ନୂଆଦିଲ୍ଲୀ: ସାଧାରଣତଃ ରାସ୍ତାରେ ଯଦି କୌଣସି ସାମଗ୍ରୀ ପଡ଼ିଥାଏ ଅନେକଲୋକ ତାହାକୁ ଅଣଦେଖା କରି ଚାଲି ଯାଇଥାଆନ୍ତି। ଏମିତି କି ରାସ୍ତାରେ ଯଦି ଟ୍ରାଫିକ ଲାଇଟ ଖରାପ ହୋଇଛି କି ଟ୍ରାଫିକର କିଛି ସାମଗ୍ରୀ ତଳେ ପଡ଼ି ଯାଇଛି ଲୋକେ ଖୁସି ହୋଇଯାଇଥାଆନ୍ତି କି ଯାହା ହେଉ ଆଉ ଟ୍ରାଫିକରେ ଅଟକିବାକୁ ପଡ଼ିବ ନାହିଁ।
ଏହି କ୍ରମରେ ଦେଖିବାକୁ ଗଲେ ଜଣେ ଖାଦ୍ୟ ଡେଲିଭରି ବଏ ରାସ୍ତାରେ ଟ୍ରାଫିକ ଲାଇଟ ଖସି ପଡ଼ିଥିବା ବେଳେ ତାହାକୁ ଅଣଦେଖା କରି ପାରି ନଥିଲେ। ସଜାଡ଼ିବା ପାଇଁ ଆଗକୁ ବଢ଼ି ଯାଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଖାଦ୍ୟ ଡେଲିଭରି ବଏଙ୍କୁ ଲୋକେ ଭୁରିଭୁରି ପ୍ରଶଂସା କରୁଛନ୍ତି।
ଏହି ଘଟଣାଟି ଦୁବାଇରେ ଘଟିଥିବା କୁହାଯାଉଛି। ଦୁବାଇ ରାସ୍ତା ଦେଇ ଜଣେ ଖାଦ୍ୟ ଡେଲିଭରି ବଏ ଡିୟୁଟିରେ ଯାଉଥିବା ବେଳେ ସେ ରାସ୍ତାରେ ଟ୍ରାଫିକ ଲାଇଟ ଖରାପ ହୋଇ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ନିଜ ଡିୟୁଟି ଟାଇମରୁ ସମୟ ବାହାର କରି ଖରାପ ହୋଇଯାଇଥିବା ଟ୍ରାଫିକ ଲାଇଟ ପାଖକୁ ଯାଇ ତାହାକୁ ସଜାଡ଼ିବାକୁ ଲାଗିଥିଲେ। ସମ୍ପୂର୍ଣ୍ଣ ଭାବେ ସଜାଡ଼ିବା ପରେ ଯାଇ ଉକ୍ତ ଖାଦ୍ୟ ଡେଲିଭରି ବଏ ନିଜ କର୍ମପଥରେ ଆଗକୁ ବଢ଼ିଥିଲେ।
View this post on Instagram
ଡେଲିଭରି ବଏ ଜଣକ ଟ୍ରାଫିକ ଲାଇଟ ସଜାଡୁଥିବା ବେଳେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଯାହାକି ପରବର୍ତ୍ତୀ ସମୟରେ ଭାଇରାଲ ହୋଇଯାଇଛି।