ଉତ୍ତର ଭାରତୀୟ ଖାଦ୍ୟ ସଂପର୍କରେ ଜାଣିବାକୁ ଚାହାଁନ୍ତି କି?

ଭାରତୀୟ ଭୋଜନ ସ୍ୱାଦ ଏବଂ ସୁଗନ୍ଧର ଅନୁପମ ସଙ୍ଗମ । ପଞ୍ଜାବୀ ଖାଇବା ହେଉ ବା ରାଜସ୍ଥାନୀ ଖାଇବା ହେଉ, ମୁଗଲେଇ ବା ଦକ୍ଷିଣ ଭାରତୀୟ ଖାନା ନାଁ ଶୁଣିଲେ ଆମ ମୁହଁରେ ପାଣି ଆସିଯାଏ ।କେବଳ ଭାରତରେ ନୁହେଁ, ବରଂ ବିଦେଶରେ ମଧ୍ୟ ଭାରତୀୟ ଖାଦ୍ୟର ବହୁତ ଚାହିଦା ରହିଛି । ଭାରତକୁ ଆସୁଥିବା ବିଦେଶୀ ପର୍ଯ୍ୟଟକମାନଙ୍କୁ ଭାରତ ବିଷୟରେ ପଚାରିଲେ ସେମାନେ ଭାରତୀୟ ଖାଦ୍ୟ ବିଷୟରେ ପ୍ରଶଂସା ନ କରି ରହି ପାରିବେନି । ସେହି କାରଣରୁ ଦୁନିଆର ସବୁ ବଡ ଦେଶରେ ଭାରତୀୟ ବ୍ୟଞ୍ଜନର ଭୋଜନାଳୟ ଖୋଲିଛି ।

ଉତ୍ତର ଭାରତର ତରକାରି ଏବଂ ତନ୍ଦୁର୍‌ : ଉତ୍ତର ଭାରତର ମସାଲେଦାର୍‌ ଗ୍ରେଭି ତରକାରୀର ଏକ ଇତିହାସ ରହିଛି ଯାହା ୫ ହଜାର ବର୍ଷ ପୁରୁଣା । କଛି ବ୍ୟଞ୍ଜନର ନାମ ତାମିଲ୍‌ ଶବ୍ଦ ‘କୈଶରୀ’ରୁ ଆସିଛି , ଯାହାର ଅର୍ଥ ହେଲା ବିଭିନ୍ନ ମସଲା ଦେଇ ରୋଷେଇ ହେଉଥିିବା ପନିପରିବା ।

ଉତ୍ତର ଭାରତୀୟ ରାଜ୍ୟରେ ଖାଇବା ପିଇବା କଥା ଉଠିଲେ ପଞ୍ଜାବୀ, ରାଜସ୍ଥାନୀ, ମୁଗଲାଇ, ଅବଧି ଏବଂ କାଶ୍ମିରୀ ବ୍ୟଞ୍ଜନ କଥା ମନେ ପଡ଼େ। କାରଣ ଏସବୁ ଖାଦ୍ୟ ହେଉଛି ଉତ୍ତର ଭାରତର ଜାନ୍‌ । ତରକାରୀ ଏବଂ ତନ୍ଦୁର ସହ ମସାଲେଦାର ଭୋଜନ ଉତ୍ତର ଭାରତର ଶାନ୍‌ ଅଟେ । ପଞ୍ଜାବୀ ଖାଇବା ମଧ୍ୟରେ ତନ୍ଦୁର ସାହାଯ୍ୟରେ ରୋଷେଇ ହେଉଥିବା ମାଂସ, ନାନ୍‌, ଛୋଲେ ଉଟୁରେ, ମକା ରୋଟି, ଚୁରମା, ମୁଂଗ ଡାଲି ହାଲଓ୍ଵା, ଗଟ୍ଟେ ଏବଂ ପାମ୍ପଡ ତରକାରୀ, ରାଜସ୍ଥାନୀ କଢି, ଧେବର୍‌ ଆଦି ଅନ୍ତର୍ଭୁକ୍ତ ।

photo-isanjay.in

କଶ୍ମିରୀ ଖାନା ବହୁତ ଟେଷ୍ଟି ବୋଲି କୁହାଯାଏ । କଶ୍ମୀରରେ ରହିଛି ହିନ୍ଦୁ ଓ ମୁସଲମାନ ସଂସ୍କୃତିର ଅପୂର୍ବ ସମାହାର । ଏଠିି ମାଂସାହାରୀ ଓ ଶାକାହାରୀ ଦୁଇ ପ୍ରକାର ଖାଇବା ତିଆରି ହୁଏ । କିନ୍ତୁ କାଶ୍ମୀରରେ ମାଂସାହାରୀ ବ୍ୟଞ୍ଜନ ପାଇଁ ଲୋକ ପୁରା ପାଗଳ । ଏଠାକାର ଖାଦ୍ୟ ଭିତରେ ଟେଷ୍ଟି ରୋଗନ୍‌ ଯୋଶ୍‌, କବାବ୍‌, କୋପ୍ତା, ଦମ୍‌ ଆଳୁ କଲିୟା, ରାଜ୍‌ମା ମୁଖ୍ୟ ଅଟେ । କଶ୍ମିରୀ ଚା’ର ମଧ୍ୟ ଖୁବ୍‌ ଆଦର ରହିଛି।

photo-foodcloudblog

ହିନ୍ଦୁସ୍ଥାନୀ ପାକକଳା ଉତ୍ତର ଭାରତୀୟ ରାଜ୍ୟରେ ରାଜ୍ୟରେରେ ସବୁଠାରୁ ଅଧିକ ଲୋକପ୍ରିୟହୋଇଛି । ଅବଧି ରୋଷେଇ ମଧ୍ୟରେ କବାବ୍‌, ପରିବାରେ ତିଆରି ବିଭିନ୍ନ ବ୍ୟଞ୍ଜନ ବ୍ୟତୀତ ବିରିୟାନୀ, ହଲ୍ଲୀମ୍‌ , ନହାରୀ, ରୁମାଲି ରୋଟି, ,ବର୍ଫି, ପରାଠା, କୋଶେରୀ କବାବ, ଶାମୀ କବାବ ବି ବେଶ୍‌ ଲୋକପ୍ରିୟ। ଏସବୁ ଖାଇବା ପରେ ଲକ୍ଷ୍ନୌର ବିଶ୍ୱପ୍ରସିଦ୍ଧ ପାନର ମଧ୍ୟ କୌଣସି ତୁଳନା ନାହିଁ ।

ସମ୍ବନ୍ଧିତ ଖବର