ବିଶ୍ୱର କ୍ଷୁଦ୍ରତମ ବିମାନରେ ୫ ହଜାର ଫୁଟ ଉଚ୍ଚତାରେ ଉଡ଼ି ଷ୍ଟଣ୍ଟ୍‌ ଦେଖାଇଲେ ୭୦ ବର୍ଷୀୟ ଅବସରପ୍ରାପ୍ତ ବ୍ରିଟିଶ୍‌ ଏୟାରେଓ୍ଵଜ୍‌ ଏଆରଲାଇନ୍‌ର ପାଇଲଟ୍‌

ବିଶ୍ୱର କ୍ଷୁଦ୍ରତମ ଟ୍ଵିନ୍‌ ଜେଟ୍‌ ବିମାନ ଉଡ଼ାଇଛନ୍ତି ଅବସରପ୍ରାପ୍ତ ବ୍ରିଟିଶ୍‌ ଏୟାରେଓ୍ଵଜ୍‌ ଏଆରଲାଇନ୍‌ ପାଇଲଟ୍‌ ବବ୍‌ ଗ୍ରିମ୍‌ଷ୍ଟିଜ୍‌। ୭୦ ବର୍ଷ ବୟସରେ ୫ ହଜାର ଫୁଟ ଉଚ୍ଚତାରେ ସେ ଉଡ଼ିଥିଲେ। ବବ୍‌ ଏହି ବିମାନରେ ଗୋଲ୍‌ ଗୋଲ୍‌ ବୁଲିବା, ପଲଟିବା ଆଦି ଷ୍ଟଣ୍ଟ୍‌ ଆଦି ଦେଖାଇଥିଲେ। ବିମାନ ମାତ୍ର ୧୩ ଫୁଟ୍‌ ଲମ୍ବା ଓ ୪ ଫୁଟ ଚଉଡ଼ା ବିଶଷ୍ଟ ଥିଲା। ସେ ଏହାକୁ ଘଣ୍ଟା ପ୍ରତି ୨୨୫ କି.ମି. ବେଗରେ ଉଡ଼ାଇଥିଲେ। ୪୦୦ ଟନ୍‌ରୁ ଜୁମ୍ବୋ ଜେଟ୍‌ ଉଡ଼ାଇଥିବା ବବ୍‌ ଏଭଳି ସୂକ୍ଷ୍ମ ବିମାନ ଉଡ଼ାଇବା ପାଇଁ ଆଦୌ ଭୟଭୀତ ହୋଇ ନ ଥିଲେ। ଦକ୍ଷିଣ ଆଫ୍ରିକୀୟ ଇଞ୍ଜିନିୟର୍‌ ସାକି ଭାନ୍‌ ହୀରଡେନ୍‌ ଓ ଡେଭି ବୋଟ୍ସ୍‌ ଏହି କ୍ଷୁଦ୍ରତମ ବିମାନ ନିର୍ମାଣ କରିଥିଲେ। ଦୁଇ ବର୍ଷରେ ସମ୍ପୂର୍ଣ୍ଣ ଆଲୁମିନିୟମ୍‌ରେ ନିର୍ମିତ ଏହି ପ୍ରୋଜେକ୍ଟ୍‌ରେ ସେମାନେ ୧୪,୬୧,୭୩୯.୦୨ ଟଙ୍କା ବ୍ୟୟ କରିଥିଲେ।

ସମ୍ବନ୍ଧିତ ଖବର