‘ଗୁଗଲରେ ଚାକିରି ମିଳି ଯାଇଥିଲେ ଆଜି ଫ୍ଲିପ୍‌କାର୍ଟ ବୋଲି କମ୍ପାନି ନଥାନ୍ତା’ : କହିଲେ ଦୁଇ ଥର ଗୁଗଲରେ ଚାକିରି ପାଇଁ ଆବେଦନ କରି ନିରାଶ ହୋଇଥିବା ବିନି ବଂସଲ

ନୂଆଦିଲ୍ଲୀ : ଭାଗ୍ୟ କେବେ କାହାକୁ କେଉଁଠି ନେଇ ପହଞ୍ଚାଏ ତାହା କେହି ଜାଣି ପାରନ୍ତି ନାହିଁ । ସେଭଳି କିଛି ଘଟିଥିଲା ଫ୍ଲିପ୍‌କାର୍ଟର ସହ-ସଂସ୍ଥାପକ ବିନି ବଂସଲଙ୍କ ସହ । ଗୁଗଲ ଭଳି ବଡ଼ କମ୍ପାନିରେ ଚାକିରି କରିବାର ଇଚ୍ଛା ଥାଇ ମଧ୍ୟ ତାଙ୍କୁ ଚାକିରି ମିଳି ନଥିଲା । ଦୁଇ ଦୁଇ ଥର ଚେଷ୍ଟା କରି ମଧ୍ୟ ସେ ଗୁଗଲରେ ଚାକିରି କରିବାରେ ବିଫଳ ହୋଇଥିଲେ । ଯାହା ପରେ କିଛି କରି ଦେଖାଇବାର ନିଶା ପାଇଁ ଆଜି ସେ ଫ୍ଲିପ୍‌କାର୍ଟ ଭଳି କମ୍ପାନି ଗଢ଼ିବାରେ ସଫଳ ହୋଇ ପାରିଛନ୍ତି । ଏକ ସାକ୍ଷାତକାରରେ ସେ ନିଜ ସଫଳତା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ, ପ୍ରଥମେ ସେ ଖେଳରେ ରୁଚି ରଖୁଥିଲେ । ପାଠ ପଢ଼ା ମଧ୍ୟ ଠିକ୍‌ ଠାକ୍‌ ଚାଲିଥିଲା । ଯାହା ପରେ ତାଙ୍କୁ ଆଇଆଇଟି ଦିଲ୍ଲୀରେ ପଢ଼ିବାର ସୁଯୋଗ ମିଳିଥିଲା ।

Insights success

ସେଠାରେ ପଢ଼ିବା ସମୟରେ ମୁଁ ବହୁତ କିଛି ଶିଖିଥିଲି। ସେ ସମୟରେ ଜଣା ନଥିଲା କି ମୁଁ ଆଗକୁ ଯାଇ ଏକ କମ୍ପାନି ଠିଆ କରିବି । ପାଠପଢ଼ା ପରେ ମୋର ଜଣେ ସାଙ୍ଗ ସଚିନ୍‌ ଆମାଜନରେ ଚାକିରି ପାଇବା ପରେ ମୋ ଚାକରି ପାଇଁ ସେଠାରେ ଆବେଦନ କରିଥିଲେ । ଏହା ପରେ ମୋତେ ଚାକିରି ମିଳିଥିଲା । ମୁଁ ଆମାଜନରେ ଚାକିରି ମଧ୍ୟ କରିଥିଲି । କିନ୍ତୁ ୮ମାସ ପରେ ମୁଁ ଚାକରି ଛାଡ଼ି ଫ୍ଲିପ୍‌କାର୍ଟ ଆରମ୍ଭ କରିବା କଥା ଭାବିଥିଲି । ଏଥିରେ ମୋ ସାଥ୍‌ ଦେଇଥିଲେ ସଚିନ୍‌ । ସେ ମଧ୍ୟ ଚାକିରି ଛାଡ଼ି ମୋ ସହ ଯୋଗ ଦେବା ପରେ ୨୦୦୭ରେ ଆମେ ଫ୍ଲିପ୍‌କାର୍ଟ ଆରମ୍ଭ କରିଥିଲୁ ।

ସମ୍ବନ୍ଧିତ ଖବର