ଆସିଲା ଉଡନ୍ତା କାର

ଜେନିଭା: ଉଡନ୍ତା କାର ବିଷୟରେ ଆପଣ ବୋଧହୁଏ ଜେମସ ବଣ୍ଡ ଚଳଚ୍ଚିତ୍ରରେ ଦେଖିଥିବେ । କିନ୍ତୁ ଅସଲ ଦୂନିଆରେ ଏହା ଆଜି ପର୍ଯ୍ୟନ୍ତ ଏକ କଳ୍ପନାର ବସ୍ତୁ ହୋଇରହିଥିଲା । ଏବେ ଏହା ସାକାର ହେବାପରି ଲାଗୁଛି ।  ଡଚ୍‌ କମ୍ପାନି ପାଲ୍‌-ଭି ପକ୍ଷରୁ ଜେନିଭା ମୋଟର ଶୋ’ରେ ଏକ ଉଡନ୍ତା କାରର ପ୍ରଦର୍ଶନ କରାଯାଇଛି । ଏହାକୁ କୁହାଯାଉଛି ଗାଇରୋକ୍ରପ୍ଟର । ଏହାକୁ ଖୁବଶୀଘ୍ର  ବଜାରେର ବିକ୍ରି ପାଇଁ ଛାଡିବ କମ୍ପାନି । ଏହା ଏକ ତିନିଚକିଆ ଯାନ । ଏହା ସଡ଼କରେ ସାଧାରଣ ଯାନ ପରି ଚାଲିବ ଓ ଆକାଶରେ ମଧ୍ୟ ଉଡିପାରିବ । ଏଥିରେ କେବଳ ଦୁଇଜଣ ଯାତ୍ରୀ ବସିପାରିବେ । ସଡକରେ ଚାଲିବାବେଳେ ଏହା ଘଣ୍ଟାପ୍ରତି ସର୍ବାଧିକ ୯୯ ମାଇଲ ବେଗରେ ଚାଲି ପାରିବ । ସେହିପରି ଆକାଶରେ ଉଡିବାବେଳେ ଏହା ଘଣ୍ଟା ପ୍ରତି ୧୧୨ ମାଇଲ ବେଗରେ ଯାଇପାରିବ । ଏହାର ମୂଲ୍ୟ ରହିଛି ୨୬୮,୦୦୦ ପାଉଣ୍ଡ ରହିଛି । ଏଥିରେ ଥିବା ଏକ ବ୍ଲେଡ୍‌ ବୁଲିବା ଦ୍ୱାରା ଏହ ଉଡିଥାଏ । ଏଥିରେ ଦୁଇଟି ଇଂଜିନ ଲାଗିଛି । କେବଳ  ପାଲ୍‌-ଭି  ନୁହେଁ ଆଉ କେତେକ କମ୍ପାନି ମଧ୍ୟ ଉଡନ୍ତା କାର ନିର୍ମାଣ କରୁଛନ୍ତି ।

ସମ୍ବନ୍ଧିତ ଖବର