ଆଲୁମିନିୟମ ଫଏଲରେ ପ୍ୟାକ୍‌ ହୋଇଥିବା ଖାଦ୍ୟ ଶରୀର ପ୍ରତି କ୍ଷତିକାରକ!

ଆଜିକାଲି ଲୋକମାନେ ଘର ଅପେକ୍ଷା ବାହାରର ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି। ବର୍ତ୍ତମାନ ସମୟରେ ଅନେକ ଲୋକ ଖାଦ୍ୟପେୟରେ ମଧ୍ୟ ଷ୍ଟାଇଲକୁ ଦେଖାଇଥାନ୍ତି। ଯାହାର ପ୍ରଭାବ ଏବେ ଲୋକଙ୍କ ଶରୀର ଉପରେ ପଡୁଛି। ଏହିଭଳି ଫ୍ୟାସନ ପାଇଁ ଖାସକରି ଝିଅ ଏବଂ ଛୋଟ ପିଲା ମୃତ୍ୟୁର ଶିକାର ହେଉଛନ୍ତି। କାହିଁକିନା ଆଜିକାଲି ଝିଅମାନଙ୍କୁ ଫେସନରେ ରହିବା ଏକ ସଉକ ପାଲଟିଯାଇଛି। ଯେପରିକି ହୋଟେଲରୁ ଖାଦ୍ୟ କିଣିବା ସମୟରେ ଖାଦ୍ୟକୁ ଆଲୁମିନିୟମ ଫଏଲରେ ପ୍ୟାକ କରିବା।

ଆଲୁମିନିୟମ ଫଏଲରେ ଖାଦ୍ୟ ପ୍ୟାକ କରିବା ଦ୍ୱାରା ଖାଦ୍ୟ ନରମ ଏବଂ ଗରମ ରହିଥାଏ। ଆପଣମାନେ ମଧ୍ୟ ନିଜ ପାଇଁ ହେଉ ଅବା ଘରଲୋକଙ୍କ ପାଇଁ ହୋଟେଲରୁ ରୁଟି ଆଣିବା ବେଳେ ଆଲୁମିନିୟମ ଫଏଲରେ ପ୍ୟାକ କରି ଆଣିଥାନ୍ତି। କିନ୍ତୁ ଆପଣ ଏହା ଜାଣିଛନ୍ତି କି ଆଲୁମିନିୟମ ଫଏଲରେ ଖାଦ୍ୟ କିଛି ସମୟ ରହିବା ପରେ ତାହା ବିଷାକ୍ତ ହୋଇଯାଇଥାଏ ଏବଂ ଶରୀରକୁ ହାନି ପହଞ୍ଚାଇଥାଏ।

ଆଲୁମିନିୟମ ଫଏଲରେ ଗରମ ଖାଦ୍ୟକୁ ପ୍ୟାକ କରିବା ଦ୍ୱାରା ଫଏଲ ଧିରେ ଧିରେ ତରଳିବାକୁ ଲାଗିଥାଏ। ଯାହାଫଳରେ ଫଏଲର ତତ୍ୱ ଏବଂ ଏଥିରେ ଥିବା ବ୍ୟାକ୍ଟେରିଆ ଖାଦ୍ୟରେ ମିସି ଏଲ୍‌ଜାଇମ ଏବଂ ଡିମେରିଆ ଭଳି ରୋଗରେ ପରିଣତ ହୋଇଥାଏ। ବେଳେ ବେଳେ ଏପରି ମଧ୍ୟ ଦେଖାଯାଇଥାଏ ଆଲୁମିନିୟମ ଫଏଲରେ ମସଲା ଜାତୀୟ ତରକାରି କିମ୍ବା ଟମାଟୋରେ ତିଆରି ହୋଇଥିବା ଚଟଣି ପ୍ୟାକ କରି ଆଣି ଖାଇବା ଦ୍ୱାରା ଫୁଡ୍‌ ପଏଜନ ଭଲି ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଥାଏ। କେବଳ ସେତିକି ନୁହେଁ ଖାଦ୍ୟ ଖାଇବା ପରେ ବଞ୍ଚିଯାଇଥିବା ଖାଦ୍ୟକୁ ଆମେ ଆଲୁମିନିୟମ ପାତ୍ରରେ ପ୍ୟାକ କରି ଫ୍ରିଜରେ ରଖିଦେଇଥାଉ। ଯାହା ବିଷାକ୍ତ ହୋଇ ଶରୀରକୁ ହାନି ପହଞ୍ଚାଇଥାଏ। ତେଣୁ ଯେତେ ସମ୍ଭବ ହେଉ ଆଲୁମିନିୟମ ଫଏଲକୁ ନିଜଠାରୁ ଦୂରେଇ ରଖିବା ଆବଶ୍ୟକ।

ସମ୍ବନ୍ଧିତ ଖବର