ଜଣେ ବ୍ୟକ୍ତି ବାଂଲାଦେଶରେ କଇଁ ବେଣ୍ଟୁଳା ମିଶ୍ରଣ କରି ଚା’ ବିକ୍ରି କରୁଥିବା ବେଳର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କ‌ରିବା ପରେ ଅନେକ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଏଥିରେ ନିଜ ନିଜର ମତ ରଖିଛନ୍ତି। ଦଗ୍ରେଟ୍‌ଇଣ୍ଡିଆନ୍‌ଫୁଡି ଚ୍ୟାନେଲ୍‌ରେ ଭିଡିଓଟି ସେୟାର୍‌ ହୋଇଛି।

Advertisment

ସାରା ଦେଶର ବିଭିନ୍ନ ପ୍ରକାର ଖାଦ୍ୟର ଭିଡିଓ ଏହି ଆକାଉଣ୍ଟ‌ରେ ଦେଖିବାକୁ ମିଳିଥାଏ। ଏବେ ଏଥିରେ ଜଣେ ବାଂଲାଦେଶୀଙ୍କ ସ୍ବତନ୍ତ୍ର ଚା’ର ଭିଡ଼ିଓ ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ କମ୍‌ ବୟସର ଯୁବକ ଚା’ରେ ଏହି କଇଁ ବେଣ୍ଟୁଳାକୁ ମିଶ୍ରଣ କରି ଗ୍ରାହକମାନଙ୍କୁ ପିଇବାକୁ ଦେଉଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଜୋର୍‌ରେ ଭାଇରାଲ୍‌ ହୋଇଛି। ଏହି ଭିଡିଓଟିରେ ବିଭିନ୍ନ ପ୍ରକାରର କମେଣ୍ଟ୍‌ ଦେଖିବାକୁ ମିଳିଛି। କେହି କେହି ଏହାକୁ ଖୁବ୍‌ ପ୍ରଶଂସା କରୁଥିବା ବେଳେ ଆଉ କେହି ସମାଲୋଚନା କରିଥିବାର ଦେଖିବାକୁ ମିଳିଛନ୍ତି।

ଚା’ ବିକାଳି ଜଣକୁ ଆପଣ ଦେଖିପାରୁଥିବେ ଯେ ସେ କିଛି ଗରମ ଚା’କୁ କାଚ ଗ୍ଲାସରେ କାଢ଼ି ସେଥିରେ ଗୋଲାପୀ ରଂଗର କଇଁ ବେଣ୍ଟୁଳାରୁ ଟିକେ ରାମ୍ପି କରି ଚା’ରେ ମିଶାଉଛନ୍ତି। ତାପରେ ସେ ସେଥିରେ ଟିକେ ମିଲ୍‌କମେଡ୍‌ ମିଶାଉଛନ୍ତି।

ଜଣେ ବ୍ୟବହାରକାରୀ ଭିଡିଓ ଦେଖିବା ପରେ ଲେଖିଛନ୍ତି, ‘କ’ଣ ଏହି ଚା’ ପିଇବାରେ ଆପଣଙ୍କୁ ମଜା ଆସୁଛି’ ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି ‘ପାପୀ ଲୋକ’।