମାର୍ଟର ସିଇଓ ଡଗ ମ୍ୟାକମିଲନ କହିଛନ୍ତି ଯେ ଭାରତରେ ୧କୋଟିରୁ ଉର୍ଦ୍ଧ୍ୱ ଲୋକଙ୍କୁ ଏଥିରେ ଚାକିରୀ ପାଇଁ ସୁଯୋଗ ମିଳିବ।

ଫ୍ଲିପକାର୍ଟରେ ଏଭଳି ଅନେକ କିଛି ରହିଛି ଯାହଦ୍ୱାରା ୱାଲମାର୍ଟର ଅନେକ ଫାଇଦା ହେବ ବୋଲି ଫ୍ଲିପକାର୍ଟର ଉପସଂସ୍ଥାପକ ବିନ୍ନି ବଂସଲ କହିଛନ୍ତି । ଫ୍ଲିପକାର୍ଟ ଏବଂ ୱାଲମାର୍ଟ ଦ୍ୱାରା ଜାରି କରାଯାଇଥିବା ସଂଯୁକ୍ତ ବୟାନରେ କୁହାଯାଇଛି ଯେ ଏହି ଡିଲ କାରଣରୁ ଦୁଇ କମ୍ପାନୀକୁ ଅନେକ ଫାଇଦା ମିଳିବ। ଏହାସହ ଭାରତୀୟ ଅର୍ଥବ୍ୟବସ୍ଥାରେ ସୁଧାର ପାଇଁ ମଧ୍ୟ ଏହା ସହାୟକ ହେବ। ଏହାଦ୍ୱାରା ନୂଆ ପଦବୀ ଉତ୍ପନ୍ନ ହେବ, କୃଷକ ମାନଙ୍କ ପାଇଁ ଆୟ ବୃଦ୍ଧି ହେବା ସହ ମେକ ଇନ ଇଣ୍ଡିଆ ଭଳି ରାଷ୍ଟ୍ରୀୟ କାର୍ଯ୍ୟକ୍ରମର ପ୍ରଚାରରେ ମଧ୍ୟ ଅନେକ ସାହାଯ୍ୟ ମିଳିବ।

ୱାଲମାର୍ଟ ଭାରତୀୟ କମ୍ପାନୀ ସହ ମିଶି ଦେଶର ଆର୍ଥିକ ବିକାଶରେ ସହାୟତା କରିବ। କୃଷି, ଭୋଜନ ଏବଂ ରିଟେଲ କ୍ଷେତ୍ରରେ ବିକାଶ ପାଇଁ କମ୍ପାନୀ ପ୍ରୟାସ କରିବ ବୋଲି କହିଛନ୍ତି । ଭବିଷ୍ୟତରେ କରାଯିବା ନିବେଶ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ସମର୍ଥନ କରି ଦେଶକୁ ଲାଭ ମିଳିବ।

ଚାକିରୀ ବିଷୟରେ ୱାଲମାର୍ଟ କହିବା ମୁତାବକ କମ୍ପାନୀ ଭାରତରେ ନିଜ ନିବେଶରେ ଚାକିରୀ ସମସ୍ୟା ଦୂର କରିବ ଏବଂ ଫ୍ଲିପକାର୍ଟ ସହ ତାଙ୍କର ବୁଝାମଣାରେ ଦେଶର ଛୋଟ ଉଦ୍ୟୋଗ ଗୁଡିକୁ ମଧ୍ୟ ଅନେକ ଲାଭ ମିଳିବ।

ଏହାସହ କମ୍ପାନୀ କୋଲ୍‌ଡ ଷ୍ଟୋରେଜରେ ପୁଞ୍ଜି ନିବେଶ କରି କୃଷକମାନଙ୍କୁ ମଧ୍ୟ ସହାୟତା ଯୋଗାଇବେ। ବୟାନ ମୁତାବକ, ୱାଲମାର୍ଟ ଭାରତରେ କିରାଣୀ ଦୋକାନ ସହ ଯୋଡି ହୋଇ ତାଙ୍କ ତାଙ୍କ କାମରେ ସୁଧାର ଆଣିବା ସହ ଡିଜିଟାଲ ଲେଣଦେଣରେ ମଧ୍ୟ ସହଯୋଗ କରିବ।

ସମ୍ବନ୍ଧିତ ଖବର