ମୋନାଲିସା ପରିଡ଼ା

ଓଡ଼ିଶାକୁ ମୌସୁମୀ ଆସିବା ମାସେରୁ ଅଧିକ ହୋଇଗଲାଣି। ବର୍ଷାବୁନ୍ଦା ପଡ଼ିବା ପରେ ପୁଣିଥରେ ସବୁଜ ହୋଇଉଠିଛି ପୃଥିବୀ। ଖରା ଧାସରେ ମଉଳିଯାଇଥିବା ଗଛରେ ପଶିଛି ଜୀବନ। ଛନଛନିଆ ଦିଶିଲେଣି ଗଛବୃଚ୍ଛ। କଥା‌େର ଅଛି, ବରଷା କାଳ ଅଟେ ମଙ୍ଗଳକାରୀ, ପାଳଇ ପରଜାଙ୍କୁ ବରଷି ବାରି। ଚାଷବାଷ ପାଇଁ ବର୍ଷାଦିନ ଅନୁକୂଳ ହୋଇଥିବା ବେଳେ ପନିପରିବା ଦର କିନ୍ତୁ ବଢ଼ିଯାଏ। ନିତି ବାଡ଼ିରୁ ଶାଗ ତୋଳି ଖାଉଥିବା ଲୋକଙ୍କୁ ବି ବର୍ଷାଦିନ ବାଧକ। କାରଣ ବର୍ଷାରେ ଶାଗ ଓ ପନିପରିବାରେ ‌ପୋକଜୋକ ଲାଗନ୍ତି ଓ କବକ ସଂକ୍ରମଣ ବିପଦ ବୃଦ୍ଧିପାଏ। ଯଦି ସ୍ବାଦ ବଦଳାଇବା ପାଇଁ ନୂଆ କଛି ହାଣ୍ଡିଶାଳରେ ରାନ୍ଧିବାକୁ ଚାହାନ୍ତି, ‌ତେବେ ସାଧାରଣ ଭାବେ ଖିଆ ଯାଉ ନଥିବା କେତେକ ଫୁଲ ବ୍ୟଞ୍ଜନ ପ୍ରସ୍ତୁତ କରିପାରିବେ। ପୁଷ୍ପ ବିଶେଷଜ୍ଞ ତଥା ଖାଦ୍ୟ ଗବେଷକ ଡ. ଅବିନାଶ ପଟ୍ଟନାୟକଙ୍କ ମତାନୁସାରେ, ବର୍ଷାଦିନେ ଫୁଟୁଥିବା କେ‌ତେକ ଫୁଲରେ ତରକାରି ତିଆରି କରିହେବ। କେଉଁ ଫୁଲକୁ ତରକାରିରେ ପକାଇ ହେବ ତ ଆଉ କେଉଁ ଫୁଲକୁ ପିଠଉଦେଇ ଭାଜିହେବ। କିନ୍ତୁ ଏସବୁ ବଜାରରେ କ୍ବଚିତ୍‌ ମିଳେ। ଏହା ସଂଗ୍ରହ କରିବା ଲାଗି ଟିକିଏ ପରିଶ୍ରମ କରିବାକୁ ପଡ଼ିପାରେ।

Advertisment

ପଦ୍ମ: ଜାତୀୟ ଫୁଲ ପଦ୍ମକୁ ଲୋକେ ପୂଜା ପାଇଁ ବ୍ୟବହାର କରନ୍ତି। ଏହା ମାଳ ଆକାର‌ରେ ଠାକୁରଙ୍କୁ ଅର୍ପଣ କରାଯାଏ ବା ଘର ସଜାହୁଏ। ହେଲେ ପଦ୍ମରୁ ଯେ ଖୁବ୍‌ ସ୍ବାଦିଷ୍ଠ ବ୍ୟଞ୍ଜନ ରନ୍ଧାଯାଇ ପାରିବ ତାହା ଜାଣନ୍ତି କି? ଅବିନାଶଙ୍କ କହିବା ମୁତାବକ, ଆମେ ପଦ୍ମନାଡ଼ ଓ ପାଖୁଡ଼ା ଖାଇପାରିବା। ନାଡ଼କୁ ତରକାରି କରି ଖାଇହେବ ଓ ପାଖୁଡ଼ାକୁ ଚାଉଳ ପିଠଉ (ଚାଉଳ ବତୁରାଇ ବାଟି ପ୍ରସ୍ତୁତ କରାଯାଉଥିବା ପତଳା ଆଣ) ଦେଇ ଭାଜିହେବ। ପୁଣି ବେସନରେ ଗୋଳେଇ ପକୁଡ଼ି ଛାଣି ଖିଆଯାଇ ପାରିବ। କେତେକ ସ୍ଥାନରେ ପଦ୍ମଫୁଲ ପାଖୁଡାରେ ଚା ମଧ୍ୟ ପ୍ରସ୍ତୁତ ହୁଏ।

