ରହସ୍ୟମୟ ଭାସମାନ ଦ୍ୱୀପ

ଆର୍ଜେଣ୍ଟିନାର ପେରାନା ତ୍ରିକୋଣଭୂମି ଅଞ୍ଚଳରେ ଏକ ରହସ୍ୟମୟ ଭାସମାନ ଦ୍ବୀପ ଆବିଷ୍କୃତ ହୋଇଛି। ସେଇଟିକୁ ‘ଇଲୋଜୋ’ ଭାବେ ନାମିତ କରାଯାଇଛି। ‘ଇଲୋଜୋ’ର ଅର୍ଥ ‘ଆଖି’। କ୍ଷୁଦ୍ର ଦ୍ବୀପଟି ସ˚ପୂର୍ଣ୍ଣ ଭାବେ ଗୋଲାକାର ଏବ˚ ନିଜ ଅକ୍ଷ ଉପରେ ଭାସମାନ। ଦ୍ବୀପ ଚାରି ପାଖର ଜଳ ସ୍ତର ମଧ୍ୟ ଗୋଲାକାର। ଆର୍ଜେଣ୍ଟିନାର ଚଳଚ୍ଚିତ୍ର ନିର୍ଦେଶକ ସର୍ଜିଓ ନିଉଜ୍‌ପିଲର୍ମ‌୍‌ ଏକ ଭୌତିକ ଫିଲ୍ମର ସୁଟି˚ ନିମନ୍ତେ ସ୍ଥାନ ଖୋଜୁଥିବା ବେଳେ ଦ୍ବୀପଟିର ସନ୍ଧାନ ପାଇଥିଲେ। ଦ୍ବୀପଟିର ବ୍ୟାସ ୧୧୮.୮ ମିଟର‌୍‌। ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦ୍ବୀପଟି ଭୂତ-ପ୍ରେତ, ରହସ୍ୟମୟ ଶକ୍ତିଙ୍କ ବାସସ୍ଥାନ। ତେଣୁ, ସେଠାକୁ କେହି ଯାଆନ୍ତିନାହିଁ। ଦ୍ବୀପକୁ ଘେରିଥିବା ଜଳ ଅସ୍ବାଭାବିକ ଭାବେ ସ୍ବଚ୍ଛ ଓ ଶୀତଳ। ସର୍ଜିଓ ନିଜର ମୂଳ ପ୍ରକଳ୍ପରୁ ଓହରି ଏବେ ‘ଇଲୋଜୋ’ ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର ବନାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏଥି ପାଇଁ ସେ କେତେକ ମାର୍କିନ୍‌ ବିଜ୍ଞାନୀ ଓ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରୁଛନ୍ତି। ଆସନ୍ତା ମାସରେ ବିଶେଷଜ୍ଞ ଦଳ ସହ ସେ ‘ଇଲୋଜୋ’ ଯାଇ ସୁଟି˚ ଆରମ୍ଭ କରିବେ।

ସମ୍ବନ୍ଧିତ ଖବର