କମିବ ଖାଦ୍ୟ ଉତ୍ପାଦନ

ସମ୍ପ୍ରତି ଆମେ ସାମନା କରୁଥିବା ତାପ ଓ ଜଳଜନିତ ଚାପ ଯୋଗୁଁ ୨୦୫୦ ମସିହା ସୁଦ୍ଧା ବିଶ୍ବର ମୋଟ ଖାଦ୍ୟ ଉତ୍ପାଦନ ପରିମାଣ ୬ରୁ ୧୪ ପ୍ରତିଶତ କମିଆସିବ ବୋଲି ଅନୁମାନ କରାଯାଉଛି। ତାପମାତ୍ରା ବଢ଼ିବା ସହ ଜଳାଭାବ ଯୋଗୁଁ ସମ୍ପ୍ରତି ଖାଦ୍ୟଶସ୍ୟ ଉତ୍ପାଦନରେ ଅଗ୍ରଣୀ ଥିବା ଚୀନ ଓ ଅନ୍ୟାନ୍ୟ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଖାଦ୍ୟ ରପ୍ତାନି ବଦଳରେ ଖାଦ୍ୟ ଆମଦାନି କରିବାର ଆଶଙ୍କା ଦେଖାଦେବ। ‘୨୦୨୪ ଗ୍ଲୋବାଲ୍ ରିପୋର୍ଟ ଅନ୍ ଫୁଡ୍ କ୍ରାଇସିସ୍’ ନାମକ ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଶେଷ କରି ଚୀନରେ ଖାଦ୍ୟ ଉତ୍ପାଦନ ୨୨.୪ ପ୍ରତିଶତ, ଭାରତରେ ୧୬.୧ ପ୍ରତିଶତ ଓ ଆମେରିକାରେ ୧୨.୬ ପ୍ରତିଶତ କମିଯିବ।

ସେହିପରି ଆଫ୍ରିକାରେ ୮.୨ରୁ ୧୧.୮ ପ୍ରତିଶତ, ଅଷ୍ଟ୍ରେଲିଆରେ ୧୪.୭ ପ୍ରତିଶତ ଏବଂ କେନ୍ଦ୍ରୀୟ ଆମେରିକାର କିଛି କେନ୍ଦ୍ରୀୟ ଅଞ୍ଚଳରେ ୧୯.୪ ପ୍ରତିଶତ ଖାଦ୍ୟଶସ୍ୟ ଉତ୍ପାଦନ ହ୍ରାସ ପାଇବ। ଏଭଳି ସଂଗିନ ସ୍ଥିତି ଯୋଗୁଁ ୨୦୨୦ ମସିହା ତୁଳନାରେ ସେତେବେଳକୁ ସମଗ୍ର ବିଶ୍ବରେ ପ୍ରାୟ ସାଢ଼େ ୫୬ କୋଟିରୁ ୧୩୬ କୋଟି ଲୋକଙ୍କ ଖାଦ୍ୟସୁରକ୍ଷା ବିପନ୍ନ ହୋଇପଡ଼ିବ ବୋଲି ଗବେଷକମାନେ ସତର୍କ କରାଇ ଦେଇଛନ୍ତି। କୋଭିଡ୍ ପରବର୍ତ୍ତୀ କାଳରେ ବିଗତ ଚାରି ବର୍ଷ ହେଲା ପ୍ରତି ବର୍ଷ ଖାଦ୍ୟ ସଂକଟରେ ପଡ଼ିଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର