ଉଡ଼ନ୍ତା ରେସ୍ତୋରାଁ

ବେଙ୍ଗଲୁରୁର ନାଗାୱାରା ହ୍ରଦ ନିକଟରେ ରହିଛି ‘ଫ୍ଲାଇଙ୍ଗ୍ ଡାଇନିଂ’ ବା ‘ଉଡ଼ନ୍ତା ରେସ୍ତୋରାଁ’। ଏଭଳି ରେସ୍ତୋରାଁ ତିଆରି ହେବା ଭାରତରେ ପ୍ରଥମ। ଭୂମି ଠାରୁ ପ୍ରାୟ ପଚାଶ ମିଟର୍ ଉପରେ ଏକ ବଡ଼ ଖମ୍ବ ଉପରେ ଏହାକୁ ନିର୍ମାଣ କରାଯାଇଛି। ରେସ୍ତୋରାଁ ଭିତରେ ଏକାଥରକେ ବାଇଶ ଜଣ ଗ୍ରାହକ ବସି ଖାଇପାରିବା ଭଳି ସୁବିଧା ରହିଛି। ଏଠାରେ ଉଭୟ ଆମିଷ ଓ ନିରାମିଷ ଖାଦ୍ୟ ଉପଲବ୍ଧ। ଖାଦ୍ୟ ପରଷିବା ପାଇଁ ଚାରି, ପାଞ୍ଚ ଜଣ ନିଯୁକ୍ତ ଅଛନ୍ତି। ଯେକୌଣସି ବୟସର ବ୍ୟକ୍ତି ରେସ୍ତୋରାଁକୁ ଯାଇପାରିବେ। ରେସ୍ତୋରାଁର ନିୟମ ଅନୁସାରେ ପାନୀୟ, ଫଳ ରସ ଆଦି ସେବନ ପାଇଁ ଅଧଘଣ୍ଟାଏ ସମୟ ମିଳିବ ଏବଂ ଜଣ ପିଛା ଦେବାକୁ ହେବ ୩,୯୯୯ ଟଙ୍କା। ଡିନର୍ ପାଇଁ ସମୟ ଅବଧି ରହିଛି ଏକ ଘଣ୍ଟା ଏବଂ ଏଥିପାଇଁ ଜଣ ପିଛା‌ ୬,୯୯୯ଟଙ୍କା ଦେବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର