କଥାରେ ଅଛି ନିଶ୍ୱାସକୁ କେବେ ବିଶ୍ୱାସ ନାହିଁ । ବିପଦ କେତେବେଳେ ଓ କେମିତି ଆସେ ତାହା ଆଦୌ କହିକି ଆସି ନ ଥାଏ। ଆଉ ଆପଣ ସଚେତନ ନଥିଲେ ସବୁକିଛି ଛାରଖାର କରିଦିଏ ।
ଏପରିସ୍ଥଳେ ଆପଣ ଯଦି କାରରେ କେଉଁ ସ୍ଥାନକୁ ଯାତ୍ରା କରୁଛନ୍ତି , ଆଉ ଆପଣଙ୍କ ଗାଡ଼ିରବ୍ରେକ୍ ଫେଲ୍ ହୋଇଯାଏ । ଏ ପରିସ୍ଥିତିରେ ଡରିବା ସ୍ୱାଭାବିକ୍ କଥା । କିନ୍ତୁ ଏପରିସ୍ଥଳେ ଆପଣଙ୍କ ଡର ଆପଣଙ୍କ ଜୀବନ ମଧ୍ୟ ନେଇପାରେ ।
ତେବେ ଏପରି କିଛି ପରିସ୍ଥିତି ସୃଷ୍ଟି ହେଲେ କିଭଳି ଜୀବନ ବଞ୍ଚାଇବେ ସେ ବିଷୟରେ ଆଲୋଚନା କରିବା । କାରକୁ ନିୟନ୍ତ୍ରଣ କରିବା ସହଆପଣଙ୍କ ଜୀବନ ମଧ୍ୟ ବଞ୍ଚିପାରିବ । ଅଟୋମୋବାଇଲ ଆଡ଼ଭାଇଜର ଫୋରମ୍ ଏ ନେଇ କିଛି ଉପାୟ ବିଷୟରେ ସୂଚନା ଦେଇଛନ୍ତି ।
ଯଦି କାରର ଗତି କମ୍ ଅଛି, ତେବେ କିପରି ବଞ୍ଚିବେ ?
-ଯଦି ଆପଣଙ୍କ କାରର ଗତି କମ୍ ଅଛି ଏବଂ ଗାଡ଼ିର ବ୍ରେକ୍ ଫେଲ ହୋଇଯାଇଛି । ଏ ପରିସ୍ଥିତିରେ ଇଞ୍ଜିନର ଆରପିଏଫ୍ ବହୁତ କମ୍ ହୋଇଯାଏ ଏବଂ କାରରେ ବ୍ରେକ୍ ବୁଷ୍ଟ ଅପରେଟ୍ କରିବା ପାଇଁ ସ୍ଥାନ ତିଆରି କରିପାରେ ନାହିଁ । ଏହି ପରିସ୍ଥିତିରେ କିପରି ରୋକିବେ ଗାଡ଼ି ?
