ଭୁବନେଶ୍ୱର: ଓଡ଼ିଆ ଖାଦ୍ୟର ଚାହିଦା ପୂରା ବିଶ୍ୱରେ ରହିଛି। ଓଡ଼ିଶାରଏପରି କିଛି ଖାଦ୍ୟ ଅଛି ଯାହା ପ୍ରତ୍ୟେକ ଅଞ୍ଚଳ ଲୋକଙ୍କ ପ୍ରିୟ ହୋଇଥାଏ। ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟ ଡାଲ୍ମାକୁ ବିଶ୍ୱ ସାରା ଲୋକ ଜାଣନ୍ତି। ନିକଟରେ ସେହିପରି ଭାବେ ବିଦେଶୀ ମାଟିରେ ଓଡ଼ିଆ ଖାଦ୍ୟର ମହକ ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାଣିରଖନ୍ତୁ ଯେ ଲଗାତାର ଷଷ୍ଠ ବର୍ଷ ପାଇଁ ବିଦେଶୀ ମାଟି ଦୁବାଇରେ ଓଡିଆ ଖାଦ୍ୟକୁ ନେଇ ଆୟୋଜିତ ହୋଇଛି ଓଡିଆ ଫୁଡ ଫେଷ୍ଟିବାଲ ହାଣ୍ଡିଶାଳ। ଏହି ମହୋତ୍ସବ ଦୁବାଇର ଏରିଟେରସ ଇଂଲିଶ ସ୍ପିକିଂ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆମ ରାଜ୍ୟ ଓଡ଼ିଶାର ଲୋକପ୍ରିୟ ଓଡିଆ ଖାଦ୍ୟ ଥିଲା ମୁଖ୍ୟ ଆକର୍ଷଣ।
ଓଡିଆ ସମାଜ ୟୁନାଇଟେଡ୍ ଆରବ ଏମିରେଟସ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଓଡିଶାର ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ସବୁ ଅଂଚଳର ସୁସ୍ୱାଦୁ ବ୍ୟଞ୍ଜନ ଦେଖିବାକୁ ମିଳିଥିଲା। ପ୍ରାୟ ୫୦ରୁ ଅଧିକ ପ୍ରକାରର ପାରମ୍ପରିକ ଓଡ଼ିଆ ଖାଦ୍ୟ ଏଠାରେ ଦେଖିବାକୁ ମିଳିଥିଲା। ଓଡ଼ିଆ ଖାଦ୍ୟକୁ ‘ୟୁଏଇ’ରେ ପହଞ୍ଚାଇବାକୁ ସୁଦୂର ୟୁଏଇରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଛି ଏହି ଖାଦ୍ୟ ମହୋତ୍ସବ।