t

କଇଁ: କଇଁଫୁଲକୁ ପକୁଡ଼ି କରି ଖିଆଯାଇ ପାରିବ। ପଶ୍ଚିମବଙ୍ଗ ଓ ବାଂଲାଦେଶରେ ଲୋକେ କଇଁଫୁଲ ପକୁଡ଼ି ଖାଇବାକୁ ଭାରି ପସନ୍ଦ କରନ୍ତି। କଇଁନାଡ଼ ଖାଇଲେ ମଧ୍ୟ କୌଣସି ସମସ୍ୟା ନାହିଁ। ଲୋକେ ଏହାର ନାଡ଼କୁ ଚିଙ୍ଗୁଡ଼ି ବା ମାଛ ଦେଇ ତରକାରି ପ୍ରସ୍ତୁତକରି ଖାଆନ୍ତି। ତା’ଛଡ଼ା କଇଁନାଡ଼କୁ ଛୋଟ ଛୋଟ କରି କାଟି ତାକୁ  ପିଠଉ ଦେଇ ଭାଜି ଖାଇହେବ। ଓଡ଼ିଶାରେ ଲୋକେ କଇଁଫୁଲ ଅପେକ୍ଷା ବେଶୀ କଇଁନାଡ଼ ଖାଆନ୍ତି।

t

ଝୁମ୍ପୁଡ଼ି: ଅନେକ ଅଞ୍ଚଳରେ ଲୋକେ ଝୁମ୍ପୁଡ଼ିକୁ ଶାଗ ବୋଲି କହିଥାନ୍ତି। କାରଣ ଏହାର ରଙ୍ଗ ସବୁଜ। ପ୍ରକୃତରେ ଏହା ଏକ ଫୁଲ। ଗାଁଗହଳିରେ ଲୋକେ ଏହି ଗଛ ବାଡ଼ରେ ପୋତିଥାଆନ୍ତି। ବର୍ଷାଦିନେ ବହୁଳ ଫୁଟୁଥିବା ଝୁମ୍ପୁଡ଼ିଫୁଲରେ  ପତୁଆ (ପତ୍ରପୋଡ଼ା), ଭଜା, ପକୁଡ଼ି ପ୍ରସ୍ତୁତ କରାଯାଇପାରିବ। କେହି‌ କେହି ଚିକେନ୍ କିମାରେ ମଧ୍ୟ ଏହାକୁ ମିଶାଇ ରାନ୍ଧିଥାଆନ୍ତି; ଏହା ସ୍ବାଦ ବଢ଼ାଇଥାଏ।

t

ଟୁକେଇକୁଣ୍ଡେଇ: ବର୍ଷାଦିନେ ଲତାରେ ପେନ୍ଥା ପେନ୍ଥାହୋଇ ପ୍ରଚୁର ଟୋକେଇକୁଣ୍ଡେଇ ଫୁଲଫୁଟେ। ଏହାକୁ ପିଠଉ ଦେଇ ଭାଜିହେବ। ବେସରବଟା ଦେଇ ରାଇ କରାଯାଇପାରିବା। ପୁଣି ଆଳୁ ଓ ପୋସ୍ତ ଦେଇ ତରକାରି କରିହେବ। ଏହାର ବାସ୍ନା ଓ ସ୍ବାଦ ନିଆରା।

t

Manaswini on X: "#ଟୁକେଇକୁଣ୍ଡେଇ ପିଠଉ #Tukeikundei_Pithau Botanical Name -  Telosma Cordata. Odia - Tukei Kundei Marathi - Doudi/Daudi/Varsha Dori  Flower. Telugu-Alapaala, Tamil-Chambangi Common name:-Chinese  violet,Pakalana vine, Tonkin ...

ରାଜଦଳ: ଗାଁ ପୋଖରୀ, ଗାଡ଼ିଆ ବା ନଦୀକୂଳରେ ରାଜଦଳ ମାଡ଼ିଥିବା ଦେଖିଥିବେ। ଲୋକେ ଏହାକୁ ଅଦରକାରୀ ଓ ଆବର୍ଜନା ବୋଲି ଭାବିଥାନ୍ତି। କିନ୍ତୁ ଏହାର ଫୁଲ ଖାଦ୍ୟ ଉପଯୋଗୀ। ଏହାକୁ ପକୁଡ଼ିକରି ଖାଇହେବ। ରାଜଦଳ ଫୁଲରେ ଆଳୁ, ବାଇଗଣ ଓ ବଡ଼ି ମିଶାଇ ତରକାରି ରାନ୍ଧିହେବ। ତେବେ ନିର୍ମଳ ପାଣିଥିବା ପୋଖରୀ ବା ଦୂଷିତ ପାଣି ମିଶୁ ନଥିବା ପାଣିରେ ହୋଇଥିବା ରାଜଦଳ ଫୁଲ ଆଣି ଖାଇବା ଉଚିତ। ଦୂଷିତ ପାଣି ବା କୌଣସି କାରଖାନା ପାଣି ମିଶୁଥିବା ସ୍ଥାନରୁ ଏହି ଫୁଲ ଆଣି ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇପାରେ।

t

t