– ବ୍ରେକ୍ ପ୍ୟାଡ଼େଲକୁ ବାରମ୍ବାର ଦବାନ୍ତୁ ଓ ଛାଡ଼ନ୍ତୁ । ଏପରି କରିବା ଦ୍ୱାରା ଗାଡ଼ିର ବେଗରେ ବ୍ରେକ୍ ଲାଗିବ ଓ କାରର ବେଗ ଧୀମା ହୋଇଯିବ କିମ୍ବା ବନ୍ଦ ହୋଇଯିବ ଗାଡ଼ି ।
– ଗାଡ଼ିକୁ ପ୍ରଥମ ଗିୟରକୁ ଆଣନ୍ତୁ, କ୍ଲଚକୁ ଛୋଡ଼ନ୍ତୁ ଓ ଆକ୍ସିଲେଟରକୁ ଛୁଅନ୍ତୁ ନାହିଁ ।
– ହ୍ୟାଣ୍ଡବ୍ରେକକୁ ସହଜ ଭାବେ ଉପରକୁ କରନ୍ତୁ ଓ ଗାଡ଼ିକୁ ରୋକିବା ପାଇଁ ଚେଷ୍ଟା କରନ୍ତୁ ।
– କାରକୁ ପ୍ରଥମ ଗିୟରରେ ରଖନ୍ତୁ ଓ ଇଗ୍ନିଶନକୁ ସ୍ୱିଚ୍ ଅଫ୍ କରନ୍ତୁ ।
– କ୍ଲଚକୁ ନ ଦବାଇ , ବନ୍ଦ ଇଞ୍ଜିନକୁ ବ୍ରେକ୍ ଲଗାଇବା ପାଇଁ ଛାଡ଼ି ଦିଅନ୍ତୁ ।
– ଯଦି ଆପଣ ଟ୍ରାଫିକରେ ଅଛନ୍ତି ଏବଂ ଗାଡ଼ିର ବ୍ରେକ୍ ଫେଲ୍ ହୋଇଯାଇଛି, ତବେ ନିଜର ହାଜାର୍ଡ଼ ଲାଇଟସ, ହେଡ଼ଲାଇଟକୁ ଅନ୍ କରନ୍ତୁ ଓ ଅନ୍ୟ ଡ୍ରାଇଭରଙ୍କୁ ଚେତାଇବା ପାଇଁ ହର୍ଣ୍ଣ ବଜାନ୍ତୁ ।
– ଯଦି ରାସ୍ତା କଡ଼ରେ ବାଲି କିମ୍ବା କାଦୁଅ ଅଛି, ତେବେ ଗାଡ଼ି ସେଠାକୁ ନେଇଯାଆନ୍ତୁ । ଏପରି ହେବା ଦ୍ୱାରା କାରର ଗତି ଧୀର ହୋଇଯିବ ଓ ଅଟକିଯିବ।
ଗାଡ଼ି ଅଧିକ ବେଗରେ ଥିଲେ କ’ଣ କରିବେ ?
– ତୁରନ୍ତ ଗିୟରକୁ ତଳକୁ ନେଇ ଆସନ୍ତୁ । କାରର ବେଗ କମ ହେବା ପରେ ଗିୟରକୁ ପ୍ରଥମ ନମ୍ବରକୁ ନେଇଆସନ୍ତୁ ।
– ବ୍ରେକ୍ ପ୍ୟାଡ଼ଲକୁ ବାରମ୍ବାର ଦବାନ୍ତୁ । ହୋଇପାରେ ଏପରି କରିବା ଦ୍ୱାରା ବ୍ରେକ୍ କାମ କରିବା ଆରମ୍ଭ କରିଦେବ ।
– ଗିୟର କମ କରିବା ପରେ ହ୍ୟାଣ୍ଡବ୍ରେକକୁ ଉପରକୁ କରନ୍ତୁ ।
– କାରକୁ ଗିୟରରେ ରଖିବା ସହ ଇଗ୍ନିସନକୁ ବନ୍ଦ କରନ୍ତୁ ଓ କ୍ଲଚକୁ ଛାଡ଼ନ୍ତୁ ।
– କ୍ଲଚ ଛାଡ଼ିବା ପରେ ଇଞ୍ଜିନ ବନ୍ଦ କରନ୍ତୁ
– ଏସବୁ ପରେ ବି କାର ବନ୍ଦ ନହେଲେ ରାସ୍ତା କଡ଼ରେ ଥିବା ବାଲି ଓ ଗେଟି ଗଦା ଉପରେ ଡ୍ରାଇଭ୍ କରନ୍ତୁ ଯଦ୍ୱାର ଗାଡ଼ର ଗତି ଧୀର ହୋଇଯିବ ଓ ଆପଣଙ୍କ ଜୀବନ ବଂଚିବାର ସମ୍ଭାବନା ରହିଛି ।